ଲଣ୍ଡନ: କରୋନା ଭାଇରସ ଇତିମଧ୍ୟରେ ବିଶ୍ୱର ୧୬୮ଟି ଦେଶକୁ ବ୍ୟାପି ସାରିଥିଲାବେଳେ ଏହାଯୋଗୁ ଦୁନିଆରେ ଏକ ବଡ଼ ସଙ୍କଟ ସୃଷ୍ଟି ହୋଇଛି । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପୃଥିବୀରେ ଏହା ସବୁଠାରୁ ବଡ଼ ସଙ୍କଟ ବୋଲି କୁହାଯାଉଛି । ଏହି ଭାଇରସ ଯୋଗୁ ଏପର୍ଯ୍ୟନ୍ତ ୨,୦୩, ୫୬୭ ଜଣ ଆକ୍ରାନ୍ତ ହୋଇଥିଲାବେଳେ ମୃତକଙ୍କ ସଂଖ୍ୟା ୮୦୦୦ ଅତିକ୍ରମ କରିଯାଇଛି । ତେବେ ଏ ପର୍ଯ୍ୟନ୍ତ ୮୩ ହଜାର ଲୋକ ସୁସ୍ଥ ହୋଇ ଘରକୁ ଗଲେଣି ।
ଗତ ୨୪ ଘଣ୍ଟା ଭିତରେ ୨୫୮ ଜଣ ପ୍ରାଣ ହରାଇବା ପରେ କରୋନା ଜନିତ ମୃତୁ୍ୟ ସଂଖ୍ୟା ୮୨୨୫କୁ ବୃଦ୍ଧି ପାଇଛି । ସେହିପରି ଗତ ୨୪ ଘଣ୍ଟା ଭିତରେ ୫୩୪୬ ନୂଆ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି ।
କିନ୍ତୁ ଇଟାଲୀ, ଦକ୍ଷିଣ କୋରିଆ ଏବଂ ଚୀନ୍ରେ ନୂଆ କରୋନା ରୋଗୀଙ୍କ ସଂଖା କମିବା ଯୋଗୁ ଆଶାର କିରଣ ଉଦ୍ରେକ ହୋଇଛି । ଇଟାଲୀରେ ଚାରି ଦିନ ହେଲା ନୂଆ କରୋନା ରୋଗୀଙ୍କ ସଂଖ୍ୟା ସ୍ଥିର ରହିଛି । ଦୈନିକ ପ୍ରାୟ ୩୫୦୦ ନୂଆ ରୋଗୀଙ୍କୁ ଚିହ୍ନଟ କରାଯାଉଛି । କିନ୍ତୁ ପୂର୍ବରୁ ପ୍ରତିଦିନ ଏହି ସଂଖ୍ୟାରେ ୨୦ଧରୁ ଅଧିକ ବୃଦ୍ଧି ପରିଲକ୍ଷିତ ହେଉଥିଲାବେଳେ ଏବେ ଏହା ପ୍ରାୟ ୧୨ଧକୁ ହ୍ରାସ ପାଇଛି । ସେହିପରି କରୋନା ଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ଚୀନ୍ର ୱୁହାନ ସହରରେ ଲଗାତର ଦୁଇ ଦିନ ଧରି ମାତ୍ର ଜଣେ ଲେଖାଏଁ ନୂଆ ରୋଗୀକୁ ଚିହ୍ନଟ କରାଯାଇଛି । ଦକ୍ଷିଣ କୋରିଆରେ ବି ଗତ ୨୪ ଘଣ୍ଟା ଭିତରେ ମାତ୍ର ୯୩ ଜଣ ନୂଆ ରୋଗୀଙ୍କୁ ଚିହ୍ନଟ କରାଯାଇଛି । କିନ୍ତୁ ଅନ୍ୟପଟରେ ଇରାନ, ସ୍ପେନ, ଆମେରିକା ଏବଂ ଫ୍ରାନ୍ସରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ଅହେତୁକ ବୃଦ୍ଧି ପରିଲକ୍ଷିତ ହେଉଛି । ସ୍ପେନରେ ଦିନକ ଭିତରେ ୧୮୯୦ ନୂଆ ରୋଗୀଙ୍କୁ ଚିହ୍ନଟ କରାଯାଇଛି । ଏହାପରେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୧୩,୭୧୬ରେ ପହଞ୍ଚôଛି । ସ୍ପେନରେ ମଧ୍ୟ ୬୫ ଜଣ ପ୍ରାଣ ହରାଇବା ପରେ ମୃତୁ୍ୟ ସଂଖ୍ୟା ୫୯୮ରେ ପହଞ୍ଚôଛି । ଫ୍ରାନ୍ସରେ ସୋମବାର ସୁଦ୍ଧା ୭୭୩୦ ଆକ୍ରାନ୍ତ ହୋଇଥିଲାବେଳେ ୧୭୫ ଜଣ ପ୍ରାଣ ହରାଇଛନ୍ତି । ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ୬୫୨୪ ଏବଂ ମୃତକଙ୍କ ସଂଖ୍ୟା ୧୧୬କୁ ବୃଦ୍ଧି ପାଇଛି । ଇରାନରେ ମଧ୍ୟ ପରିସ୍ଥିତି ଉଦ୍ବେଗଜନକ ରହିଛି । ଦେଶରେ ଦିନକ ଭିତରେ ଆଉ ୧୪୭ ଜଣ ପ୍ରାଣ ହରାଇବା ପରେ ମୃତକଙ୍କ ସଂଖ୍ୟା ୧୧୩୫ରେ ପହଞ୍ଚôଛି । ଇରାନରେ ମଧ୍ୟ ୧୧୯୨ ନୂଆ ରୋଗୀଙ୍କୁ ଚିହ୍ନଟ କରାଯିବା ପରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭,୩୬୧କୁ ବୃଦ୍ଧି ପାଇଛି । କିନ୍ତୁ ଦକ୍ଷିଣ କୋରିଆ, ଚୀନ୍ ଏବଂ ଇଟାଲୀର ଦୃଷ୍ଟାନ୍ତରୁ ଯାହା ମନେହେଉଛି କରୋନା ଭାଇରସ ତା’ର ଉପôାତର ଚରମ ସୀମାରେ ପହଞ୍ଚôବା ପରେ ପ୍ରକୋପ ହ୍ରାସ କରୁଛି ।
ସେପଟେ ବିଭିନ୍ନ ଦେଶରେ ଏହାର ସଂକ୍ରମଣ ରୋକିବା ପାଇଁ ବ୍ୟାପକ ପଦକ୍ଷେପ ନେବା ଜାରି ରହିଛି । ଶ୍ରୀଲଙ୍କାରେ ସମସ୍ତ ଆନ୍ତର୍ଜାତିକ ବିମାନର ଆଗମନ ରଦ୍ଧ କରିଦିଆଯାଇଛି । ୟୁରୋପୀୟ ଦେଶଗୁଡିକ ନିଜର ସୀମାକୁ ସମ୍ପୂର୍ଣ୍ଣ ସିଲ୍ କରିଦେଇଛନ୍ତି । ଫିଲିପାଇନ୍ସ ସରକାର ସବୁ ବିଦେଶୀ ନାଗରିକଙ୍କୁ ତିନି ଦିନ ଭିତରେ ଦେଶ ଛାଡି ଚାଲିଯିବାକୁ ନିଦେ୍ର୍ଧଶ ଜାରି କରିଛନ୍ତି । ମାଲେସିୟାରେ ଆଜି ଠାରୁ ମାର୍ଚ୍ଚ ୩୧ ଯାଏଁ ସମସ୍ତ ଶିକ୍ଷାନୁÂାନ, ଦୋକାନବଜାର ଆଦି ବନ୍ଦ ରଖାଯିବାକୁ ଘୋଷଣା କରାଯାଇଛି । ପାକିସ୍ତାନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୬୯କୁ ବୃଦ୍ଧି ପାଇଛି । କିନ୍ତୁ ପାକ୍ ସରକାର ଏହାର ମୁକାବିଲା କରିପାରିବ ନାହିଁ ବୋଲି ଦର୍ଶାଇ ପୂରା ହାତ ଟେକି ଦେଇଛନ୍ତି ଏବଂ ପାକିସ୍ତାନକୁ ଦିଆଯାଇଥିବା ଋଣ ଛାଡ଼ କରିବା ପାଇଁ ବିକଶିତ ଦେଶମାନଙ୍କୁ ନିବେଦନ କରିଛନ୍ତି । ଇରାନ ସରକାର ଆଶଙ୍କା ବ୍ୟକ୍ତ କରିଛନ୍ତି ଯେ ସାଧାରଣ ଲୋକେ ସେଠାରେ କୌଣସି ପ୍ରକାର କଟକଣା ମାନୁନଥିବାରୁ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇବେ । ସାଉଦି ଆରବରେ ସମସ୍ତ ଘରୋଇ କଂପାନି ଏବଂ ଅଫିସକୁ ୧୫ ଦିନ ପାଇଁ ବନ୍ଦ କରିଦିଆଯାଇଛି । ଆମେରିକାରେ ଟ୍ରମ୍ପ ପ୍ରଶାସନ କରୋନା ଯୋଗୁ ପ୍ରଭାବିତ ହୋଇଥିବା ଦେଶର ଅର୍ଥନୀତିକୁ ସୁଧାରିବା ଲକ୍ଷ୍ୟରେ ପ୍ରତି ନାଗରିକଙ୍କୁ ୧୦୦୦ ଡଲାର ଲେଖାଏଁ ଆର୍ଥିକ ସହାୟତା ଦେବାକୁ ଯୋଜନା କରିଛି । କାନାଡା ସଂଲଗ୍ନ ସୀମାକୁ ବି ବନ୍ଦ କରିବାକୁ ଆମେରିକା ନିଷ୍ପତ୍ତି ନେଇଛି । ଆମେରିକାର ଅନେକ ପ୍ରଦେଶରେ ଲୋକେ ସେଠାକାର ପ୍ରଶାସନକୁ ନିବେଦନ କରିଛନ୍ତି ଯେ କରୋନା ସଂକ୍ରମଣରୁ ରକ୍ଷା କରିବା ପାଇଁ ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଉ । ସିଙ୍ଗାପୁରରେ ସମସ୍ତ ବିଦେଶୀ ନାଗରିକଙ୍କୁ ୧୪ ଦିନ ପାଇଁ କ୍ୱାରେଣ୍ଟିନରେ ରଖାଯିବାକୁ ନିଦେ୍ର୍ଧଶ ଜାରି କରାଯାଇଛି । ୟୁଏଇ ନାଗରିକମାନଙ୍କ ବିଦେଶ ଗସ୍ତ ଉପରେ ସେଠାକାର ସରକାରଙ୍କ ଦ୍ୱାରା ସାମୟିକ କଟକଣା ଜାରି କରାଯାଇଛି ।
ଅନ୍ୟପଟରେ, କରୋନା ଭାଇରସ ଯୋଗୁ ଏବେ ଯେଉଁ ସଙ୍କଟ ଦେଖାଦେଇଛି ତାହା ଆସନ୍ତା ୨ରୁ ୨୪ ମାସ ଯାଏଁ ଜାରି ରହିବ ବୋଲି କେତେକ ଗବେଷକ ମତ ଦେଇଛନ୍ତି । ଏହା ସତ ହୋଇଥିଲେ ସମଗ୍ର ବିଶ୍ୱ ପାଇଁ ଏକ ଦୁଃସମ୍ବାଦ ଭାବେ ପରିଗଣିତ ହେବ ବୋଲି କୁହାଯାଉଛି ।


Comments are closed, but trackbacks and pingbacks are open.