ମହାରାଷ୍ଟ୍ରରେ ସୋମବାର ଆଉ ୫ ନୂଆ କରୋନା ଭାଇରସ୍ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହେବା ପରେ ରାଜ୍ୟରେ ମୋଟ କରୋନା ରୋଗୀଙ୍କ ସଂଖ୍ୟା ୩୭କୁ ବୃଦ୍ଧି ପାଇଛି । ରାଜ୍ୟରେ ରୋଗୀ ସଂଖ୍ୟା ବଢ଼ୁଥିବାରୁ ତାକୁ ଦୃଷ୍ଟିରେ ରଖି ସିଦ୍ଧି ବିନାୟକ ମନ୍ଦିରକୁ ସୋମବାର ସନ୍ଧ୍ୟା ୭ଟାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଦର୍ଶନ ନିମନ୍ତେ ବନ୍ଦ କରିଦିଆଯାଇଛି । ସେହିଭଳି ରାଜ୍ୟରେ ଚାଲିଥିବା ବିଶ୍ୱବିଦ୍ୟାଳୟ ପରୀକ୍ଷାକୁ ବନ୍ଦ କରିଦିଆଯାଇଛି । ପ୍ରସିଦ୍ଧ ଅଜନ୍ତା ଓ ଏଲୋର ଗୁମ୍ପାକୁ ଏପ୍ରିଲ ୭ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି । ଶିକ୍ଷକମାନଙ୍କୁ ମାର୍ଚ୍ଚ ୨୫ ତାରିଖ ପର୍ଯ୍ୟନ୍ତ ଘରେ ରହି କାମ କରିବାକୁ କୁହାଯାଇଛି । ମାର୍ଚ୍ଚ ୨୭-୨୮ରେ ସ୍ଥିତି ସମୀକ୍ଷା କରାଯିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଉଦୟ ସାୱନ୍ତ କହିଛନ୍ତି । ସେପଟେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ସୋମବାର ପରିସ୍ଥିତିର ସମୀକ୍ଷା କରିଛନ୍ତି । ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ହୋଇଥିବା ବୈଠକରେ ସବୁ ଜିଲ୍ଲାପାଳ ସାମିଲ ହୋଇଥିଲେ । ସବୁ ବୟସର ବ୍ୟକ୍ତିଙ୍କୁ ୩ ଟି ବର୍ଗ (ଏ, ବି, ସି)ରେ ବିଭକ୍ତ କରାଯାଇଛି । ରାଜ୍ୟରେ ପଞ୍ଚାୟତ ନିର୍ବାଚନ ସ୍ଥଗିତ ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ବାଚନ କମିଶନଙ୍କୁ କହିଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ତୋପେ କହିଛନ୍ତି କି ପୂର୍ବରୁ ସ୍କୁଲ ପରୀକ୍ଷା ବନ୍ଦ କରାଯାଇଥିଲା । ମଙ୍ଗଳବାର ଠାରୁ ସବୁ କଲେଜ ଓ ବିଶ୍ୱବିଦ୍ୟାଳୟର ପରୀକ୍ଷା ବନ୍ଦ ରହିବ । କରୋନା ଯୋଗୁ ରରାସ୍ତାଘାଟ, ରେଳଷ୍ଟେସନ, ବସଷ୍ଟାଣ୍ଡ ଓ ଦୋକାନବଜାର ଶୂନ୍ଶାନ ହୋଇଯାଇଛି ।
Comments are closed, but trackbacks and pingbacks are open.