ସକାଳ ହେଲେ ଫାଶୀ:ପୁଣି କୋର୍ଟରେ ହାଜରହେଲେ ନିର୍ଭୟା ଦୋଷୀ,ଏସ୍ସିରେ ଶୁଣାଣି ଜାରି, ବିଳମ୍ବିତ ରାତ୍ରିରେ ଆସିପାରେ ନିଷ୍ପତ୍ତି
ନୂଆଦିଲ୍ଲୀ: ନିର୍ଭୟା ଦୋଷୀଙ୍କୁ ଶୁକ୍ରବାର ଭୋର ସକାଳୁ ଫାଶୀ ଦିଆଯିବ। ଫାଶୀକୁ ଏବେ ମାତ୍ର ଆଉ କେଇ ଘଣ୍ଟା ବାକି ରହିଛି। ତଥାପି ହାର ମାନି ନାହାନ୍ତି ନିର୍ଭୟା ଦୋଷୀ। ଫାଶୀ ସଜାକୁ ରୋକିବା ପାଇଁ ଶେଷ ମୁହୂର୍ତ୍ତରେ କୋର୍ଟର ଦ୍ଵାରସ୍ଥ ହୋଇଛନ୍ତି ଦୋଷୀ। ଏବେ ଚାରି ଦୋଷୀଙ୍କ ମଧ୍ୟରୁ ତିନି ଦୋଷୀ ଫାଶୀ ଉପରେ ରୋକ୍ ଲଗାଇବା ପାଇଁ ଦିଲ୍ଲୀ ହାଇକୋର୍ଟର ଶରଣ ନେଇଛନ୍ତି। ଏହା ଉପରେ ହାଇକୋର୍ଟରେ ବର୍ତ୍ତମାନ ଶୁଣାଣି ଜାରି ରହିଛି। ନିର୍ଭୟାର ପରିଜନ କୋର୍ଟରେ ମଧ୍ୟ ଉପସ୍ଥିତ ଅଛନ୍ତି।
ଅନ୍ୟପଟେ ଜଣେ ଦୋଷୀ ପଓ୍ଵନ ଗୁପ୍ତାର ଓକିଲ ଏପି ସିଂହ ସୁପ୍ରିମକୋର୍ଟରେ ଯାଚିକା ଦାଖଲ କରିଛନ୍ତି। ଯାଚିକାରେ ରାଷ୍ଟ୍ରପତିଙ୍କ ଦ୍ଵାରା ରାଜକ୍ଷମା ଆବେଦନକୁ ଖାରଜ କରାଯିବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରାଯାଇଛି। କୁହାଯାଉଛି ଯେ, ମାମଲାରେ ବିଳମ୍ଵିତ ରାତି ପର୍ୟ୍ୟନ୍ତ ଶୁଣାଣି ହୋଇପାରେ। ଉଲ୍ଲେଖନୀୟ ଆଜି ହିଁ ସର୍ବୋଚ୍ଚ ଅଦାଲତ ଅକ୍ଷୟ ଠାକୁରର ଯାଚିକା ଖାରଜ କରିଥିଲେ, ଯେଉଁଥିରେ ରାଷ୍ଟ୍ରପତିଙ୍କ ଦ୍ଵାରା ରାଜକ୍ଷମା ଆବେଦନ ଖାରଜ ନିଷ୍ପତ୍ତିକୁ ଦ୍ଵିତୀୟ ଥର ଚ୍ୟାଲେଞ୍ଜ ଦିଆଯାଇଥିଲା।
ଅନ୍ୟପଟେ ଦୋଷୀଙ୍କ ଓକିଲ ଏପି ସିଂହ ଜଏଣ୍ଟ ରେଜିଷ୍ଟରଙ୍କ ଘର କିଦବଇ ନଗରରେ ମାମଲାର ଶୁଣାଣି କରିବାକୁ ଅନୁରୋଧ କରିବା ପାଇଁ ପହଞ୍ଚିଛନ୍ତି। ଏମିତିରେ ଏହି କେସରେ ଏବେ ଆଉ କିଛି ବଞ୍ଚି ନାହିଁ ଏବଂ ଚାରି ଦୋଷୀଙ୍କ ନ୍ୟାୟିକ ବିକଳ୍ପ ସମାପ୍ତ ହୋଇ ସାରିଛି। ଯଦି କୋର୍ଟ ଏହି ଯାଚିକାକୁ ସ୍ଵୀକାର କରନ୍ତି ତେବେ ଏହା ସମ୍ଭବ ଯେ ଆଜି ବିଳମ୍ବିତ ରାତି ପର୍ୟ୍ୟନ୍ତ ଏହା ଉପରେ ଶୁଣାଣି କରାଯାଇପାରେ କାରଣ ମାର୍ଚ୍ଚ ୨୦ ସକାଳେ ଚାରି ଦୋଷୀଙ୍କୁ ଫାଶୀ ଦିଆଯିବ।
ଅଫଜଲ ପରେ ତିହାର ଜେଲ୍ରେ ଫାଶୀ ପାଇଁ ପ୍ରସ୍ତୁତି ଶେଷ
ଆତଙ୍କବାଦୀ ଅଫଜଲ ଗୁରୁଙ୍କୁ ଫାଶୀ ଦେବାର ସାତ ବର୍ଷ ପରେ ତିହାର ଜେଲ୍ ନିର୍ଭୟାର ଚାରି ଦୋଷୀଙ୍କୁ ଫାଶୀ ଦେବାକୁ ଗୁରୁବାର ନିଜର ସମସ୍ତ ପ୍ରସ୍ତୁତି ଶେଷ କରିଛି। ଏହି ସମୟରେ ଜେଲ୍ ନିୟମାବଳୀ ଅନୁସାରେ ଅନେକ କୁଶପୁତ୍ତଳିକାକୁ ଫାଶୀ ଖୁଣ୍ଟରେ ଝୁଲାଇ ପରୀକ୍ଷଣ କରାଯାଇଛି। ତିହାର ଜେଲ୍ରେ ପ୍ରଥମ ଥର ଏକ ସଙ୍ଗେ ଚାରି ଜଣଙ୍କୁ ଫାଶୀ ଦିଆଯିବ। ଦକ୍ଷିଣ ଏସିଆର ସବୁଠୁ ବଡ ଏହି ଜେଲ୍ରେ ୧୬ ହଜାରରୁ ଅଧିକ କଏଦୀ ଅଛନ୍ତି। ମେରଠର ଘାତକ ପଓ୍ଵନ ମଙ୍ଗଳବାର ସନ୍ଧ୍ୟାଠୁ ତିହାର୍ ଜେଲ୍ ପହଞ୍ଚି ସାରିଛି।


Comments are closed, but trackbacks and pingbacks are open.