ଭୁବନେଶ୍ୱର ଭଞ୍ଜଭାରତୀର ତ୍ରିଦିବସୀୟ ସାହିତ୍ୟ ସମାରୋହ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଓଡ଼ିଆ ଭକ୍ତି ସାହିତ୍ୟକୁ କୃଷ୍ଣରସାତ୍ମକ କାବ୍ୟ ରସକଲ୍ଲୋଳର ପ୍ରଣେତା କବି ଦୀନକୃଷ୍ଣ ଦାସଙ୍କ ଅବଦାନ ଅବିସ୍ମରଣୀୟ ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ଭୁବନେଶ୍ୱର ଭଞ୍ଜଭାରତୀ ପକ୍ଷରୁ ଜୟଦେବ ଭବନଠାରେ ଆୟୋଜିତ ତ୍ରିଦିବସୀୟ ଓଡ଼ିଆ ସାହିତ୍ୟ ସମାରୋହର ଦ୍ୱିତୀୟ ସନ୍ଧ୍ୟାରେ ଯୋଗଦେଇ ବିଶିଷ୍ଟ ବ୍ୟକ୍ତିମାନେ ଏହି କଥା କହିଛନ୍ତି । ଅନୁÂାନର ସଭାପତି ନୀଳାଦ୍ରିମୋହନ ଶତପଥୀଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ନ୍ୟାୟମୂର୍ତ୍ତି ପ୍ରମଥ ପଟ୍ଟନାୟକ, ବରେଣ୍ୟ ଅତିଥି ଭାବେ ଓଡ଼ିଶା ଦୂରସଞ୍ଚାର ନିଗମର ମୁଖ୍ୟ ମହାପ୍ରବନ୍ଧକ ଡ. ଉଦୟଶଙ୍କର ପଣ୍ଡା ପ୍ରମୁଖ ଯୋଗଦେଇ ଏହିଭଳି କାର୍ଯ୍ୟକ୍ରମ ଲାଗି ଅନୁÂାନର ପ୍ରଶଂସା କରିଥିଲେ ।
ବିଶିଷ୍ଟ ଆଧ୍ୟାତ୍ମିକ ସାହିତ୍ୟ ପ୍ରବକ୍ତା ଦେବେନ୍ଦ୍ରନାଥ ଦାସ ଏବଂ ଅନୁÂାନର ସମ୍ପାଦକ ଡା. କୃଷ୍ଣକେଶବ ଷଡ଼ଙ୍ଗୀ ବକ୍ତବ୍ୟ ରଖିଥିଲେ । ଧନ୍ୟବାଦ ଦେଇଥିଲେ ଅନୁÂାନର ବରିÂ ସଦସ୍ୟ ଡ. ବେଣୁଧର ଦାସ । ପ୍ରାରମ୍ଭରେ ବିଶିଷ୍ଟ କଣ୍ଠଶିଳ୍ପୀ ମହାପାତ୍ର ମିନତି ଭଞ୍ଜ ଓ ପ୍ରଖ୍ୟାତ ମର୍ଦ୍ଧଳ ବାଦକ ପ୍ରଫେସର ଜଗନ୍ନାଥ କୁଅଁରଙ୍କ ଦ୍ୱାରା ଦୀନକୃଷ୍ଣ ସଙ୍ଗୀତ ପରିବେଷିତ ହୋଇଥିଲା । ଏହି ସଭାକୁ ସଂଯୋଜିତ କରିଥିଲେ ଘୋଷକ ଶ୍ରୀକାନ୍ତ ନାୟକ ଓ ପରିଚାଳନା କରିଥିଲେ ଅନୁÂାନର ସଦସ୍ୟବୃନ୍ଦ । କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ସାହିତି୍ୟକ ଓ ବୁଦ୍ଧିଜୀବୀ ଯୋଗଦେଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons