ଭୁବନେଶ୍ୱର: ଆଜିଠୁ ଆହୁରି କଡ଼ାକଡ଼ି ହୋଇଛି ଟ୍ରାଫିକ ନିୟମ। ଯେଉଁମାନେ ନିୟମ ଖିଲାପ କରୁଛନ୍ତି ସେମାନଙ୍କ ନିକଟରୁ ଜରିମାନା ଆଦାୟ ହେଉଛି। ଡେଡ୍ ଲାଇନ ସରିବା ପରେ ଗାଡ଼ିର ସମସ୍ତ କାଗଜପତ୍ର କଡ଼ାକଡ଼ି ଯାଞ୍ଚ ହେଉଛି। ତେବେ ଆଜିଠୁ ଟ୍ରାଫିକ ନିୟମ ଅଧିକ କଡ଼ାକଡ଼ି ହେବାପରେ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସହରରେ ଲୋକଙ୍କ ଉଗ୍ରରୂପ ଦେଖିବାକୁ ମିଳିଛି।
ଫାଇନକୁ ନେଇ କିିଛି ସ୍ଥାନରେ ଗାଡ଼ି ଚାଳକ ପୁଲିସ୍ ସହ ଯୁକ୍ତିତର୍କ କରିଥିବାବେଳେ ଆଉ କିଛି ସ୍ଥାନରେ ଗାଡ଼ି ଚାଳକ ଫାଇନ୍ ଦେବେ ନାହିଁ ବୋଲି ସିଧାସଳଖ ମନା କରିଦେଉଥିବା ଦେଖିବାକୁ ମିଳିଛି।
ଆଜି ଭୁବନେଶ୍ୱରର ରାଜମହଲ ଛକରେ ଜଣେ ମହିଳା ରଙ୍ଗ ରୁଟ୍ରେ ଆସୁଥିବାବେଳେ ଟ୍ରାଫିକ୍ ପୁଲିସ୍ ତାଙ୍କୁ ଧରିଥିଲା। ତେବେ ମହିଳା ଜଣଙ୍କ ଫାଇନ୍ ଦେବା ବଦଳରେ ଓଲଟା ଟ୍ରାଫିକ୍ ପୁଲିସ୍ଙ୍କ ସହ ଯୁକ୍ତିତର୍କ କରିଥିଲେ। ମହିଳା ଜଣକ କହିଥିଲେ, “ମୋ ଗାଡ଼ି ମୁଁ ଦେବିନି। ଚାଲନ୍ତୁ ଥାନାଟ୍ଟଏଠି ରାତି ପାଇଯିବ ହେଲେ ମୁଁ ମୋ ଗାଡ଼ି ଦେବି ନାହିଁ। ”
ଏପରିକି ସମ୍ପୃକ୍ତ ମହିଳା ଜଣକ ପାଟିକରି ଓଲଟା ପୁଲିସ୍ ନାଁରେ ମାମଲା ଦେବି ବୋଲି ଧମକ ଦେଇଥିଲେ। ଘଟଣାକୁ ନେଇ ରାଜମହଲ ଛକରେ କିଛି ସମୟ ପାଇଁ ପୁଲିସ୍ ଏବଂ ଉକ୍ତ ମହିଳାଙ୍କ ମଧ୍ୟରେ ଯୁକ୍ତିତର୍କ ଲାଗିଥିଲା।
ସେହିପରି ବାଲେଶ୍ୱରରେ ମଧ୍ୟ ଜଣେ ଯୁବତୀ ଫାଇନ୍କୁ ବିରୋଧ କରିଥିଲେ। ଗଣମାଧ୍ୟମ ପ୍ରତିନିଧି ପ୍ରତିକ୍ରିୟା ନେଉଥିବାବେଳେ ସେମାନଙ୍କୁ ମଧ୍ୟ ଯୁବତୀ ଜଣଙ୍କ ଖରାପ ବ୍ୟବହାର ଦେଖାଇଥିବା ଦେଖିବାକୁ ମିଳିଥିଲା।
ସେପଟେ ରାଉରକେଲାର ହନୁମାନ ବାଟିକାରେ ଚେକିଂ ବେଳେ ୩ ମଦ୍ୟପ ଚାଳକଙ୍କୁ ପୁଲିସ୍ ଧରିଥିଲା। କିଛି ସ୍ଥାନରେ ଲୋକେ ଫାଇନ୍ ଦେଇଥିବାବେଳେ ଆଉ କିଛି ଲୋକ ପ୍ରଥମେ ରାସ୍ତା ମରାମତି କରାଯାଉ ତା’ପରେ ଫାଇନ୍ ଆଦାୟ କରାଯାଉ ବୋଲି କହିଥିଲେ।
Comments are closed, but trackbacks and pingbacks are open.