ଅନ୍ତର୍ଜାତୀୟ ସ୍ତରରେ ବଢିବ ଉକ୍ରଳ ବିଶ୍ୱବିଦ୍ୟାଳୟ ଖ୍ୟାତି

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଅନ୍ତର୍ଜାତୀୟସ୍ତରରେ ଉକ୍ରଳ ବିଶ୍ୱବିଦ୍ୟାଳୟର ଖ୍ୟାତି ବଢ଼ିବାକୁ ଆରମ୍ଭ କରାଯାଇଛି ବ୍ଲୁ ପ୍ରିଣ୍ଟ୍ । ବିଶ୍ୱର ଖା୍ୟତିସମ୍ପନ୍ନ ଶିକ୍ଷାନୁÂାନଗୁଡିକ ସହ ବୁଝାମଣା ପତ୍ର(ଏମଓୟୁ) ସ୍ୱାକ୍ଷର ହେବା ସହିତ ଶିକ୍ଷକ ବିନିମୟ ହେବ । ନାମିଦାମି ବିଶ୍ୱବିଦ୍ୟାଳୟର ଅଧ୍ୟାପକମାନେ ଭିଜିଟିଂ ପ୍ରଫେସର ଭାବେ ପଢ଼ାଇବେ । କେବଳ ଯେ ଶିକ୍ଷକ ବିନିମୟ କାର୍ଯ୍ୟକ୍ରମ ହେବ ତାହା ନୁହଁ, ଉକ୍ରଳ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମଧ୍ୟ ବିଦେଶ ଶିକ୍ଷାନୁÂାନଗୁଡିକୁ ଯିବେ । ତେବେ ଉକ୍ରଳ ବିଶ୍ୱବିଦ୍ୟାଳୟର କାନାଡାସ୍ଥିତ ୟୁନିଭର୍ସିଟି ଅଫ୍ ଟରଣ୍ଟୋ ଓ ଅଷ୍ଟେ୍ରଲିଆର ମେଲବର୍ଣ୍ଣ ୟୁନିଭର୍ସିଟି ସହିତ ବୁଝାମଣା ପତ୍ର ସ୍ୱାକ୍ଷର ହୋଇଛି ବୋଲି କହିଛନ୍ତି ଉକ୍ରଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ । ଅପରପକ୍ଷେ ଆଗାମୀ ଦିନରେ ବୋଷ୍ଟନ୍ ୟୁନିଭର୍ସିଟି, ବର୍କଲେ ୟୁନିଭର୍ସିଟି ସହିତ ମଧ୍ୟ ବୁଝାମଣା ପତ୍ର ସ୍ୱାକ୍ଷର ହେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ପ୍ରଫେସର ପଟ୍ଟନାୟକ ସୂଚନା ଦେଇଛନ୍ତି ।
ଉକ୍ରଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆଜି ସ୍ଥାନୀୟ ଏକ ତାରକା ହୋଟେଲ୍ରେ ‘ଦକ୍ଷିଣ ଏସିଆରେ ବିଜ୍ଞାନ, ସମାଜ ଓ ରାଜନୀତି’ ସମ୍ପର୍କିତ ଅନ୍ତର୍ଜାତୀୟ ସମ୍ମିଳନୀ ଅନୁÂିତ ହୋଇଯାଇଛି । ଏହି ଅବସରରେ ପ୍ରଫେସର ପଟ୍ଟନାୟକ କହିଛନ୍ତି ଯେ, ଗତ ମାସ ଅନ୍ତର୍ଜାତୀୟସ୍ତରର ୩ଜଣ ପ୍ରଫେସରଙ୍କୁ ଉକ୍ରଳ ବିଶ୍ୱବିଦ୍ୟାଳୟର ‘ଭିଜିଟିଂ ପ୍ରଫେସର୍’ ଭାବେ ନିଯୁକ୍ତି ଦିଆଯାଇଛି । କାନାଡ଼ାର ଟରେଣ୍ଟୋ ବିଶ୍ୱବିଦ୍ୟାଳୟ ଟୁ୍ୟରିଜିମ୍ ଷ୍ଟଡିଜ ବିଭାଗରୁ ଆଲାନ୍ ଲ ଆସିଛନ୍ତି । ସେହିପରି ଅଷ୍ଟେ୍ରଲିଆର ମେଲବର୍ଣ୍ଣ ବିଶ୍ୱବିଦ୍ୟାଳୟ ସମାଜ ବିଜ୍ଞାନ ବିଭାଗର ଥମାସ୍ ରୟଟର୍, ବେଲଜିୟମସ୍ଥିତ ଲୁଭେନ୍ ବିଶ୍ୱବିଦ୍ୟାଳୟ ନୃତତ୍ତ୍ୱ ବିଭାଗର ପ୍ରଫେସର ନଏଲ୍ ବି. ସଲଜର୍ ଅଛନ୍ତି । ଏହା ବ୍ୟତୀତ ଚତୁର୍ଥ ଭିଜିଟିଂ ପ୍ରଫେସର ଭାବେ ବି୍ରଟିଶ୍ ଫେଡେରାଲ୍ କୋର୍ଟରେ ଆଇନଜୀବୀ ଥିବା ପାରମ୍ପରିକ ଆଇନର ପ୍ରଫେସର ୱିଲସନ୍ଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଛି । ସେହିପରି ଶ୍ରୀଲଙ୍କାର ୪ଜଣ ପ୍ରଫେସରଙ୍କ ସହ ଆଲୋଚନା ସରିଥିଲେ ମଧ୍ୟ ଭିସା ସମସ୍ୟା ନେଇ ଆସିପାରିନାହାନ୍ତି । ଆଗାମୀ ଦିନରେ ଅଧିକରୁ ଅଧିକ ବିଦେଶୀ ପ୍ରଫେସରଙ୍କୁ ଆଣିବା ସହିତ ଉକ୍ରଳ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କର ଅନ୍ତର୍ନିହିତ ଗୁଣକୁ ବିଦେଶରେ ପହଞ୍ଚାଇବାର ଲକ୍ଷ୍ୟ ରହିଛି । ବିଦେଶରେ ପଢ଼ା ଶୈଳୀ ଅଲଗା ରହିବା ସହିତ ତାଙ୍କର ପାଠ୍ୟକ୍ରମ ଅଲଗା ରହିଛି । ବିଦେଶ ଶିକ୍ଷାନୁÂାନଗୁଡିକରେ ଥିବା ଭଲ କୌଶଳଗୁଡିକ ଉକ୍ରଳ ବିଶ୍ୱବିଦ୍ୟାଳୟରେ ସାମିଲ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।
ମୁଖ୍ୟଅତିଥି ଭାବେ ସମ୍ମିଳନୀକୁ ଉଦ୍ଘାଟନ କରି ବରିÂ ପ୍ରଶାସନିକ ଅଧିକାରୀ ଆର୍ ବାଲକ୍ରିଷ୍ଣନ୍ କହିଛନ୍ତି, ଓଡ଼ିଶାରେ ବିଭିନ୍ନତା ଭିତରେ ଏକତାର ସୁନ୍ଦର ପରମ୍ପରା ରହିଛି । ବିଶେଷ ଭାବେ ଆଦିବାସୀମାନଙ୍କର ୯ଟି ଭିନ୍ନ ଭିନ୍ନ ଭାଷାକୁ ମିଶାଇ ସୁନ୍ଦର ସଙ୍ଗୀତ ପ୍ରସ୍ତୁତ କରାଯାଇଛି । ଯାହା ଓଡ଼ିଶାର ମହାନ ସଂସ୍କୃତି ବାବଦରେ ସୂଚନା ଦେଇଥାଏ ବୋଲି ଶ୍ରୀ ବାଲ୍କ୍ରିଷ୍ଣନ୍ କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ସଲଜର୍ ଓଡ଼ିଶାର ପ୍ରାଚୀନ ନୌ ବାଣିଜ୍ୟ ସଂସ୍କୃତି ବାବଦରେ କହିଛନ୍ତି । ଇଣ୍ଡୋନେସିଆ, ଜାଭା, ସୁମାତ୍ରାର କିଭଳି ଓଡ଼ିଶା ସେହିତ ବାଣିଜ୍ୟ ସହିତ ସାଂସ୍କୃତିକ ସମ୍ପର୍କ ରହିଥିଲା ତାହା ବର୍ଣ୍ଣନା କରିଛନ୍ତି । ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ(ଜେଏନୟୁ) ସମାଜ ବିଜ୍ଞାନ ବିଭାଗର ପ୍ରଫେସର ନୀଳିକା ମେହୋତ୍ରା, ପିଜି କାଉନସିଲ୍ ଅଧ୍ୟକ୍ଷା ପ୍ରଫେସର ସବିତା ଆଚାର୍ଯ୍ୟ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ୨ଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀରେ ଦେଶ ଓ ବିଦେଶରୁ ପାଖାପାଖି ୨ଶହ ବିଶେଷଜ୍ଞ ଯୋଗ ଦେଇ ଆଲୋଚନାରେ ଭାଗ ନେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons