ବ୍ରହ୍ମବରଦା,(ବି.ବି.ନୁ୍ୟଜ୍): ଔଷଧ ଦୋକାନରେ କାମ କରୁଥିବା ଜଣେ କର୍ମଚାରୀ ମାତ୍ରାଧିକ ଇଞ୍ଜେକ୍ସନ ଦେବାରୁ ରସୁଲପୁର ବ୍ଲକ୍ ମହିଶରପୁର ପଞ୍ଚାୟତ ଚାନ୍ଦପୁର(ବଜାରହାଟ) ଗ୍ରାମର ଏକ ୬ମାସ ଶିଶୁପୁତ୍ରର ମୃତୁ୍ୟ ଘଟିଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି । ଖବର ପାଇ ଚିକିତ୍ସା କରିଥିବା ସରକାରୀ ଡାକ୍ତରଜଣଙ୍କ ଫେରାର ହୋଇଯାଇଥିବା ଜଣାପଡ଼ିଛି ।
ବଜାରହାଟ ଗ୍ରାମର କସିରୁଦ୍ଧିନ୍ ଖାନ୍ଙ୍କର ୬ମାସର ଶିଶୁପୁତ୍ର ସେକ୍ ସରଫୁଦ୍ଧିନକୁ ଥଣ୍ଡାଜ୍ୱର ହୋଇଥିଲା । ଶ୍ୱାସକ୍ରିୟାରେ ସେ କଷ୍ଟ ଅନୁଭବ କରୁଥିଲା । କସିରୁଦ୍ଧିନ ବ୍ରହ୍ମବରଦା ବ୍ୟାଙ୍କ ଛକରେ ଥିବା ନିୟୁ ଲାଇଫ ମେଡିକିଓର ମେଡିସିନ୍ ଷ୍ଟୋର୍କୁ ଆଜି ସନ୍ଧ୍ୟା ୬ଟା ବେଳେ ଶିଶୁପୁତ୍ରକୁ ନେଇ ଯାଇଥିଲେ । ମଧୁବନ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ. ସୁଧୀର କୁମାର ସାହୁ ନିୟମିତ ଉକ୍ତ ମେଡିସିନ ଦୋକାନକୁ ଆସୁଥିବାରୁ ସେ ସେକ୍ ସରଫୁଦ୍ଧିନ୍ର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଡା. ସାହୁଙ୍କ ପରାମର୍ଶକ୍ରମେ କସିରୁଦ୍ଧିନ୍ ସମ୍ପୃକ୍ତ ଔଷଧ ଦୋକାନରୁ ଔଷଧ ଓ ଇଞ୍ଜେକ୍ସନ କିଣିଥିଲେ । ମେଡିସିନ ଷ୍ଟୋରରେ କାର୍ଯ୍ୟରତ ଜଣେ କର୍ମଚାରୀ ଶିଶୁକୁ ମାତ୍ରାଧିକ ପରିମାଣର ଇଞ୍ଜେକ୍ସନ ଦେଇ ଦେଇଥିଲା । ଏହାପରେ କସିରୁଦ୍ଧିନ ପୁଅକୁ ଧରି ଘରକୁ ଫେରିଥିଲେ । ଘରେ ପହଞ୍ଚôବାର ୫ମିନିଟ୍ ଭିତରେ ହଠାତ୍ ଶିଶୁଟି ଅସୁସ୍ଥ ହୋଇପଡ଼ିଥିଲା । କାଳବିଳମ୍ବ ନକରି କସିରୁଦ୍ଧିନ୍ ପୁଅକୁ ଧରି ପୁଣି ନିୟୁ ଲାଇଫ ମେଡିକିଓରରେ ପହଞ୍ଚô ଥିଲେ । ଚିକିତ୍ସା କରିଥିବା ଡା. ସାହୁ ତାର ସ୍ୱାସ୍ଥ୍ୟ ପରୀକ୍ଷା କରି ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଯିବାକୁ କହି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ଅନ୍ୟପଟେ କସିରୁଦ୍ଧିନ ପୁଅକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଯାଉଥିବା ବେଳେ ବରୁଅାଁ ନିକଟରେ ତାର ମୃତୁ୍ୟ ଘଟିଥିଲା । କସିରୁଦ୍ଧିନ ଆଉ ଡାକ୍ତରଖାନା ନଯାଇ କାନ୍ଦିକାନ୍ଦି ପରିବାର ଲୋକଙ୍କ ସହିତ ଘରେ ପହଞ୍ଚôଥିଲେ । ଶିଶୁପୁତ୍ରର ମୃତୁ୍ୟକୁ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା । ଖବର ଲେଖା ହେଲା ପର୍ଯ୍ୟନ୍ତ ଥାନାରେ ଅଭିଯୋଗ ହୋଇନଥିବା ଜଣାପଡ଼ିଛି ।
Comments are closed, but trackbacks and pingbacks are open.