‘ଖଦି ପ୍ରତି ଆଦର ଗାନ୍ଧିଜୀଙ୍କୁ ଶ୍ରେÂ ଶ୍ରଦ୍ଧାଞ୍ଜଳି’

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ସପ୍ତାହରେ ଦିନଟିଏ ଖଦି ପିନ୍ଧିବା ଗାନ୍ଧିଜୀଙ୍କ ବିଚାର ଧାରାକୁ ଆଗେଇ ନେବା । ଖଦି ଏକ ବସ୍ତ୍ର ନୁହେଁ, ଏକ ବିଚାର । ଖଦି ପ୍ରତି ଆଦର ଗାନ୍ଧିଜୀଙ୍କ ପ୍ରତି ଶ୍ରେÂ ଶ୍ରଦ୍ଧାଞ୍ଜଳି । ଆଜି ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ପକ୍ଷରୁ ‘ସପ୍ତାହରେ ଦିନଟିଏ ଖଦି’ ଶୀର୍ଷକ ରାଜ୍ୟସ୍ତରୀୟ ଖଦି ସଚେତନତା ସମାରୋହ ଜୟଦେବ ଭବନଠାରେ ଅନୁÂିତ ହୋଇଯାଇଛି । ରାଜ୍ୟ ଖଦି ବୋର୍ଡର ସଭାପତି ସଂଗ୍ରାମ କେଶରୀ ପାଇକରାୟଙ୍କ ଅଧ୍ୟକ୍ଷତାରେ ଅନୁÂିତ ଏହି ଖଦି ସଚେତନତା ସମାରୋହରେ ଖଦିର ଐତିହାସିକ ପୃÂଭୂମି ଉପରେ ଆଲୋଚନା କରିବା ସହିତ ଖଦି ବସ୍ତ୍ର ପରିଧାନର ଉପାଦେୟତା ସମ୍ପର୍କରେ ଅତିଥିମାନେ ଆଲୋକପାତ କରିଥିଲେ ।
ସମାରୋହକୁ ଉଦ୍ଘାଟନ କରି ମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟ ଶଙ୍କର ମିଶ୍ର ଖଦିର ବହୁଳ ବ୍ୟବହାର ଉପରେ ଗୁରୁତ୍ୱାରୋପ କରିଥିଲେ । ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଖଦିର ବ୍ୟବହାର ଲାଗି ଜନସାଧାରଣଙ୍କୁ ନିବେଦନ କରିଥିଲେ । ମନ୍ତ୍ରୀ ରଘୁନନ୍ଦନ ଦାସ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଏହି ଉଦ୍ୟମର ସଫଳତା କାମନା କରିଥିଲେ । ବିଧାୟକ ସୁଶାନ୍ତ କୁମାର ରାଉତ ସମ୍ମାନିତ ଅତିଥି ଭାବେ ଖଦି ବୋର୍ଡର ଏହି ଅଭିନବ ଅଭିଯାନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀଚରଣ ପ;ନାୟକ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇ ଖଦି ପରିଧାନ ସହିତ ସଚ୍ଚା ଭାରତୀୟ ଭାବେ ଗର୍ବ କରିବାକୁ ଆହ୍ୱାନ ଦେଇଥିଲେ । ସମସ୍ତେ ବୋର୍ଡ ପକ୍ଷରୁ ନିଆଯାଇଥିବା ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ସମାରୋହରେ ଖଦି ବୋର୍ଡର ସଭାପତି ଶ୍ରୀ ପାଇକରାୟ ପୌରୋହିତ୍ୟ କରି ସ୍ୱାଗତ ଭାଷଣରେ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦେ୍ଧଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ସରକାରୀ ଓ ବେସରକାରୀ କର୍ମଚାରୀ ତଥା ସମସ୍ତ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀମାନେ ସପ୍ତାହରେ ଅନ୍ତତଃ ଦିନଟିଏ ଖଦି ବସ୍ତ୍ର ପରିଧାନ କଲେ ଗାଁ ଗହଳିର ଗରିବ ବୁଣାକାରମାନଙ୍କର ଅର୍ଥନୈତିକ ପ୍ରଗତିରେ ଯଥେଷ୍ଟ ସହାୟକ ହୋଇପାରିବ ବୋଲି ଉଲ୍ଲେଖ କରିଥିଲେ । ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ଗାନ୍ଧି ଓ ଚରଖା ଚିତ୍ର ଥାଇ ‘ସପ୍ତାହରେ ଦିନଟିଏ ଖଦି’ ଅଭିଯାନ ଲୋଗୋର ଶୁଭ ଉନ୍ମୋଚନ କରାଯାଇଥିଲା । ଏହି ସମାରୋହରେ ଖଦି ବୋର୍ଡ ଦ୍ୱାରା ଆର୍ଥିକ ସହାୟତାପ୍ରାପ୍ତ ସଫଳ ଉଦ୍ୟୋଗୀମାନଙ୍କର ଏକ ପ୍ରେରଣାଦାୟୀ ପ୍ରାମାଣିକ ଚିତ୍ର ପ୍ରଦର୍ଶିତ ହୋଇଥିଲା । ପରେ ଗାନ୍ଧିଜୀଙ୍କର ପ୍ରିୟ ଭଜନ ‘ବୈଷ୍ଣବ ଜନ ତୋ’ ଗୀତଟିକୁ ଓଡ଼ିଶୀରେ ପରିବେଷଣ କରାଯାଇଥିଲା । ଏହି ଉପଲକ୍ଷେ ଜୟଦେବ ଭବନ ପ୍ରଦର୍ଶନୀ କକ୍ଷଠାରେ ବ୍ୟକ୍ତି ନିମନ୍ତେ ଉଦ୍ଧିଷ୍ଟ ଏହି ଖଦି ସାମଗ୍ରୀର ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons