ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଡିଜେଲ ଦର କମିବାରୁ ଖସିଛି ବସ୍ ଭଡ଼ା । ସ୍ୱୟଂକ୍ରିୟ ପଦ୍ଧତିରେ ବସ୍ ଭଡ଼ା କିଲୋମିଟର ପିଛା ୧ରୁ ୨ ପଇସା କମିଛି । ଅର୍ଡିନାରୀ ବସ୍ ଭଡ଼ା କିମି ପିଛା ୬୯ ପଇସା ଥିବାବେଳେ ଏହା ୬୮ ପଇସାକୁ ହ୍ରାସ ପାଇଛି । ଏକ୍ସପ୍ରେସ୍ ବସ୍ ଭଡ଼ା ୧ ପଇସା କମି କିଲୋମିଟର ପିଛା ୭୧ ପଇସା ହୋଇଛି । ଡିଲକ୍ସ ବସ୍ ଭଡ଼ା କିମି ପିଛା ୯୯ ପଇସା ଥିବାବେଳେ ଏହାକୁ ୯୮ ପଇସା କରାଯାଇଛି । ସେହିପରି ଏସି ଡିଲକ୍ସ ବସ୍ ଭଡ଼ା କିମି ପିଛା ୧ ଟଙ୍କା ୨୧ ପଇସା ଥିବାବେଳେ ଏହା ୧ ଟଙ୍କା ୧୯ ପଇସାକୁ ଖସି ଆସିଛି । ପରିବହନ କମିଶନଙ୍କ କାର୍ଯ୍ୟାଳୟ ତରଫରୁ ଏ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।
Comments are closed, but trackbacks and pingbacks are open.