ପୂରଣ ହେବ ୨୫୦୨ ପ୍ରଧାନ ଶିକ୍ଷକ ପଦବି

Get real time updates directly on you device, subscribe now.

କଟକ,(ବି.ବି.ବୁ୍ୟରୋ): ପ୍ରଧାନ ଶିକ୍ଷକ ପଦବି ପୂରଣ ପାଇଁ ପ୍ରସ୍ତୁତ ହୋଇଥିବା ଗ୍ରେଡେସନ୍ ତାଲିକା ଉପରେ ୨୦୧୮ ମସିହାରୁ ଜାରି ହୋଇଥିବା ରହିତାଦେଶକୁ ହାଇକୋର୍ଟ ଆଜି ହଟାଇ ଦେଇଛନ୍ତି । ଫଳରେ ରାଜ୍ୟର ବିଭିନ୍ନ ବିଦ୍ୟାଳୟରେ ଖାଲି ପଡିଥିବା ୨୫୦୨ଟି ପ୍ରଧାନ ଶିକ୍ଷକ ପଦବି ପୂରଣ ପାଇଁ ବାଟ ଫିଟିଯାଇଛି । ହାଇକୋର୍ଟର ବିଚାରପତି ଡକ୍ଟର ଜଷ୍ଟିସ୍ ବି.ଆର. ଷଡଙ୍ଗୀ ଏବଂ ବିଚାରପତି ଜଷ୍ଟିସ୍ ଏସ୍.କେ. ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିଦେ୍ର୍ଧଶ ଦେଇଛନ୍ତି ।
ମାମଲାରୁ ଜଣାଯାଇଛି ଯେ, ୧୯୯୪ ମସିହାରେ ରାଜ୍ୟ ସରକାର ୪ହଜାର ମାଧ୍ୟମିକ ବିଦ୍ୟାଳୟକୁ ଏଡେଡ୍ରୁ ପୂର୍ଣ୍ଣ ସରକାରୀ ମାନ୍ୟତା ପ୍ରଦାନ କରିଥିଲେ । ରାଜ୍ୟରେ ବିଭିନ୍ନ ବିଦ୍ୟାଳୟରେ ଖାଲି ପଡିଥିବା ୨୫୦୨ଟି ପ୍ରଧାନଶିକ୍ଷକ ପଦବି ପୂରଣ ପାଇଁ ରାଜ୍ୟ ସରକାର ପୁରୁଣ ସରକାରୀ ବିଦ୍ୟାଳୟ ସମେତ ୧୯୯୪ମସିହା ପରେ ସରକାରୀ ମାନ୍ୟତା ପାଇଥିବା ବିଦ୍ୟାଳୟରୁ ବରିÂତା ଆଧାରରେ ଶିକ୍ଷକମାନଙ୍କୁ ପଦୋନ୍ନତି ଦେବାପାଇଁ ନିଷ୍ପତ୍ତି ନେଇଥିଲେ । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ଚାଲେଞ୍ଜ କରି ପୁରୁଣା ସରକାରୀ ବିଦ୍ୟାଳୟର ଦୁଇଜଣ ଶିକ୍ଷକ କୃଷ୍ଣଚନ୍ଦ୍ର ପଣ୍ଡା ଏବଂ କୈଳାସ ଚନ୍ଦ୍ର ସାହୁ ସ୍ୟାଟ୍ରେ ଏକ ମାମଲା ରୁଜୁ କରିଥିଲେ । ସ୍ୟାଟ୍ ଏହି ମାମଲାର ଶୁଣାଣି କରି ଆବେଦନକାରୀଙ୍କ ରିପ୍ରେଜେଣ୍ଟେସନ୍କୁ ବିଚାର କରିବାକୁ ରାଜ୍ୟ ସରକାରଙ୍କୁ ନିଦେ୍ର୍ଧଶ ଦେଇଥିଲେ । ଫଳରେ ୧୯୯୪ ମସିହା ପରେ ସରକାରୀ ମାନ୍ୟତା ପାଇଥିବା ବିଦ୍ୟାଳୟରୁ ବରିÂତା ଭିତ୍ତିରେ ଯେଉଁମାନଙ୍କୁ ପଦୋନ୍ନତି ମିଳିଥିଲା ତାହାକୁ ନେଇ ସମସ୍ୟା ଦେଖାଯାଇଥିଲା । ସ୍ୟାଟ୍ର ଏହି ଆଦେଶକୁ ଚାଲେଞ୍ଜ କରି ବିନୋଦ ବିହାରୀ ପାଣିଗ୍ରାହୀ ଏବଂ ଅନ୍ୟମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ୧୯୯୪ ମସିହାରେ ସରକାରୀ ମାନ୍ୟତା ପାଇଥିବା ବିଦ୍ୟାଳୟର ଶିକ୍ଷକଙ୍କ ବରିÂତାକୁ ପଦୋନ୍ନତି କ୍ଷେତ୍ରରେ ବିଚାରକୁ ନିଆଯାଉ ଏବଂ ପ୍ରଧାନ ଶିକ୍ଷକ ପଦବି ପୂରଣ ପାଇଁ ଯେଉଁ ଗ୍ରେଡେସନ୍ ତାଲିକା ପ୍ରସ୍ତୁତ କରାଯାଇଛି ତାହାକୁ ଗ୍ରହଣ କରାଯିବାକୁ ପ୍ରାର୍ଥନା କରିଥିଲେ । ହାଇକୋର୍ଟ ଏହି ଗ୍ରେଡେସନ୍ ତାଲିକା ଉପରେ ରହିତାଦେଶ ଜାରି କରିଥିଲେ । ଏହି ରହିତାଦେଶ ଫଳରେ ଖାଲି ପଡିଥିବା ୨୫୦୨ଟି ପ୍ରଧାନଶିକ୍ଷକ ପଦବି ପୂରଣ ହୋଇପାରିଲା ନାହିଁ । ଆଜି ମାମଲାର ଶୁଣାଣି ସମୟରେ ରାଜ୍ୟ ସରକାର ରହିତାଦେଶ ଫଳରେ କିପରି ପ୍ରଧାନଶିକ୍ଷକ ପଦବି ପୂରଣ ହୋଇପାରୁନି ସେ ନେଇ ହାଇକୋର୍ଟଙ୍କୁ ଅବଗତ କରିଥିଲେ । ହାଇକୋର୍ଟ ମାମଲାର ଶୁଣାଣି କରି ଏହି ରହିତାଦେଶକୁ ହଟାଇ ଦେଇଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ବରିÂ ଆଇନଜୀବୀ ବୁଦ୍ଧଦେବ ରାଉତରାୟ ମାମଲା ପରିଚାଳନା କରୁଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons