ସାଢେ଼ ଚାରି କୋଟି ଓଡ଼ିଆ ମୋ ପରିବାର: ନବୀନ

Get real time updates directly on you device, subscribe now.

ଭୁବନେଶ୍ବର: ଏସ ସି ବି ମେଡିକାର ସମ୍ପ୍ରସାରଣ ଏବଂ ଉନ୍ନତିକରଣ ପ୍ରକଳ୍ପର ଆଜି ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ। ତା ସହିତ କଟକ ରିଙ୍ଗରୋଡ୍‌ ହେବ ସିକ୍ସ ଲେନ୍‌ । ପଞ୍ଚାୟତିରାଜ ଦିବସ ଏବଂ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଜୟନ୍ତ୍ରୀ ଅବସରରେ ଆଜି କଟକରେ ହୋଇଥିବା ବିରାଟ ଜନ ସମାବେଶକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି , ସାଢେ ଚାରି କୋଟି ଓଡିଆ ହେଉଛନ୍ତି ମୋର ପରିବାର ।
ବିଜେଡି ଶାସନକୁ ପୁରିଲା ୨୦ ବର୍ଷ ।୨୦୦୦ ମସିହା ମାର୍ଚ ୫ରେ ନବୀନ ମୁଖ୍ୟମନ୍ତ୍ରୀ ହେବାପରେ ଆଉ ପଛକୁ ଫେରି ନାହାଁନ୍ତି । ନିର୍ବାଚନ ପରେ ନିର୍ବାଚନ ଜିତି ସେ ଓଡିଶା ରାଜନୀତିର ଅଦ୍ବୀତୀୟ ନେତା ହୋଇଛନ୍ତି । ସରକାରର ସଫଳତା ଲୋକଙ୍କ ମନକୁ ଛୁଇଁଛି । ନବୀନଙ୍କ ପ୍ରଥମ ପାଳି ସରକାର ଯେହେତୁ ବିଜୁ ଜୟନ୍ତିରେ ସପଥ ନେଇଥିଲା ସେଥିପାଇଁ ଆଜି ଦିନକୁ ଉଭୟ ବିଜେଡି ଓ ସରକାର ଧୂମଧାମରେ ପାଳନ କରିଛନ୍ତି । ଆଜି ପ୍ରବାଦ ପୁରୁଷ ବିଜୁବାବୁଙ୍କ ୧୦୪ ତମ ଜୟନ୍ତୀ ପାଳନ ହୋଇଛି। ଓଡିଆ ଜାତି ମନେପକାଇଛି ବୀଜୁଙ୍କ ସେଇ ଆତ୍ମବିଶ୍ବାସ ଓ ସାହସିକତାର କଥାକୁ । ବିଜେଡି ପକ୍ଷରୁ ବିଜୁ ଜୟନ୍ତୀରେ ବିଶାଳ କାର୍ୟ୍ୟକ୍ରମ କରାଯାଇଛି କଟକରେ ।
ବିଜୁଙ୍କ ଜନ୍ମ ସ୍ଥାନ କଟକରେ ଦଳ ପକ୍ଷରୁ ଆୟୋଜିତ ସଭାରେ ଦଳ ସୁପ୍ରିମୋ ନବୀନ ପଟନାୟକ ବାପାଙ୍କ ସ୍ମୃତି ଚାରଣ କରି କହିଛନ୍ତି ଏହି ସଫଳତା ପାଇଁ ସେ ୪ କୋଟି ଓଡିଆଙ୍କ ପାଖରେ ଋଣି । ବିଜୁ ବାବୁଙ୍କ ସ୍ମୃତି ଚାରଣ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ଵିଟ କରିଛନ୍ତି । କହିଛନ୍ତି ବିଜୁବାବୁ ଓଡ଼ିଶା ଓ ଭାରତର ବିକାଶ ଲାଗି ନିରବଚ୍ଛିନ୍ନ ଉଦ୍ୟମ କରିଥିଲେ ।
ଟ୍ଵିଟରେ ସେ ବିଜୁବାବୁଙ୍କ ଅସାଧାରଣ ସାହସର ସ୍ମୃତିଚାରଣ କରିବା ସହ ତତକାଳୀନ ବ୍ରିଟିଶ ସରକାରଙ୍କ ଅଧିନସ୍ଥ ଗୁଇନ୍ଦା ବ୍ୟୁରୋର ଏକ ଗୁପ୍ତ ରିପୋର୍ଟକୁ ସଂଲଗ୍ନ କରିଛନ୍ତି । ସେପଟେ ବିଜୁ ବାବୁଙ୍କ ୧୦୪ ତମ ଜୟନ୍ତୀ ଅବସରରେ ଏସ ସି ବି ମେଡିକାଲକୁ ବିଶ୍ବସ୍ତରୀୟ କରିବାଲାଗି ଶିଳାନ୍ୟାସ କରିଛନ୍ତି ନବୀନ। ସରକାରଙ୍କ ପକ୍ଷରୁ ପଞ୍ଚାୟତିରାଜ ଦିବସ ପାଳନ ବେଳେ ପକ୍କାଘର ଯୋଜନାରେ ଯୋଗ୍ୟତା କାର୍ଡ ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ। ଆଜି ସକାଳୁ ବିଜେଡି କାର୍ୟ୍ୟାଳୟ ଓ ବିଧାନସଭାରେ ବିଜୁଙ୍କ ଜନ୍ମ ଜୟନ୍ତି ପାଳନ ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons