ଭଦ୍ରକ: ଚୋରା ମଦ ପିଇ ମାତାଲିଙ୍କ ଉତ୍ପାତରେ ଦେଖି ରାଗିଲେ ମହିଳା ଦଳ । ମଦ ଦୋକାନ ଘର ଭାଙ୍ଗିବା ସହ ଦେଶୀ ମଦ ନଷ୍ଟ କରିଛନ୍ତି । ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ତଳଗୋପବିନ୍ଧା ପଞ୍ଚାୟତ ନରସିଂହପୁର ଗାଁରେ ଘଟିଛି ଘଟଣା ।
ସୂଚନାଯୋଗ୍ୟ ଯେ, ନରସିଂହପୁର ଗାଁର ଦୀର୍ଘଦିନ ହେବ ମଦ କରାବା ନେଇ ଗ୍ରାମବାସୀମାନେ ବାରମ୍ବାର ପ୍ରଶାସନକୁ ଜଣାଉଥିଲା । କିନ୍ତୁ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା । ସୋମବାର ଦିନ ରାତିରେ ମଦ ପିଇ କିଛି ଯୁବକ ସାଧାରଣ ଲୋକଙ୍କୁ ଗାଳିଗୁଲଜ କରିଥିଲେ ।
ଯାହାକୁ ନେଇ ମହିଳା ମାନେ ସଂପୃକ୍ତ ମଦ ବେପାରୀଙ୍କ ସହ ଯୁକ୍ତିତର୍କ ହୋଇଥିଲା। ମହିଳାଙ୍କ କଥା ନଶୁଣିବାରୁ ଶେଷରେ ମହିଳା ମାନେ ଓ ଗ୍ରାମବାସୀ ଘରେ ରଖିଥିବା ମଦ ଗୁଡ଼ିକ ପିଟି ପିଟି ଭାଙ୍ଗି ଦେଇଥିବାର ସୁଚନା ମିଳିଛି ।
Comments are closed, but trackbacks and pingbacks are open.