ଦୁଇ ବାଇକ୍ ମୁହାଁମୁହିଁ: ଚାଲିଗଲା ୩ ଜୀବନ

Get real time updates directly on you device, subscribe now.

ବାଲିଆପାଳ,(ବି.ବି.ନୁ୍ୟଜ୍): ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ବାଲିଆପାଳ-ବସ୍ତା ରାସ୍ତାର ଖାଳମୁହାଁଣି ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ରବିବାର ସକାଳ ପ୍ରାୟ ୧୦ଟାରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୩ ବାଇକ ଆରୋହୀଙ୍କ ମୃତୁ୍ୟ ଘଟିଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ପ୍ରଚଣ୍ଡ ଶବ୍ଦ ସହ ବାଇକ୍ ଦୁଇଟି ପିଚୁ ରାସ୍ତାରେ ପାଖାପାଖି ଶହେ ଫୁଟ ଦୂରକୁ ଛିଟିକି ଖଣ୍ଡ ଖଣ୍ଡ ହୋଇ ଯାଇଥିଲା । ଦୁଇଟି ବାଇକ୍ରେ ଥିବା ୩ଜଣ ଯୁବକ ଛିଟିକି ପଡ଼ିଥିଲେ । ଘଟଣା ସ୍ଥଳରେ ବାଇକ୍ ଆରୋହୀ ଜଳେଶ୍ୱର ଥାନା ଆରୁହା ଗ୍ରାମର ବିଶ୍ୱେଶ୍ୱର ବେହେରାଙ୍କ ପୁଅ ରାଜେଶ (୩୨)ଙ୍କ ମୃତୁ୍ୟ ଘଟିଥିବା ବେଳେ ଅନ୍ୟ ବାଇକ୍ରେ ଯାଉଥିବା ବାଲିଆପାଳ ଥାନା ସାନ ମହିଷାଡ଼ିÿି ଗ୍ରାମର ପଦ୍ମନାଭ ପାତ୍ରଙ୍କ ପୁଅ ଗଙ୍ଗାଧର (୩୪) ଓ ପଦ୍ମଲୋଚନ ପଣ୍ଡିତଙ୍କ ପୁଅ ଶଙ୍କର (୨୮) ଗୁରୁତର ଆହତ ହୋଇଥିଲେ । ସେମାନଙ୍କ ମୁଣ୍ଡ ଓ ଛାତିରେ ଗଭୀର ଆଘାତ ଲାଗିବା ସହ ଗୋଡ଼ ଭାଂଗି ଯାଇଥିଲା । ସ୍ଥାନୀୟ ଲୋକଙ୍କ ସହାୟତାରେ ଦୁହିଙ୍କୁ ଆମ୍ବୁଲାନ୍ସ ଯୋଗେ ବାଲିଆପାଳ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଥିଲା । ହେଲେ ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଏହାକୁ ନେଇ କିଛି ସମୟ ପାଇଁ ମୁଖ୍ୟ ରାସ୍ତାରେ ଟ୍ରାଫିକ୍ ଜାମ୍ ହୋଇ ଯାଇଥିଲା । ବାଲିଆପାଳ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହଟିକୁ ଜବତ କରିବା ସହ ଉତ୍ତ୍ୟକ୍ତ ଲେକମାନଙ୍କୁ ବୁଝାସୁଝା କରିଥିଲେ । ଡାକ୍ତରଖାନା ପରିସରରେ ସମ୍ପର୍କୀୟମାନେ ପହଞ୍ଚିବା ପରେ ସେଠାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଏହି ଘଟଣାରେ ପୁଲିସ କେସ୍ ନମ୍ବର ୬୬/୨୦ରେ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ କରୁଛି । ତିନି ମୃତଦେହ ବାଲିଆପାଳ ମେଡିକାଲରେ ବ୍ୟବଚ୍ଛେଦ ହେବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଦୁର୍ଘଟଣାଗ୍ରସ୍ତ ହିରୋ ସିଡି ଡିଲକ୍ସ ଓଡି୦୧ଡବ୍ଲୁ- ୫୦୭୯ ଓ ନୂଆ ହୋଣ୍ଡା ଲିଭୋ ବାଇକ୍କୁ ପୁଲିସ ଜବତ କରିଛି । ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କେହି ବି ବାଇକ ଆରୋହୀ ହେଲ୍ମଟ୍ ପିନ୍ଧି ନଥିଲେ । ଏହା ସହିତ ନୂଆ ହୋଣ୍ଡା ଲିଭୋ ଚଳାଉଥିବା ରାଜେଶ ବାଇକ ଚଲାଇଲାବେଳେ ଫୋନରେ କଥା ହେଉଥିବା ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି । ଅନ୍ୟମନସ୍କ ଯୋଗୁ ତାଙ୍କ ବାଇକ୍ ଅନ୍ୟ ବାଇକ୍ ସହ ଧକ୍କା ହୋଇଥିଲା । କେବଳ ସରକାରୀ ନିୟମ ପାଇଁ ନୁହେଁ, ନିଜ ଜୀବନର ସୁରକ୍ଷା ପାଇଁ ହେଲ୍ମେଟ୍ ପିନ୍ଧିବା ଯେ ନିତାନ୍ତ ଜରୁରି, ତାହା ଆଜିର ଦୁର୍ଘଟଣା ପ୍ରମାଣ କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons