ଓଡ଼ିଶାରେ କରୋନା ରୋଗୀ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଓଡ଼ିଶାର ପ୍ରଥମ କରୋନା ରୋଗୀ ଟିହ୍ନଟ ହୋଇଛନ୍ତି । ଚିହ୍ନଟ ରୋଗୀଙ୍କୁ ରାଜଧାନୀର କ୍ୟାପିଟାଲ ହସ୍ପିଟାଲ ଆଇସୋଲେସନ୍ ୱାର୍ଡରେ ରଖି ଚିକିତ୍ସା କରାଯାଉଛି । ଗତକାଲି ତାଙ୍କ ରକ୍ତ ଓ ସ୍ୱାବ୍ ନମୁନା ଆରଏମ୍ଆର୍ସିକୁ ପଠାଯାଇଥିଲା । ତାଙ୍କ ରିପୋର୍ଟ ପଜଟିଭ୍ ଆସିଛି । ତାଙ୍କ ସଂସ୍ପର୍ଶରେ ଆସିଥିବା ୧୨୯ ଜଣଙ୍କ ମଧ୍ୟରୁ ୫୩ ଜଣଙ୍କୁ ଚିହ୍ନଟ କରାଯାଇଛି । ଚିହ୍ନଟ ବ୍ୟକ୍ତିଙ୍କ ଉପରେ ସରକାର ତୀକ୍ଷ୍ଣ ନଜର ରଖିବା ସହ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ବ୍ୟବସ୍ଥା କରୁଛନ୍ତି । ସରକାରଙ୍କ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ସୁବ୍ରତ୍ ବାଗ୍ଚୀ ଏହି ସୂଚନା ଦେଇଛନ୍ତି ।
କରୋନା ପଜିଟିଭ୍ ବ୍ୟକ୍ତିଙ୍କ ସଂପର୍କରେ ବିସ୍ତୃତ ସୂଚନା ଦେଇ ଶ୍ରୀ ବାଗ୍ଚୀ କହିଛନ୍ତି, ଆକ୍ରାନ୍ତ ଯୁବକ ଜଣକ ଗତ ୬ ତାରିଖରେ ଇଟାଲୀରୁ ଦିଲ୍ଲୀ ଫେରିଥିଲେ । ତାଙ୍କୁ ନୂଆଦିଲ୍ଲୀରେ କିଛି ଦିନ କ୍ୱାରେଣ୍ଟାଇନ୍ରେ ରଖାଯାଇଥିଲା । ୧୨ ରେ ସେ ଟ୍ରେନ୍ରେ ସିଧା ଭୁବନେଶ୍ୱର ଆସିଥିଲେ । ୧୩ ତାରିଖରେ ସେ ଭୁବନେଶ୍ୱରରେ ପହଞ୍ଚିଥିଲେ । ଘରେ ପହଞ୍ଚିବା ପରେ ଅସୁସ୍ଥ ଅନୁଭବ କରିଥିଲେ । ପାଖରେ ଥବା ଏକ ଘରୋଇ କ୍ଲିନିକ୍କୁ ଯାଇ ଦେଖାଇଥିଲେ । କିନ୍ତୁ କାଶ ଓ ଥଣ୍ଡା ନ କମିବାରୁ ସେ କ୍ୟାପିଟାଲ ହସ୍ପିଟାଲ ଯାଇଥିଲେ । ସେ ଇଟାଲୀରୁ ଫେରିଥିବା କ୍ୟାପିଟାଲ ହସ୍ପିଟାଲ ଡାକ୍ତର ଜାଣିବା ପରେ ତାଙ୍କୁ ତକ୍ରାଳ ଆଇସୋଲେସନ୍ ୱାର୍ଡରେ ଭର୍ତ୍ତି କରାଯାଇଥିଲା । ଗତକାଲି ରାତିରେ ତାଙ୍କ ନମୁନା ରିପୋର୍ଟ ପଜିଟିଭ୍ ଥିବା ସ୍ପଷ୍ଟ ହୋଇଥିଲା ।
ତେବେ ସେ ଟ୍ରେନ୍ରେ ଘରକୁ ଫେରିବା ଭିତରେ ତାଙ୍କ ସଂସ୍ପର୍ଶରେ ମୋଟ ୧୨୯ ଜଣ ଆସିଛନ୍ତି । ଟ୍ରେନ୍ରୁ ଓହ୍ଲାଇବା ପରେ ସେ ୫୩ ଜଣଙ୍କ ସଂସ୍ପର୍ଶରେ ଆସିଥିବା ବେଳେ ଟ୍ରେନ୍ ବଗିରେ ୭୬ ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି । ୫୩ ଜଣଙ୍କୁ ସରକାର ଚିହ୍ନଟ କରିଥିବା ବେଳେ ଟ୍ରେନ୍ ବଗିରେ ଥିବା ଯାତ୍ରୀଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଉଛି । ଏହାବାଦ୍ ସେ ଯେଉଁ ଘରୋଇ କ୍ଲିନିକ୍କୁ ଯାଇଥିଲେ ତାକୁ ଆଜି ସିଲ୍ କରି ଦିଆଯାଇଛି । କ୍ଲିନିକ୍ର ଡାକ୍ତର ଓ ନର୍ସଙ୍କୁ ହୋମ୍ କ୍ୱାରେଣ୍ଟାଇନ୍ରେ ରଖାଯାଇଛି । ଗତକାଲି ରୋଗ ଚିହ୍ନଟ ସମ୍ପର୍କରେ ସରକାର ନିଶ୍ଚିତ ହେବା ପରେ ସ୍ୱାସ୍ଥ୍ୟ ବିଭାଗ ତପôର ହୋଇଛି । ଆକ୍ରାନ୍ତ ବ୍ୟକ୍ତିଙ୍କ ବାପା ଓ ଘରର ସହାୟକଙ୍କୁ ମଧ୍ୟ ଆଇସୋଲେସନ୍ରେ ରଖାଯାଇଛି । ସ୍ଥାନୀୟ ଅଞ୍ଚଳର ସ୍ଥିତିକୁ ଅନୁଧ୍ୟାନ କରାଯାଉଛି । ଆଜି ସେହି ଅଞ୍ଚଳରେ ସଫେଇ ହୋଇଛି । ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କୁ ଚିହ୍ନଟ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ଗ୍ରହଣ କରାଯାଉଛି ।
ଓଡ଼ିଶାରେ କରୋନା ରୋଗୀ ଚିହ୍ନଟ ହେବା ପରେ ସରକାର ନିଜ ପ୍ରସ୍ତୁତିକୁ ଆହୁରି ଜୋରଦାର କରିଛନ୍ତି । ଏହାକୁ ନେଇ ଜନସାଧାରଣ ବ୍ୟତିବ୍ୟସ୍ତ ନହେବାକୁ ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଛି । ସମସ୍ତ ପ୍ରକାର ସ୍ଥିତି ଉପରେ ସରକାର ସତର୍କ ନଜର ରଖିଛନ୍ତି । ଏଥିପାଇଁ ଆନୁଷଙ୍ଗିକ ସମସ୍ତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି । ଆତଙ୍କିତ ନହୋଇ ସତର୍କ ଓ ସଚେତନ ରହିବାକୁ ସରକାର ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି ।
ଗଣମାଧ୍ୟମକୁ ଅପିଲ୍ କରି ଶ୍ରୀ ବାଗ୍ଚୀ କହିଛନ୍ତି, ଏବେ ବ୍ରେକିଂ ନୁ୍ୟଜ୍ର ବେଳ ନୁହେଁ । ଆମେ ଏବେ ଶାନ୍ତ ରହି ପରିସ୍ଥିତିର ମୁକାବିଲା କରିବା । ଆମେ ଯଦି ବ୍ରେକିଂ ନୁ୍ୟଜ୍ ପଛରେ ଗୋଡାଇବା ତେବେ ଦେଶ ଅଟକି ଯିବାର ସମ୍ଭାବନା ରହିଛି । ତେଣୁ ଆମକୁ ସତର୍କତାର ସହ ଖବର ପ୍ରକାଶ କରିବାକୁ ହେବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons