ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ରଞ୍ଜନ ଗୋଗୋଇଙ୍କୁ ରାଜ୍ୟସଭା ପାଇଁ ନାମିତ କରାଯାଇଛି। କେନ୍ଦ୍ର ସରକାରଙ୍କ ତରଫରୁ ସୋମବାର ସନ୍ଧ୍ୟାରେ ନୋଟିଫିକେସନ ଜାରି କରାଯାଇ ସୂଚନା ଦିଆଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ରଞ୍ଜନ ଗୋଗୋଇଙ୍କୁ ରାଜ୍ୟସଭାକୁ ପଠାଇବା ପାଇଁ ନାମିତ କରିଥିବା ନୋଟିଫିକେସନରେ ଉଲ୍ଲେଖ ରହିଛି।
ଜଷ୍ଟିସ ଗୋଗୋଇ ଗତବର୍ଷ ନଭେମ୍ବରରେ ଅବସର ନେଇଥିଲେ। ସେ ଅଯୋଧ୍ୟା ଭଳି ଗୁରୁତ୍ୱପୂର୍ଣ୍ଣ ମାମାଲାର ଶୁଣାଣି କରି ରାୟ ପ୍ରକାଶ କରିଥିଲେ। ସେ ଅକ୍ଟୋବର ୩, ୨୦୧୮ରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ନେଇଥିଲେ। ନିଜର ୧୩ ମାସର କାର୍ୟ୍ୟକାଳରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରିଥିଲେ।
Comments are closed, but trackbacks and pingbacks are open.