କଥାଶିଳ୍ପୀ ବୀଣାପାଣି ମହାନ୍ତି ପାଇବେ ଅତିବଡ଼ୀ ପୁରସ୍କାର

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ପ୍ରଖ୍ୟାତ କଥାଶିଳ୍ପୀ ପଦ୍ମଶ୍ରୀ ବୀଣାପାଣି ମହାନ୍ତି ପାଇବେ ଓଡ଼ିଶା ସାହିତ୍ୟ ଏକାଡେମୀ ସର୍ବୋଚ୍ଚ ସମ୍ମାନ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର । ଏଥିସହିତ ୧୫ଜଣ ବୟୋଜ୍ୟେÂ ସାହିତି୍ୟକ ଓ ସାହିତି୍ୟକାଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ଏକାଡେମୀ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରେ ସଚିବ ଶୁଚିସ୍ମିତା ମନ୍ତ୍ରୀ ସୂଚନା ଦେଇଛନ୍ତି ।
ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ହରିହର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆଜି ପୂର୍ବାହ୍ଣରେ ଅନୁÂିତ କାର୍ଯ୍ୟକାରୀ ପରିଷଦ ବୈଠକରେ ଓଡ଼ିଶା ସାହିତ୍ୟ ଏକାଡେମୀର ୨୦୧୯ ମସିହା ନିମନ୍ତେ ମର୍ଯ୍ୟାଦାବନ୍ତ ସର୍ବୋଚ୍ଚ ସାରସ୍ୱତ ସମ୍ମାନ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ଏବଂ ୧୫ ଜଣ ବରିÂ ସାହିତି୍ୟକଙ୍କୁ ସମ୍ବର୍ଦ୍ଧନା ପ୍ରଦାନ ଲାଗି ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଛି । ଏକାଡେମୀ ପକ୍ଷରୁ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ପୁରସ୍କାର ଓ ସମ୍ବର୍ଦ୍ଧନା ଜ୍ଞାପନ କରାଯିବ ।
ଖୁସିର କଥା ସାହିତ୍ୟକୁ ଜୀବନବ୍ୟାପୀ ସାଧନା ପାଇଁ ଚଳିତ ବର୍ଷ ପଦ୍ମଶ୍ରୀ ଉପାଧି ଲାଗି ବୀଣାପାଣି ମହାନ୍ତିଙ୍କ ନାମ ଘୋଷଣା ହୋଇଥିବାବେଳେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ତାଙ୍କ ନାମ ଅତିବଡ଼ୀ ପୁରସ୍କାର ଲାଗି ଘୋଷଣା ହୋଇଛି । ଏଥିସହିତ ରାଜ୍ୟର ୧୫ଜଣ ବରିÂ ସାହିତି୍ୟକଙ୍କୁ ସମ୍ବର୍ଦ୍ଧିତ କରିବା ଲାଗି ମନୋନୀତ କରାଯାଇଛି । ସେମାନେ ହେଲେ, ମୀନକେତନ ପୁରୋହିତ, ଗୌରଚନ୍ଦ୍ର ପଣ୍ଡା, ପଦ୍ମନାଭ ସାହୁ, ଇନ୍ଦୁଲତା ମହାନ୍ତି, ବିଭୂତି ଭୂଷଣ ପଟ୍ଟନାୟକ, ଶୈଳେନ୍ଦ୍ର କୁମାର ମହାପାତ୍ର, ନିରଞ୍ଜନ ପାଢ଼ୀ, ଶ୍ରୀକାନ୍ତ ଚରଣ ପାତ୍ର, କବିବର ପରିଡ଼ା, ତ୍ରିନାଥ ନାୟକ, ମନୀନ୍ଦ୍ର ମହାନ୍ତି, ରବି ମହାପାତ୍ର, ଶରତ ଚନ୍ଦ୍ର କର, ବ୍ରଜ ଦାସ ଓ ଅଖିଳାନନ୍ଦ ବେବର୍ତ୍ତା । ଅତିବଡ଼ୀ ପୁରସ୍କାର ସ୍ୱରୂପ ୧ ଲକ୍ଷ ଟଙ୍କା ଅର୍ଥରାଶି ଚେକ୍, ପୁଷ୍ପଗୁଚ୍ଛ, ଉପଢେ଼øକନ ଓ ସ୍ମୃତିଫଳକ ପ୍ରଦାନ କରାଯିବ । ସେହିପରି ସମ୍ବର୍ଦ୍ଧିତ ପ୍ରତିଭାଙ୍କୁ ପୁରସ୍କାର ସ୍ୱରୂପ ୩୦ ହଜାର ଟଙ୍କା ଅର୍ଥରାଶି ଚେକ୍, ପୁଷ୍ପଗୁଚ୍ଛ, ଉପଢେ଼øକନ ଓ ସ୍ମୃତିଫଳକ ପ୍ରଦାନ କରାଯିବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons