ନବରଙ୍ଗପୁର: ମାଲେସିଆ କୁଆଲାଲମପୁର ବିମାନ ବନ୍ଦର ଫସିରହିଛନ୍ତି ନବରଙ୍ଗପୁରର ନବଦମ୍ପତି । ଘରକୁ ଫେରିବା ପାଇଁ ସାହାଯ୍ୟ କରିବାକୁ whatsaapରେ ଭିଡିଓ ପଠାଇ ସରକାରଙ୍କୁ ନିବେଦନ କରିଛନ୍ତିକ୍ଷ ନବରଙ୍ଗପୁର ଇଛାବତୀଗୁଡାର ଗୁପ୍ତେଶ୍ୱର ମିଶ୍ରଙ୍କ ଝିଅ ପଲ୍ଲବୀ ଫେବୃଆରୀ ୨୬ରେ ସେହି ସାହିର ପରିମଳ ହାଲଦାର ର ପୁଅ ଶଙ୍କର ହାଲଦାର ଙ୍କୁ ବିବାହ କରିଥିଲେ ।
ଉଭୟ ଗତ ୧୨ ରେ ହନିମୁନ ଟ୍ରିପରେ ମାଲେସିଆ ଯାଇଥିଲେ କ୍ଷ ସେମାନଙ୍କ ଫେରିବା ଟିକଟ ୧୭ରେ ହେଇଥିଲା। କିନ୍ତୁ କରୋନା ଯୋଗୁଁ ସେଠିକାର ସମସ୍ତ ଫ୍ଲାଇଟ ରଦ୍ଧ କରାଯାଇ ଥିବାରୁ ସେମନାନେ ଫେରି ପାରୁନାହାନ୍ତି। ପରବରର୍ତ୍ତୀ ସମୟରେ କ୍ୟୁଲାଲମପୁର ରୁ ସିଙ୍ଗାପୁର ଓ ସିଙ୍ଗାପୁର ରୁ ବିଶାଖାପାଟଣା ଫ୍ଲାଇଟ ଯିବ ବୋଲି ଜଣାପଡିଥିଲା । ତେବେ ପରେ ତାହାରଦ୍ଧ ହୋଇଯାଇଥିଲା କ୍ଷ
ପୁଣିଥରେ କୁଆଲାଲାମପୁରରୁ ସିଙ୍ଗାପୁର ଓ ସିଙ୍ଗାପୁର ରୁ ଅମୃତସରକୁ ଫ୍ଲାଇଟ ଯିବ ବୋଲି କହିବାରୁ ସେମାନେ ପୁଣି ଫ୍ଲାଇଟ ଟିକଟ କରିଥିଲେ କ୍ଷ କିନ୍ତୁ ଏବେ ସେହି ଫ୍ଲାଇଟ କୁ ରଦ୍ଧ କରିଦିଆ ଯାଇଥିବାରୁ ସେମାନେ ହଇରାଣ ହେଉଛନ୍ତି କ୍ଷ ଯାହାକୁ ନେଇ ପଲ୍ଲବୀ ଓ ଶଙ୍କର ଏକ ଭିଡିଓ କରି ଓଡିଶା ସରକାର ଓ ଭାରତ ସରକାର କୁ ଫେରାଇ ଆଣିବାକୁ ଅନୁରୋଧ କରିଛନ୍ତି କ୍ଷ ୩ଥର ଫ୍ଲାଇଟ ଟିକଟ କରି ଟଙ୍କା ସରିଯାଇଥିବାରୁ ସେମାନେ ଚିନ୍ତିତ। ଏପଟେ ପାଖରେ ପଇସା ମଧ୍ୟ ସରି ଯାଇଥିବାରୁ ଭୋକ ଉପାସରେ ବହୁ ଅସୁବିଧା ରେ ଅଛନ୍ତି ଏହି ନବ ଦମ୍ପତି କହିଛନ୍ତି । ଏହି ନବ ଦମ୍ପତିଙ୍କ ସହ ବିମାନ ବନ୍ଦରରେ ୨୦୦ ରୁ ଅଧିକ ଭାରତୀୟ ଯାତ୍ରୀ ବି ଫସି ରହିଛନ୍ତି ।


Comments are closed, but trackbacks and pingbacks are open.