ବିଜେଡିର ରାଜ୍ୟସଭା ପ୍ରାର୍ଥୀ : ସୁବାସ ସିଂ, ମୁନ୍ନା ଖାଁ, ମମତା ମହନ୍ତ ଓ ସୁଜିତ କୁମାରଙ୍କ ନାଁରେ ନବୀନଙ୍କ ମୋହର

Get real time updates directly on you device, subscribe now.

ଭୁବନେଶ୍ବର : ବିଜୁ ଜନତା ଦଳର ରାଜ୍ୟସଭା ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇଛି । ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ । ସୁବାସ ସିଂ, ମୁନ୍ନା ଖାଁ, ମମତା ମହାନ୍ତ ଓ ସୁଜିତ କୁମାର ବିଜୁ ଜନତା ଦଳରୁ ପ୍ରାର୍ଥୀ ହୋଇଛନ୍ତି । ତେବେ ରାଜ୍ୟସଭାକୁ ଯିବାକୁ ଆଶା ରଖିଥିବା ରମେଶ ଚ୍ୟାଉ ପଟ୍ଟନାୟକଙ୍କୁ ଏଥର ରାଜ୍ୟସଭା ଯିବାକୁ ସୁଯୋଗ ମିଳିନାହିଁ । ରମେଶ ଚ୍ୟାଉ ପଟ୍ଟନାୟକଙ୍କୁ କ୍ୟାବିନେଟ୍ ପାହ୍ୟା ମିଳିଛି । ଓଡିଶା ନିର୍ମାଣ ଶ୍ରମିକ ବୋର୍ଡର ଅଧ୍ୟକ୍ଷ ହୋଇଛନ୍ତି ରମେଶ ।
ବିଜେଡି ୩ଟି ଆସନ ଜିତିବା ନେଇ ସ୍ପଷ୍ଟ ବହୁମତ ରହିଛି । ୪ଟି ସିଟରୁ ଚତୁର୍ଥ ସିଟକୁ କିଏ ହାତେଇବ ​‌ସେଇଠି ଅଟକିଛି ଅଙ୍କ । ସଂଖ୍ୟା ଦୃଷ୍ଟିରୁ ତିନୋଟି ସିଟ୍ ବିଜେଡି ଜିତିବା ନିଶ୍ଚିତ । ବାକି ଚତୁର୍ଥ ସିଟ ସଂଖ୍ୟା ଦୃଷ୍ଟିରୁ ବି​ଜେଡି ଜିତିବ ନା ବଜେପି ନା କଂଗ୍ରେସ କାହା ସହ ମିଶିବ ତାଙ୍କୁ ନେଇ ଚାଲିଛି ଅଙ୍କକଷା । ରାଜ୍ୟସଭାରେ ଜିତିବା ପାଇଁ ଯେଉଁ ଫର୍ମୁଲା ରହିଛି। ସେହି ଫର୍ମୁଲା ଅନୁସାରେ ଓଡିଶାର ଖାଲି ପଡିଥିବା ୪ସିଟରୁ ପ୍ରତି ସିଟ ହାତେଇବାକୁ ଦରକାର ୩୦ବିଧାୟକଙ୍କ ଭୋଟ୍‌ ।
ଯେହେତୁ ବିଜେଡି ପାଖରେ ୧୧୩ ବିଧାୟକ ଅଛନ୍ତି ୯୦ବିଧାୟକ ସାହାଯ୍ୟରେ ୩ଟି ସିଟ ହାତେଇ ନେବ ଦଳ।ଚତୁର୍ଥ ସିଟ ପାଇଁ ଦରକାର ଆଉ ୭ଜଣ ବିଧାୟକଙ୍କ ଭୋଟ୍ । ସେପଟେ ସେହି ଚତୁର୍ଥ ସିଟ ହାତେଇବା ପାଇଁ ବିଜେପିକୁ ବି ଦରକାର ୭ବିଧାୟକଙ୍କ ସମର୍ଥନ।
ଏଭଳି ସ୍ଥିତିରେ ଯଦି ନିର୍ବାଚନ ହୁଏ କିଏ କାହାସହ ବୁଝାମଣା ନକରନ୍ତି ତେବେ ଚତୁର୍ଥ ସିଟରେ ମଧ୍ୟ ବିଜେଡି ବାଜିମାତ୍ କରିବ। କାରଣ ସେକେଣ୍ଡ ପ୍ରିଫରେନ୍ସ ଭୋଟ୍‌ରେ ବିଜେଡିକୁ ସବୁଠାରୁ ଅଧିକ ଭୋଟ୍ ମିଳିବ।ଯଦି କଂଗ୍ରେସ ରାଜ୍ୟସଭା ରେସ୍‌ରୁ ଦୁରେଇଯାଏ ତାହେଲେ ବିଜେଡିକୁ ସ୍ଥିତି ସୁହାଇବ। ବିନା ସେକେଣ୍ଡ ପ୍ରିଫରେନ୍ସ ଭୋଟ୍‌ରେ ହାତେଇ ନେବ ୪ରୁ ୪ସିଟ୍‌ ।
ସୂଚନାଯୋଗ୍ୟ ଯେ, ଓଡ଼ିଶାରୁ ଖାଲି ହେଉଥିବା ୪ଟି ରାଜ୍ୟସଭା ଆସନ ସମେତ ୧୭ଟି ରାଜ୍ୟର ୫୫ଟି ଆସନ ପାଇଁ ମାର୍ଚ୍ଚ ୨୬ ତାରିଖରେ ଭୋଟ୍ ଗ୍ରହଣ ହେବ । ଏପ୍ରିଲରେ ରଞ୍ଜୀବ ବିଶ୍ବାଳ, ସରୋଜିନୀ ହେମ୍ବ୍ରମ ଓ ନରେନ୍ଦ୍ର ସ୍ବାଇଁଙ୍କ କାର୍ୟ୍ୟକାଳ ସରୁଛି । ସେହିପରି ଅନୁଭବ ମହାନ୍ତି ଲୋକସଭାକୁ ନିର୍ବାଚିତ ହେବା ପରେ ତାଙ୍କ ଆସନ ମଧ୍ୟ ଖାଲି ପଡିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons