ବ୍ରହ୍ମପୁର: ମହଙ୍ଗା ପଡ଼ିଲା ବାହାରେ ଅଳିଆ, ଆବର୍ଜନା ଫିଙ୍ଗିବା। ବାହାରେ ଅଳିଆ, ଆବର୍ଜନା ଫିଙ୍ଗିବା ଅଭିଯୋଗରେ ଏକ ଦେଶୀ ମଦ ଭାଟିକୁ ୧ ଲକ୍ଷ ଟଙ୍କା ଜରିମାନା କରାଯାଇଛି। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର କର୍ପୋରେସନ ରୋଡ୍ରେ ଥିବା ଏକ ଦେଶୀମଦ ଭାଟିକୁ ଏହି ଜରିମାନା କରିଛନ୍ତି ଜିଲ୍ଲାପାଳ। ଏହାସହ ଅନ୍ୟ ୪ ଜଳଖିଆ ଦୋକାନକୁ ୧୦ ହଜାର ଟଙ୍କା ଲେଖାଏ ମଧ୍ୟ ଜରିମାନା କରାଯାଇଛି।
ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା ଆଜି ସକାଳେ ସାଇକେଲ୍ରେ ବୁଲି ସଫେଇ କାର୍ୟ୍ୟ ତଦାରଖ ପାଇଁ ବାହାରିଥିଲେ। ଏହି ସମୟରେ କର୍ପୋରେସନ ରୋଡ୍ରେ ଥିବା ଏକ ଦେଶୀମଦ ଭାଟି ସାମ୍ନାରେ ଅଳିଆ, ଆବର୍ଜନା ଇତ୍ୟାଦି ପଡ଼ିଥିଲା। ଯାହାକି ଜିଲ୍ଲାପାଳଙ୍କ ନଜରରେ ପଡ଼ିଥିଲା। ଏହାଦେଖି ଜିଲ୍ଲାପାଳ ଉକ୍ତ ଦେଶୀ ମଦ ଭାଟିକୁ ୧ ଲକ୍ଷ ଟଙ୍କା ଜରିମାନା କରିଥିଲେ।
ଏହା ପୂର୍ବରୁ ମଧ୍ୟ ଜିଲ୍ଲାପାଳ ଆଉ ଏକ ବିଦେଶୀ ମଦ ଦୋକାନକୁ ୧ ଲକ୍ଷ ଟଙ୍କା ଜରିମାନା କରିଥିଲେ।
Comments are closed, but trackbacks and pingbacks are open.