ଲୋକସେବା ଭବନରେ ସମୀକ୍ଷା କଲେ ସ୍ୱାସ୍ଥ୍ୟ ସଚିବ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ବଢିବା ପରେ ରାଜ୍ୟରେ ଛନକା ପଶିଛି । ସ୍ୱାସ୍ଥ୍ୟ ସଚିବ ନିଜେ ଆଜି ସ୍ଥିତିର ସମୀକ୍ଷା କରିଛନ୍ତି । ଦେଶରେ ପରିସ୍ଥିତି ବିଗୁଡ଼ୁଥିବାରୁ ଆଜି ଲୋକସେବା ଭବନରେ ଉଚ୍ଚସ୍ତରୀୟ ବୈଠକ ହୋଇଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ ନିଜେ ସମୀକ୍ଷା କରିଛନ୍ତି । ଆକ୍ରାନ୍ତ ଚିହ୍ନଟ ହେଲେ, କିଭଳି ସେମାନଙ୍କ ଚିକିତ୍ସା ହେବ । ସଂଗ୍ରହ ବେଳେ ସତର୍କତା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଛି । ତେବେ ଆଗରୁ କେତେକ ନିର୍ଦ୍ଧିଷ୍ଟ ଦେଶରୁ ଆସୁଥିବା ଯାତ୍ରୀଙ୍କ ସ୍କ୍ରିନିଂ ହେଉଥିବା ବେଳେ ଏଥର ବିଦେଶରୁ ଆସୁଥିବା ସମସ୍ତ ଯାତ୍ରୀଙ୍କ ସ୍କ୍ରିନିଂ କରାଯିବାକୁ ବୈଠକରେ ନିଷ୍ପତ୍ତି ହୋଇଛି ।
ଏ ପଟେ ସନ୍ଦିଗ୍ଧଙ୍କ ସଂଖ୍ୟା ବଢୁଥିବାରୁ ରାଜ୍ୟରେ ଭୁବନେଶ୍ୱର ଆର୍ଏମ୍ଆରସି (ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର) ଓ ଏସ୍ସିବିରେ ରୋଗ ଚିହ୍ନଟ ପରୀକ୍ଷା କରିବାକୁ ଅନୁମତି ଦେବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚିଠି କରାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଆର୍ଏମ୍ଆରସିରେ ପରୀକ୍ଷା କରିବାକୁ ଅନୁମତି ମଧ୍ୟ ଦେଇ ସାରିଥିବା ଆର୍ଏମ୍ଆରସି ନିଦେ୍ର୍ଧଶକ ଡାକ୍ତର ସଂଘମିତ୍ରା ପତି ସୂଚନା ଦେଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କିଟ୍ ଦିଆଯାଇଥିବା ବେଳେ ଖୁବ୍ଶୀଘ୍ର ଏହା ଭୁବନେଶ୍ୱରରେ ପହଞ୍ଚିବ । ଏହାପରେ ଆର୍ଏମ୍ଆରସିରେ ପରୀକ୍ଷା ହେବ । ଆର୍ଏମ୍ଆରସିରେ ପରୀକ୍ଷା ହେଲେ, ଓଡ଼ିଶା ସମେତ ପୂର୍ବ ଭାରତର ସନ୍ଦିଗ୍ଧଙ୍କ ନମୁନା ପରୀକ୍ଷା କରାଯାଇପାରିବ ।
ଜାତୀୟ ଶିଶୁ ସୁରକ୍ଷା ଆୟୋଗ (ଏନ୍ସିପିସିଆର୍) ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି । ଏବେ ପରୀକ୍ଷା ସମୟ ଚାଲିଥିବାରୁ କରୋନା ବ୍ୟାପିବାର ସମ୍ଭାବନା ରହିଛି । ତେଣୁ ଏଥିରୁ ସତର୍କ ରହିବାକୁ ପଦକ୍ଷେପ ନେବାକୁ କୁହାଯାଇଛି । ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି, ଏବେ ରାଜ୍ୟରେ ସ୍କୁଲ, କଲେଜ ଛୁଟି କରାଯିବନି । ସ୍ୱାସ୍ଥ୍ୟ ବିଭାଗ ଜାରି କରିଥିବା ମାର୍ଗଦର୍ଶିକା ମାନିବାକୁ କୁହାଯାଇଥିବା ଶ୍ରୀ ଦାସ କହିଛନ୍ତି ।
ସ୍ୱାସ୍ଥ୍ୟ ବିଭାଗ ଜାରି କରିଥିବା ବୁଲେଟିନ୍ ଅନୁସାରେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୨୦ ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯାଇଛି । ୩୭ ଜଣ ଏବେ ବି ହୋମ୍ ଆଇସୋଲେସନ୍ରେ ରହିଛନ୍ତି । ତେବେ ଏବେ ବି ୪ ଜଣଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons