କୋଣାର୍କ ନିକଟ ସମୁଦ୍ର କୂଳରୁ ଜାହାଜର ଯନ୍ତ୍ରାଂଶ ଉଦ୍ଧାର, ମାଲେସିଆର ସନ୍ଦେହ

Get real time updates directly on you device, subscribe now.

କୋଣାର୍କ: କୋଣାର୍କ ଥାନା ପାଖ ତଣ୍ଡାଘର ସମୁଦ୍ର କୂଳରୁ ଉଦ୍ଧାର ହୋଇଛି ଏକ ଜାହାଜର ଯନ୍ତ୍ରାଂଶ । କୋଣାର୍କ ମେରାଇନ ଥାନା ଅଧିକାରୀଙ୍କ ଉପସ୍ଥିତିରେ ଏହାକୁ ଉଦ୍ଧାର କରାଯାଇଥିବା ଜଣାପଡିଛି ।
କୋଣାର୍କ ଥାନା ନିକଟବର୍ତ୍ତୀ ବାଲି ଦୋକାନଠାରୁ ଅଳ୍ପ ଦୂରରେ ଥିବା ତଣ୍ଡାଘର ସମୁଦ୍ର କୂଳରୁ ଆଜି ଭୋରରୁ ଏକ ଜାହାଜର ଭଗ୍ନାବଶେଷ ଉଦ୍ଧାର କରାଯାଇଛି। ଏଥିରେ BC-158 ଲେଖାରହିଛି ।
ଏହି ମେସିନରେ ରେଡିଓ ସିଗନାଲ ଓ ରାଡାର ଲାଗିଥାଏ । ଯାହା ଯୋଗେ ସମୁଦ୍ର ମଧ୍ୟରେ ଥିବା ଜାହାଜ ଚିହ୍ନଟ ହୋଇଥାଏ । ଏହି ଯନ୍ତ୍ରାଂଶ କେଉଁଠୁ ଆସିଛି ତାହା ସ୍ପଷ୍ଟ ହୋଇନାହିଁ । ତେବେ ଏହା ମାଲେସିଆର ବୋଲି ଅନୁମାନ କରାଯାଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons