ବୌଦ୍ଧ: ପରିବହନ ନିୟମ ଉଲଂଘନ ଅଭିଯୋଗରେ ବସ୍କୁ ହେଲା ଜରିମାନା। ପୁଣି ଏକ ଯାତ୍ରୀବାହୀ ଉପରେ ବଡ଼ ଫାଇନ ଲଗାଇଛନ୍ତି ପରିବହନ ଅଧିକାରୀ, କାଟିଛନ୍ତି ଚାଲାଣ। ଖୁଣ୍ଟିଗୋରା ରୁ ବରଗଡ଼ ଯାଉଥିବା ‘ବୁଢ଼ୀମା ନାମକ’ ଏହି ଯାତ୍ରୀବାହୀ ବସକୁ ୭ ଲକ୍ଷ ୭ ହଜାର ୨୩୦ ଟଙ୍କାର ଫାଇନ କରିଛନ୍ତି ବୌଦ୍ଧ RTO। ସାରା ଦେଶରେ ଲାଗୁ ହୋଇଥିବା ପରିବହନ ନିୟମରୁ ବସ୍ଟି ସଂଖ୍ୟାଧିକ ନିୟମ ଉଲଂଘନ କରିଥିବା ଜଣାଯାଇଛି।
ଖବର ଅନୁଯାୟୀ, ବସ୍ଟିର ରେଜିଷ୍ଟ୍ରେସନ ନଥିଲା ବା ପଞ୍ଜିକରଣ ହୋଇ ନଥିଲା। ଏଥପାଇଁ ସଡ଼କ ପରିବହନ ଅଧିକାରୀ ୫ ହଜାର ଟଙ୍କା ଜରିମାନା କରିଛନ୍ତି। ସେହିପରି ସାଧାରଣ ଅଭିଯୋଗରେ ୫ ହଜାର ଟଙ୍କା ଜରିମାନା ହୋଇଥିବା ବେଳେ ବସ୍ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସର ବୈଧ ସମୟ ଅତିବାହିତ ହୋଇ ସାରିଥିଲା।
ସେହିପରି ଡ୍ରାଇଭିଂ ଲାଇସେନ୍ସ ପାଇଁ ୫ ହଜାର ଟଙ୍କା ଜରିମାନା ହୋଇଛି। ସେହିପରି ବସ୍ର ପଲ୍ୟୁସନ ପ୍ରମାଣପତ୍ର, ପରମିଟ୍ କିମ୍ବା ବୀମା ସାର୍ଟିଫିକେଟ୍ ନଥିବା ଧଡ଼ପଗଡ଼ ବେଳେ ଜଣାପଡ଼ିଥିଲା। ସେଥିପାଇଁ ଆର୍ଟିଓ ଯଥାକ୍ରମେ ୧୦ ହଜାର, ୧୦ ହଜାର ଏବଂ ୨ ହଜାର ଟଙ୍କା ଜରିମାନ କରିଛନ୍ତି। କିନ୍ତୁ ଏହା ବାଦେ ବକେୟ ଟିକସ ଓ ଫାଇନ ବାବଦକୁ ୬ ଲକ୍ଷ ୭୪ ହଜାର ୭୩୦ ଟଙ୍କା ଜରିମାନା କଷିଛନ୍ତି ଆର୍ଟିଓ। ଏହିପରି ଭାବରେ ବସ୍ଟିର ଚାଳକ ତଥା ମାଲିକ ବିନ୍କାର ସଞ୍ଜୀବ ସାହୁଙ୍କୁ ମୋଟ୍ ୭ ଲକ୍ଷ ୭ ହଜାର ୨୩୦ ଟଙ୍କାର ଫାଇନ୍ ରସିଦ୍ ଧରାଇଛନ୍ତି ପରିବହନ ଅଧିକାରୀ।
Comments are closed, but trackbacks and pingbacks are open.