ମୋଦିଙ୍କ ଘୋଷଣା: ମହିଳାଙ୍କୁ ଉତ୍ସର୍ଗ କରିବେ ସୋସିଆଲ ମିଡିଆ ଆକାଉଣ୍ଟ

Get real time updates directly on you device, subscribe now.

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆରୁ ସନ୍ୟାସ ନେବେ ବୋଲି ସୋମବାର ଟୁଇଟ ଯୋଗେ ଘୋଷଣା କରିବା ପରେ ଏନେଇ ଚର୍ଚ୍ଚା ଜୋର ଧରିଥିଲା । କିନ୍ତୁ ମଙ୍ଗଳବାର ଅନ୍ୟ ଏକ ଟୁଇଟ କରି ମୋଦି ସମସ୍ତ ଚର୍ଚ୍ଚାରେ ବିରାମ ଲଗାଇଛନ୍ତି । ସେ ପ୍ରକୃତରେ ସୋସିଆଲ ମିଡିଆ ଛାଡ଼ିବେନି ବରଂ ମାର୍ଚ୍ଚ ୮ରେ ହେବାକୁ ଥିବା ଅନ୍ତର୍ଜାତୀୟ ମହିଳା ଦିବସରେ ନିଜର ସୋସିଆଲ ମିଡିଆ ଆକାଉଣ୍ଟ ମହିଳାମାନଙ୍କୁ ଉତ୍ସର୍ଗ କରିବେ ବୋଲି ଘୋଷଣା କରିଛନ୍ତି । ସେ ଟୁଇଟ କରି କହିଛନ୍ତି, ‘ଏହି ମହିଳା ଦିବସରେ ମୁଁ ମୋର ସୋସିଆଲ ମଡିଆ ଆକାଉଣ୍ଟଗୁଡ଼ିକୁ ମହିଳାମାନଙ୍କୁ ଉତ୍ସର୍ଗ କରିବାକୁ ଚାହୁଁଛି । ଯେଉଁମାନଙ୍କ ଜୀବନ ଏବଂ କାର୍ଯ୍ୟ ଆମକୁ ପ୍ରଭାବିତ କରିଥାଏ । ଏହା ଲକ୍ଷ-ଲକ୍ଷ ଲୋକଙ୍କ ମଧ୍ୟରେ ପ୍ରେରଣା ସୃଷ୍ଟି କରିବ’ ।
ଏଭଳି ପ୍ରେରଣାଦାୟୀ ମହିଳାମାନଙ୍କ କାହାଣୀକୁ ଲୋକଲୋଚନକୁ ଆଣିବା ନିମନ୍ତେ ହ୍ୟାସଟ୍ୟାଗ ସିଇନ୍ସ୍ପାୟାରସ୍ଅସ୍ ସହ ପ୍ରେରଣାଦାୟୀ ମହିଳାଙ୍କ କାହାଣୀଗୁଡ଼ିକୁ ସେୟାର କରିବାକୁ ମଧ୍ୟ ମୋଦି ଟୁଇଟରରେ ଅପିଲ କରିଛନ୍ତି । ଏହି ଟୁଇଟ ଦ୍ୱାରା ମୋଦି ସୋସିଆଲ ମିଡିଆରୁ ସନ୍ୟାସ ନେବେ ନାହିଁ ବୋଲି ସ୍ପଷ୍ଟ ହୋଇପାରିଛି ।
ଉଲ୍ଲେଖଯୋଗ୍ୟ, ସୋସିଆଲ ମିଡିଆରେ ମୋଦିଙ୍କର ବେଶ୍ ଲୋକପ୍ରିୟତା ରହିଛି । ତାଙ୍କର ଟୁଇଟରରେ ୫.୩ କୋଟି ଫଲୋୟର୍ସ, ଫେସବୁକରେ ୪.୪ କୋଟି ଫଲୋୟର୍ସ, ଇନ୍ଷ୍ଟାଗ୍ରାମରେ ୩.୫ କୋଟି ଫଲୋୟର୍ସ ଏବଂ ୟୁଟୁ୍ୟବରେ ୪୫ ଲକ୍ଷରୁ ଊଦ୍ଧ୍ୱର୍ ଫଲୋୟର୍ସ ରହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons