କରୋନା ଭାଇରସ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ବମ୍ବେ ହାଇକୋର୍ଟ ଆସନ୍ତା ମଙ୍ଗଳବାର ଠାରୁ ପ୍ରତିଦିନ ଦୁଇଘଣ୍ଟା ପାଇଁ କାର୍ଯ୍ୟ କରିବ । ଏଥିସହିତ ଏହାର ନାଗପୁର, ଗୋଆ ଓ ଔରଙ୍ଗାବାଦ ଖଣ୍ଡପୀଠ ମଧ୍ୟ ଦୁଇଘଣ୍ଟା ପାଇଁ ବସିବ । ପରବର୍ତ୍ତୀ ନିଦେ୍ର୍ଧଶନାମା ପର୍ଯ୍ୟନ୍ତ ହାଇକୋର୍ଟ ଦୁଇଘଣ୍ଟା ଲେଖାଏ ଖୋଲାଯିବ । ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ବି.ପି. ଧର୍ମାଧିକାରୀଙ୍କ ଅଧ୍ୟକ୍ଷତାରେ ସୋମବାର ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି । ବୈଠକରେ ହାଇକୋର୍ଟର ସମସ୍ତ ବିଚାରପତି ଉପସ୍ଥିତ ଥିଲେ । ସେହିଭଳି ରାଜ୍ୟର ସମସ୍ତ ଅଧସ୍ତନ କୋର୍ଟଗୁଡିକ ପ୍ରତିଦିନ ଏଣିକି ୩ ଘଣ୍ଟା ଲେଖାଏଁ କାର୍ଯ୍ୟ କରିବ । ଏ ସଂକ୍ରାନ୍ତରେ ସବୁ ଜିଲ୍ଲା କୋର୍ଟକୁ ସର୍କୁଲାର ଜାରି କରାଯାଇଛି । ପୂର୍ବରୁ ହାଇକୋର୍ଟ ଘୋଷଣା କରିଥିଲେ କି ଏହି ସମୟ ଭିତରେ କେବଳ ଜରୁରି ମାମଲାର ଶୁଣାଣି ହେବ ।
Comments are closed, but trackbacks and pingbacks are open.