ୟେସ୍ ବ୍ୟାଙ୍କ ପ୍ରତିÂାତା ରାଣା କପୁର ଗିରଫ

Get real time updates directly on you device, subscribe now.

ମୁମ୍ବାଇ: ୟେସ୍ ବ୍ୟାଙ୍କ ମାମଲାରେ ଏହାର ପ୍ରତିÂାତା ରାଣା କପୁରଙ୍କ ଅଡୁଆ ବଢ଼ିବାରେ ଲାଗିଛି । ଶୁକ୍ରବାର ସନ୍ଧ୍ୟାରୁ ଲଗାତର ୩୦ ଘଣ୍ଟା ଧରି ମାରାଥନ୍ ଜେରା ପରେ ଶନିବାର ବିଳମ୍ବିତ ରାତିରେ ପ୍ରବର୍ତ୍ତନ ନିଦେ୍ର୍ଧଶାଳୟ (ଇଡି) ତାଙ୍କୁ ଗିରଫ କରିଛି । ଏହାପରେ ମୁମ୍ବାଇର ଏକ କୋର୍ଟଙ୍କ ନିଦେ୍ର୍ଧଶକ୍ରମେ ଇଡି କପୁରଙ୍କୁ ଆସନ୍ତା ୧୧ ତାରିଖ ଯାଏଁ ନିଜ ହେପାଜତକୁ ନେଇଛି । କେନ୍ଦ୍ରୀୟ ତଦନ୍ତ ବୁ୍ୟରୋ (ସିବିଆଇ) ମଧ୍ୟ ଏହି ମାମଲାରେ ପୃଥକ୍ ତଦନ୍ତ ଆରମ୍ଭ କରିବ ବୋଲି ଜଣାପଡ଼ିଛି ।
କପୁରଙ୍କ ବ୍ୟତୀତ ତାଙ୍କ ପତ୍ନୀ ଏବଂ ୩ ଝିଅଙ୍କୁ ମଧ୍ୟ ଇଡି ପଚରାଉଚରା କରିଛି । ରବିବାର ସନ୍ଧ୍ୟାରେ କପୁରଙ୍କ ଝିଅ ରୋଶନି କପୁରଙ୍କୁ ମୁମ୍ବାଇ ବିମାନବନ୍ଦରରେ ଅଟକ ରଖାଯାଇଛି । ସେ ଦେଶ ଛାଡ଼ି ଲଣ୍ଡନ ପଳାଇବାକୁ ବସିଥିଲେ । କିନ୍ତୁ ବ୍ରିଟିସ୍ ଏୟାରୱେଜ୍ ବିମାନରେ ଚଢ଼ିବା ପୂର୍ବରୁ ଧରାପଡ଼ିଥିଲେ । କପୁର ପରିବାର ବିରୋଧରେ ପୂର୍ବରୁ ଲୁକ୍ ଆଉଟ୍ ନୋଟିସ୍ ଜାରି କରାଯାଇଥିଲା । ରୋଶ୍ନିଙ୍କ କମ୍ପାନି ଡିୟୁଭିଆଇପିଏଲ୍ ଏବେ ଇଡି ସ୍କାନରରେ ରହିଛି ।
ଇଡି ଏବେ କପୁର ପରିବାରର ବିଭିନ୍ନ ସମ୍ପତ୍ତି ଉପରେ ଯାଞ୍ଚ ଜୋରଦାର କରିଛି । ଲଣ୍ଡନରେ କପୁର ପରିବାର ଏତେ ମହଙ୍ଗା ସମ୍ପତ୍ତି କେମିତି କିଣିଲା, ଇଡି ତାହା ଜାଣିବାକୁ ଚାହୁଁଛି । ବ୍ୟାଙ୍କ ଜାଲିଆତିରୁ ପ୍ରାପ୍ତ ଅର୍ଥ ଦ୍ୱାରା ଲଣ୍ଡନରେ ସମ୍ପତ୍ତି କିଣାଯାଇଥିବା ଏହା ସନେ୍ଦହ କରୁଛି । ତେଣୁ ଏ ବାବଦ ସମସ୍ତ ଦସ୍ତାବିଜକୁ ଏହା ଘାଣ୍ଟିବାରେ ଲାଗିଛି ।
ମିଳିଥିବା ଖବରରୁ ଜଣାପଡ଼ିଛି, ଇଡି ରାଡାରରେ କପୁର ପରିବାରର ପାଖାପାଖି ୨,୦୦୦ କୋଟି ଟଙ୍କାର ନିବେଶ, ୪୪ ମହଙ୍ଗା ପେଣ୍ଟିଙ୍ଗ୍ ଏବଂ ୨୦ ସେଲ୍ ବା ଭୂତ କମ୍ପାନି ରହିଛି । ଏହି ସେଲ୍ କମ୍ପାନିଗୁଡ଼ିକ ସହାୟତାରେ କପୁର ଏବଂ ତାଙ୍କ ପରିବାର ସଦସ୍ୟଙ୍କ ନିକଟକୁ ବିପୁଳ ଅର୍ଥ ସ୍ଥାନାନ୍ତର କରାଯାଇଥିଲା ।
ଇଡି ଆହୁରି ଜାଣିବାକୁ ଚାହୁଁଛି ଯେ ୨୦୧୯ ନଭେମ୍ବରରେ ଏମିତି କ’ଣ ଘଟିଲା ରାଣା କପୁର ୟେସ୍ ବ୍ୟାଙ୍କରେ ଥିବା ନିଜର ସମସ୍ତ ଅଂଶଧନ ବିକି୍ର କରିଦେଲେ । ପୂର୍ବରୁ ସେ ନିଜ ସେୟାର ବିକିବେ ନାହିଁ ବୋଲି କହିବୁଲୁଥିଲେ । ଏମିତି କି ଏହି ସେୟାରକୁ ସେ ହୀରା ବୋଲି ବିବେଚନା କରୁଥିଲେ । କିନ୍ତୁ ୨୦୧୯ ନଭେମ୍ବରରେ ସେୟାର ବିକି୍ର କରିଦେଇଥିଲେ । ୨୦୧୯ ଅଗଷ୍ଟରେ ବ୍ୟାଙ୍କର ସେୟାର ପିଛା ମୂଲ୍ୟ ୪୦୪ ଟଙ୍କା ଥିଲା । ଗତ ଶୁକ୍ରବାର ଏହା ୫.୬୫ ଟଙ୍କାକୁ ଖସିଆସିଛି । ସେୟାର ମୂଲ୍ୟରେ ଏଭଳି ବଡ଼ ଧରଣର ହ୍ରାସ ଯୋଗୁ ୟେସ୍ ବ୍ୟାଙ୍କର ବଜାର ମୂଲ୍ୟ ୭,୯୪୩ କୋଟି ଟଙ୍କା ହ୍ରାସ ପାଇଛି ।
ସୂଚନା ମୁତାବକ ୟେସ୍ ବ୍ୟାଙ୍କରୁ ଋଣ ନେଉଥିବା କର୍ପୋରେଟ୍ ସଂସ୍ଥାଗୁଡ଼ିକ ନିକଟରୁ କପୁର ପରିବାରର ସେଲ୍ କମ୍ପାନିଗୁଡ଼ିକ ଲାଞ୍ଚ ଗ୍ରହଣ କରିଥାନ୍ତି । ଏପରିକି ଦେବାଳିଆ ବାସଗୃହ ଋଣ ଯୋଗାଣକାରୀ ସଂସ୍ଥା ଡିଏଚ୍ଏଫ୍ଏଲ୍ ୟେସ୍ ବ୍ୟାଙ୍କରୁ ୩,୭୦୦ କୋଟି ଟଙ୍କାର ଋଣ ଖିଲାପ କରିବା ପରେ କପୁରଙ୍କ ପାରିବାରିକ ବ୍ୟବସାୟକୁ ୬୦୦ କୋଟି ଟଙ୍କା ଦେଇଥିବା ଜଣାପଡ଼ିଛି ।
ଖାଲି ସେତିକି ନୁହେଁ, କପୁରଙ୍କ ପରିବାର ଲୋକଙ୍କ ଦ୍ୱାରା ପରିଚାଳିତ ହେଉଥିବା ଭୂତ କମ୍ପାନିଗୁଡ଼ିକ ବିଭିନ୍ନ ସମ୍ପତ୍ତିରେ ୨,୦୦୦ କୋଟି ଟଙ୍କା ନିବେଶ କରିଥିଲେ । ଏବେ ଉକ୍ତ ସମ୍ପତ୍ତିଗୁଡ଼ିକର ମୂଲ୍ୟ ୫,୦୦୦ କୋଟି ଟଙ୍କାରୁ ଅଧିକ ହେବ । ରାଣା କପୁର ଲଣ୍ଡନରେ ୨ଟି ଦାମୀ ସମ୍ପତ୍ତି କିଣିଛନ୍ତି । ଇଡି ଏବେ ତା’ର ଖିଅ ଖୋଜିବାରେ ଲାଗିଛି ।
ଇଡି ରାଣା କପୁରଙ୍କୁ ୪ ଦିନ ପାଇଁ ରିମାଣ୍ଡରେ ନେଇଥିବା ବେଳେ ତାଙ୍କ ବିରୋଧରେ ପୃଥକ୍ ତଦନ୍ତ ଲାଗି ସିବିଆଇ ସଜବାଜ ଆରମ୍ଭ କରିଦେଇଛି । ତେଣୁ ତାଙ୍କ ଅଡୁଆ ବଢ଼ିଯାଇଛି । ସୂତ୍ର ମୁତାବକ ସିବିଆଇ ଏବେ ରାଣା କପୁରଙ୍କ ବାବଦରେ ତଥ୍ୟ ଏକାଠି କରୁଛି । ଏହି ତଥ୍ୟକୁ ଆଧାର କରି ସିବିଆଇ ନିଜ ତଦନ୍ତକୁ ଆଗେଇନେବ । ଇତିମଧ୍ୟରେ ମାମଲା ଦାଏର ହୋଇସାରିଥିବା ଜଣାପଡ଼ିଛି ।
କୁହାଯାଉଛି ଯେ ଆପରାଧିକ ଷଡ଼୍ୟନ୍ତ୍ର, ଠକେଇ, ଏବଂ ତଥାକଥିତ ଦୁର୍ନୀତି ଅଭିଯୋଗରେ କପୁରଙ୍କ ବିରୋଧରେ ମାମଲା ହୋଇଛି । ସେହି ଆଧାରରେ ସିବିଆଇ ତଦନ୍ତ କରିବ । ତେବେ ସିବିଆଇ ପକ୍ଷରୁ ଏ ବାବଦରେ ବିଧିବଦ୍ଧ ଭାବେ କିଛି କୁହାଯାଇ ନାହିଁ । ଏହାକୁ ଗୋପନ ରଖାଯାଇଛି ।
ଉଲ୍ଲେଖଥାଉ କି ଭାରତର ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାରେ ରାଣା କପୁର ଖୁବ୍ କମ୍ ସମୟରେ ଚର୍ଚ୍ଚାର ପରିସରକୁ ଆସିଥିଲେ । ୟେସ୍ ବ୍ୟାଙ୍କକୁ ସେ ଶ୍ରେÂ ୫ଟି ବ୍ୟାଙ୍କ ମଧ୍ୟରେ ସାମିଲ କରାଇ ପାରିଥିଲେ । ବ୍ୟାଙ୍କକୁ ସେ କୋଟକ୍ ଏବଂ ଏଚ୍ଡିଏଫ୍ସି ବ୍ୟାଙ୍କ ଭଳି କରିବାକୁ ଲକ୍ଷ୍ୟ ରଖିଥିଲେ । ଦ୍ରୁତ ଅଭିବୃଦ୍ଧି ପାଇଁ ସେ ଏଭଳି କର୍ପୋରେଟ୍ ସଂସ୍ଥାଙ୍କୁ ଋଣ ଦେବା ଆରମ୍ଭ କରିଥିଲେ, ଯେଉଁମାନଙ୍କୁ ଅନ୍ୟ ପ୍ରମୁଖ ବ୍ୟାଙ୍କଗୁଡ଼ିକ ନିକୃଷ୍ଟ ପ୍ରଦର୍ଶନ ପାଇଁ ଋଣ ଦେବାକୁ ମନାକରିଦେଇଥିଲେ । କିନ୍ତୁ ପରମୁହୂର୍ତ୍ତରେ ଏହା ୟେସ୍ ବ୍ୟାଙ୍କକୁ ଆର୍ଥିକ ସଂକଟ ମଧ୍ୟକୁ ଠେଲିଦେଇଥିଲା ।
ଗତ ଗୁରୁବାର ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ୟେସ୍ ବ୍ୟାଙ୍କକୁ ନିଜ ନିୟନ୍ତ୍ରଣକୁ ନେଇଥିଲା । ଏହାର ବୋର୍ଡକୁ ଭାଙ୍ଗିଦେଇଥିଲା । ବ୍ୟାଙ୍କ୍ର ଜମାକାରୀ ମାସକ ମଧ୍ୟରେ ୫୦,୦୦୦ ଟଙ୍କାରୁ ଅଧିକ ଉଠାଇ ପାରିବେ ନାହିଁ ବୋଲି କୁହାଯାଇଥିଲା । ବ୍ୟାଙ୍କର ପ୍ରଶାସକ (ଆଡ୍ମିନିଷ୍ଟେ୍ରଟର) ଭାବେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ପୂର୍ବତନ ମୁଖ୍ୟ ଆର୍ଥିକ ଅଧିକାରୀ (ସିଏଫ୍ଓ) ପ୍ରଶାନ୍ତ କୁମାରଙ୍କୁ ଦାୟିତ୍ୱ ଦିଆଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons