କରୋନା ଭାଇରସକୁ ନିପାତ କରିବା ପାଇଁ ଟିକା ବିକଶିତ କରିବା ସକାଶେ ସମଗ୍ର ବିଶ୍ୱରେ ପ୍ରୟାସ ଜାରି ରହିଥିଲାବେଳେ ଅଷ୍ଟେ୍ରଲିଆର କିଛି ଗବେଷକ ଦାବି କରିଛନ୍ତି ଯେ ସେମାନେ ଏବେ ବଜାରରେ ଉପଲବ୍ଧ ହେଉଥିବା କିଛି ଔଷଧର ବ୍ୟବହାର କରି କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ସଫଳ ଚିକିତ୍ସା କରିବାରେ ସଫଳ ହୋଇଛନ୍ତି । ବ୍ରିସବେନ୍ ସ୍ଥିତ କୁଇନସଲ୍ୟାଣ୍ଡ ୟୁନିଭରସିଟିର ଗବେଷକମାନେ ଦାବି କରିଛନ୍ତି ଯେ ସେମାନେ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ଉପରେ ମ୍ୟାଲେରିଆର ଚିକିତ୍ସା ପାଇଁ ବ୍ୟବହୃତ କ୍ଲୋରୋକୁଇନ ଏବଂ ଏଚଆଇଭି ଚିକିତ୍ସା ପାଇଁ ବ୍ୟବହାର କରାଯାଉଥିବା ଲୋପିନାଭିର/ରିଟୋନାଭିର ମିଳିତ ଭାବେ ପ୍ରୟୋଗ କରିଥିଲେ । ଏହାପରେ ଉକ୍ତ ରୋଗୀମାନେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଛନ୍ତି । ୟା’ ପୂର୍ବରୁ ଭାରତର ରାଜସ୍ଥାନ ରାଜ୍ୟରେ କିଛି ଡାକ୍ତର ମଧ୍ୟ ଏଚଆଇଭି ପାଇଁ ବ୍ୟବହୃତ ଔଷଧର ଉପଯୋଗ କରି କରୋନା ରୋଗୀଙ୍କୁ ଭଲ କରିଥିବାର ଦାବି କରିଥିଲେ ।
Comments are closed, but trackbacks and pingbacks are open.