ସୂର୍ଯ୍ୟମନ୍ଦିରର ଥ୍ରୀଡି ଲେଜର ସ୍କାନିଂ ଆରମ୍ଭ

Get real time updates directly on you device, subscribe now.

କୋଣାର୍କ,(ବି.ବି.ନୁ୍ୟଜ୍): ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ଫଟୋ ଗ୍ରାମାଟିକ୍ ସର୍ଭେ ଓ ଥ୍ରୀଡି ଲେଜର ସ୍କାନିଂ ଆରମ୍ଭ ହୋଇଛି । ଅବକ୍ଷୟମୁଖୀ ସୂର୍ଯ୍ୟମନ୍ଦିରର ସୁରକ୍ଷା ଓ ସଂରକ୍ଷଣ ପାଇଁ ଅଣ୍ଟା ଭିଡ଼ିଛି ଏଏସ୍ଆଇ । ମଂଗଳବାର ପୂର୍ବାହ୍ନରେ ମୁମ୍ବାଇର ସେନ୍ସ ଟେକ୍ନୋଲୋଜି ଏହି ସର୍ଭେ କରିଛି । ସୂର୍ଯ୍ୟମନ୍ଦିର ଚତୁଃପାଶ୍ୱର୍ ୩୦୦ମିଟର ପର୍ଯ୍ୟନ୍ତ ଫଟୋ ଗ୍ରାମାଟିକ ଓ ଥ୍ରୀଡି ଲେଜର ସ୍କାନିଂ କରାଯିବ । ଫଳରେ ସୂର୍ଯ୍ୟମନ୍ଦିରର ଭିତ୍ତିଭୂମିର ଅବସ୍ଥିତି, ଜଗମୋହନର ଆଭ୍ୟନ୍ତରୀଣ ଅବସ୍ଥା, ମନ୍ଦିରର ମୂଳଦୁଆ କିପରି ରହିଛି ତାହା ଜଣାପଡ଼ିବ । ଲେଜର ସ୍କାନିଂ ହେଲେ ମନ୍ଦିରର ଏକ ମ୍ୟାପ୍ ପ୍ରସ୍ତୁତ ହେବ । ମନ୍ଦିରରେ ଥିବା ବିଭିନ୍ନ କାରୁକାର୍ଯ୍ୟପୂର୍ଣ୍ଣ ମୂର୍ତ୍ତିଗୁଡ଼ିିକର ସ୍ଥିତି ସେଥିରୁ ଜଣାପଡ଼ିବ । ପଥରର ଅବସ୍ଥା କିଭଳି ରହିଛି ତାହା ମଧ୍ୟ ଜାଣିହେବ । ଥ୍ରୀଡି ଲେଜର ସ୍କାନିଂ, ଫଟୋଗ୍ରାଫି ସର୍ଭେ କରି ଏଏସ୍ଆଇକୁ ରିପୋର୍ଟ ଦେବାପାଇଁ ସେନ୍ସ ଟେକ୍ନୋଲୋଜିକୁ ଦାୟିତ୍ୱ ପ୍ରଦାନ କରାଯାଇଛି । ଏହା ପରେ ସୂର୍ଯ୍ୟମନ୍ଦିରର ଅନ୍ୟାନ୍ୟ କାର୍ଯ୍ୟ ଆରମ୍ଭ ହେବ । ଜଗମୋହନ ଭିତରେ ବାଲି ଭର୍ତ୍ତି ହୋଇ ରହିଛି । ଏହି ବାଲି କଢ଼ା ଗଲେ ମନ୍ଦିର ସ୍ଥିତି କିଭଳି ରହିବ ସେଥିପାଇଁ ବାଲି ସଂଗ୍ରହ କରାଯାଇ ପରୀକ୍ଷା ନିମନ୍ତେ ନିଆଯିବ । ଏ ସଂପର୍କରେ ସ୍ଥାନୀୟ ସଂରକ୍ଷଣ ଅଧିକାରୀ ନୀରଜ ସିଂଙ୍କୁ ପଚାରିବାରୁ ସୂର୍ଯ୍ୟମନ୍ଦିର ସୁରକ୍ଷା ଓ ସଂରକ୍ଷଣ ପାଇଁ ଫଟୋ ଗ୍ରାମାଟିକ ସର୍ଭେ କାର୍ଯ୍ୟ ହାତକୁ ନିଆଯାଇଛି । ପ୍ରତିନିଧି ଦଳ ଆସି ମନ୍ଦିରର ସ୍ଥିତି ଅନୁଧ୍ୟାନ କରି କାର୍ଯ୍ୟ ଆରମ୍ଭ କରିଛନ୍ତି । ରିପୋର୍ଟ ଆସିଲେ ଅଧିକ ତଥ୍ୟ ଜଣାପଡ଼ିବ ବୋଲି ସେ କହିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons