ଭୋପାଲ : ମଧ୍ୟପ୍ରଦେଶ ରାଜନୀତିରେ ଗୁରୁବାର ନୂଆ ମୋଡ ଆସିଛି। ବିଧାନସଭା ବାଚସ୍ପତି ଏନ.ପି. ପ୍ରଜାପତି ଇସ୍ତଫା ଦେଇଥିବା ୨୨ କଂଗ୍ରେସ ବିଧାୟକଙ୍କୁ ନୋଟିସ୍ ଜାରି କରିଛନ୍ତି। ଏଥିରେ ବାଚସ୍ପତି ସେମାନଙ୍କୁ ଶୁକ୍ରବାର ସୁଦ୍ଧା ବ୍ୟକ୍ତିଗତ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ସେମାନେ ଦଳରୁ ସ୍ୱେଚ୍ଛାକୃତ ଇସ୍ତଫା ଦେଇଛନ୍ତି ନା ଚାପରେ ପଡି ଇସ୍ତଫା ଦେଇଛନ୍ତି ତାହା ସ୍ପଷ୍ଟ କରନ୍ତୁ ବୋଲି କହିଛନ୍ତି।
ସେପଟେ ବିଜେପି ମାର୍ଚ୍ଚ ୧୬ ତାରିଖ ଦିନ ବିଧାନସଭାରେ ସରକାରଙ୍କ ସଂଖ୍ୟାମତ ପ୍ରମାଣ ଲାଗି ବାଚସ୍ପତିଙ୍କୁ ନିବେଦନ କରିବ ବୋଲି ଗୁରୁବାର କହିଛି। ତେବେ ୨୨ ଜଣ ବିଧାୟକଙ୍କ ଇସ୍ତଫା ନେଇ ନିଷ୍ପତ୍ତି ପରେ ହିଁ ଯାହା ହେବ ବୋଲି ଏବେ ଜଣାପଡିଛି। ବାଚସ୍ପତି ବିଧାୟକଙ୍କୁ ଜାରି କରିଥିବା ନୋଟିସ୍ରେ ଇସ୍ତଫା ପୂର୍ବରୁ ସେମାନେ କାହିଁକି ତାଙ୍କୁ ଭେଟିନାହାନ୍ତି ବୋଲି ପ୍ରଶ୍ନ ମଧ୍ୟ କରିଛନ୍ତି।
ତେବେ ସେମାନଙ୍କୁ ଶୁକ୍ରବାର ସୁଦ୍ଧା ହାଜର ହୋଇ ସ୍ପଷ୍ଟ କରିବାକୁ ବାଚସ୍ପତି ନୋଟିସ କରିଥିବା ବିଧାନସଭା ପ୍ରମୁଖ ଶାସନ ସଚିବ ଏ.ପି.ସିଂହ କହିଛନ୍ତି। ସୂଚନା ଯୋଗ୍ୟଯେ କଂଗ୍ରେସରୁ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଇସ୍ତଫା ପରେ ୧୫ ମାସର କମଲ ନାଥ ସରକାର ଏବେ ସଙ୍କଟରେ ପଡିଯାଇଛି। ସିନ୍ଧିଆଙ୍କ ସହ ୨୨ ଜଣ ବିଧାୟକ ଇସ୍ତଫା ଦେବା ଯୋଗୁ ସରକାର ବହୁମତ ହରାଇଛନ୍ତି।
Comments are closed, but trackbacks and pingbacks are open.