ରାଉରକେଲା ପୋଲିସ ନିକଟରେ ମାଓ ଦମ୍ପତ୍ତିଙ୍କ ଆତ୍ମସମର୍ପଣ

Get real time updates directly on you device, subscribe now.

ରାଉରକେଲା : ପୁଣି ଲାଲ ବହିନୀକୁ ଶକ୍ତ ଧକ୍କା । ମାଓ ଦମ୍ପତ୍ତି ପୋଲିସ ଆଗରେ ଆତ୍ମସମର୍ପଣ କରିଛନ୍ତି । ମାଏବାଦୀ ରାଜୁ କୟାମ ଓ ତାଙ୍କ ପତ୍ନୀ କଳ୍ପନା ମାରଲା ଶନିବାର ରାଉରକେଲା ପୋଲିସ ପାଖରେ ଆତ୍ମସମର୍ପଣ କରିଛନ୍ତି ।
ରାଜୁ ୨୦୧୧ ମସିହାରେ ମାଓ ସଙ୍ଗଠନରେ ସାମିଲ ହୋଇଥିବା ବେଳେ କଳ୍ପନା ୨୦୧୪ରେ ମାଓ ସଙ୍ଗଠନରେ ସାମିଲ ହୋଇଥିଲେ । ଉଭୟ ଓଡିଶା ଝାରଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲରେ ମାଓ ସଦସ୍ୟ ଭାବେ ସକ୍ରିୟ ଥିଲେ ।
ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଉଭୟଙ୍କୁ ସରକାରୀ ନିୟମ ଅନୁସାରେ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବେ ବୋଲି ରାଉରକେଲା ଏସପି କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons