ମୂର୍ତ୍ତି ଚୋରି: ଶିକ୍ଷୟିତ୍ରୀଙ୍କ ସମେତ ୪ ଗିରଫ

Get real time updates directly on you device, subscribe now.

ଭଞ୍ଜନଗର,(ବି.ବି.ନୁ୍ୟଜ୍): ଗାଲେରୀ କାଳୀ ମନ୍ଦିର ପରିସରରୁ କାଳୀ ମୂର୍ତ୍ତି ଚୋରି ଘଟଣାରେ ତାରସିଂ ପୁଲିସ ଜଣେ ଶିକ୍ଷୟିତ୍ରୀଙ୍କ ସମେତ ୪ଜଣକୁ ଗିରଫ କରି କୋର୍ଟ ଚାଲଣ କରାଯାଇଛି । ସେମାନଙ୍କ ଜାମିନ ନାମଞ୍ଜୁର କାରଣରୁ ଜେଲ ହାଜତକୁ ପଠାଇ ଦିଆଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ବ୍ରହ୍ମପୁରର କାଳୀ ପୂଜକ ଟୁଲୁ ଓରଫ ସବୀର ପଣ୍ଡା, କୁକୁଡ଼ାଖଣ୍ଡି ବିଜୁ ପଟ୍ଟନାୟକ ହାଇସ୍କୁଲର ଶିକ୍ଷୟିତ୍ରୀ ଟୁନା ପଣ୍ଡା ଘର ନିମଖଣ୍ଡି ମଞ୍ଜୁସରି ନଗର, ତାଙ୍କ ପୁଅ ଶିବାଶୀଷ ମହାପାତ୍ର(୨୪) ଓ ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ରଞ୍ଜାହଲି ଗ୍ରାମର କାର ଡ୍ରାଇଭର କୁନା ବେହେରା ।ଏହା ପଛରେ ଏକ ବିରାଟ ରାକେଟ୍ କାମ କରୁଥିବା ନେଇ ପୁଲିସ ସନେ୍ଦହ କରୁଥିବା ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ସନେ୍ଦହ କରିଛନ୍ତି ।
ସୂଚନାଯୋଗ୍ୟଯେ, ଗାଲେରୀ ଦଣ୍ଡକାଳୀ ମନ୍ଦିର ଶୁକ୍ରବାର ସକାଳ ଭକ୍ତଙ୍କ ଦର୍ଶନ ପାଇଁ ଖୋଲା ରହିଥିଲା । ସକାଳ ସାଢେ ୯ଟାରେ ବ୍ରହ୍ମପୁରର କେତେକ ବ୍ୟକ୍ତି କାରରେ ଆସି ମା’ଙ୍କ ଦର୍ଶନ କରିଥିଲେ । ମନ୍ଦିର ବେଢ଼ାର ଦକ୍ଷିଣ ପାଶ୍ୱର୍ରେ ଥିବା ଏକ ସିମେଣ୍ଟ ନିର୍ମିତ କାଳୀମୂର୍ତ୍ତି ଚୋରି କରିବା ସମୟରେ ଲୋକଙ୍କ ହାତରେ ଧରା ପଡ଼ିଥିଲେ ।
ମନ୍ଦିର ପରିସରରୁ ମୂର୍ତ୍ତି ଚୋରି ହୋଇଥିବା ନେଇ ଜଣାପଡ଼ିବା ପରେ ଲୋକାରଣ୍ୟ ହୋଇପଡିଥିଲା । ଗ୍ରାମବାସୀ କାର ସହ ସମସ୍ତ ଅଭିଯୁକ୍ତଙ୍କୁ କାବୁ କରିଥିଲେ । ଗାଲେରୀ ଫାଣ୍ଡି ଅଧିକାରୀ ବସନ୍ତ ମିଶ୍ର ପହଞ୍ଚିବା ସହ ତାରାସିଂ ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲଙ୍କୁ ଖବର ଦେଇଥିଲେ । ଗାଲେରୀ କାଳୀ ମନ୍ଦିର ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ଅଭିଯୋଗକୁ ଭିତ୍ତିକରି ମାମଲା ରୁଜୁ କରିଥିଲେ ।
ଅନ୍ୟପକ୍ଷରେ ହାଇସ୍କୁଲର ଶିକ୍ଷୟିତ୍ରୀ ଗିରଫ ହେବା ଘଟଣାରେ ଜିଲ୍ଲା ଶିକ୍ଷାଧିକାରୀ ଅମୂଲ୍ୟ ପ୍ରଧାନଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଘଟଣା ସତ୍ୟାସତ୍ୟ ଜଣାପଡ଼ିବା ପରେ କାର୍ଯ୍ୟାନୁÂାନ ଗ୍ରହଣ କରାଯିବ ବୋଲି କୁହାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons