ବିଚାରପତିଙ୍କ ସାମ୍ନାରେ ଭୋ ଭୋ ହୋଇ କାନ୍ଦିଲେ ଦୋଷୀ ଅକ୍ଷୟର ପତ୍ନୀ: କହିଲେ ‘ମୋ ସ୍ବାମୀ ଫାଶୀ ପାଇଗଲେ କ’ଣ ଗଣଦୁଷ୍କର୍ମ ବନ୍ଦ ହୋଇଯିବ’
ନୂଆଦିଲ୍ଲୀ: ଭାରତୀୟ ନ୍ୟାୟିକ ବ୍ୟବସ୍ଥାର ଏକ ଲମ୍ବା ଏପିସୋଡ ମାର୍ଚ୍ଚ ୨୦ ତାରିଖରେ ଶେଷ ହେବ। ଆସନ୍ତକାଲି ଭୋହର ୫ଟା ୪୦ ମିନିଟ୍ରେ ଫାଶୀ ଖୁଣ୍ଟରେ ଝୁଲିବେ ୪ନିର୍ଭୟ ଦୋଷୀ। ନିର୍ଭୟା ଦୋଷୀ ପବନ ଗୁପ୍ତା ଏବଂ ମୁକେଶ ସିଂର ଶେଷ ଆବେଦନ ଗୁରୁବାର ସୁପ୍ରିମକୋର୍ଟ ଖାରଜ କରିଛନ୍ତି।
ଭାରତୀୟ ନ୍ୟାୟିକ ବ୍ୟବସ୍ଥାରେ ନିର୍ଭୟା ଦୋଷୀଙ୍କ ପାଇଁ ଥିବା ସବୁ ଗଳାବାଟ ବନ୍ଦ। ଆସନ୍ତାକାଲି ଫାଶୀ ଖୁଣ୍ଟରେ ଝୁଲିବେ ନିର୍ଭୟା କାଣ୍ଡର ୪ ଦୋଷୀ। ଦୋଷୀ ପବନ ଗୁପ୍ତା ଏବଂ ମୁକେଶ ସିଂର ଶେଷ ଆବେଦନ ସୁପ୍ରିମକୋର୍ଟ ଗୁରୁବାର ଖାରଜ କରି ଦେଇଛନ୍ତି। ୧୬ଡିସେମ୍ବର ୨୦୧୨ ମସିହାରେ ନିର୍ଭୟା କାଣ୍ଡ ସମୟରେ ନାବାଳକ ଥିବା ଦର୍ଶାଇ କ୍ୟୁରେଟିଭ ପିଟିସନ ଦାଖଲ କରିଥିଲା ପବନ।
ସେହିପରି ଦୋଷୀ ମୁକେଶ ସିଂ ଆବେଦନ କରିଥିବା ଫାଶୀ ଉପରେ ରହିତାଦେଶ ଆବେଦନକୁ ବି ସୁପ୍ରିମକୋର୍ଟ ପ୍ରତ୍ୟାଖାନ କରିଛନ୍ତି। ଯେତେବେଳେ ଅପରାଧ ଘଟିଲା ସେତେବେଳେ ମୁକେଶ ଦିଲ୍ଲୀରେ ନଥିବା ଦର୍ଶାଇଥିଲା। ସର୍ବୋଚ୍ଚ ନ୍ୟାୟାଳୟର ଜଷ୍ଟିସ ଏନ୍.ବି ରମଣଙ୍କ ନେତୃତ୍ବରେ ୬ଜଣିଆ ଖଣ୍ଡପୀଠ ଖାରଜ କରିଦେବା ପରେ ନିର୍ଭୟା ଦୋଷୀଙ୍କ ଶେଷ ଚାଲ୍ ବି ଫେଲ ମାରିଛି।
ନିର୍ଭୟା ମାମଲାର ବିଚାର କରୁଥିବା ବେଞ୍ଚର ଅନ୍ୟାନ୍ୟ ବରିଷ୍ଠ ବିଚାରପତି ଆର ଭାନୁମତୀ ,ଅଶୋକ ଭୂଷଣ ଓ ଏସ ବୋପାନା କହିଛନ୍ତି ଯେ, ଦୋଷୀ ମାନଙ୍କ ସମସ୍ତ ନ୍ୟାୟିକ ପ୍ରକ୍ରିୟାର ଅନ୍ତ ଘଟିଛି। ମାର୍ଚ୍ଚ ୫ରେ ଜାରି ହୋଇଥିବା ଡେଥ୍ ୱାରେଣ୍ଟ ମୁତାବକ ଆସନ୍ତାକାଲି ସକାଳ ସାଢେ ୫ଟା ୪୦ ଦୋଷୀଙ୍କୁ ଫାଶୀ ଦିଆଯିବ। ଦୋଷୀ ପବନ ଗୁପ୍ତାର ଓକିଲ ଏପି. ସିଂ କହିଛନ୍ତି କରୋନା ସ୍ଥିତିକୁ ଦେଖି ସୁପ୍ରିମକୋର୍ଟଠାରୁ ହାଇକୋର୍ଟ ସବୁଠି କାମ ବନ୍ଦ ରହିଛି। ହେଲେ ଫାଶୀ ଦଣ୍ଡାଦେଶ ଉପରେ ରୋକ ଲଗାଯାଇନଥିବା ଦୁଃଖର ବିଷୟ। ଏହାସର ଦୋଷୀ ମାନଙ୍କୁ ଫାଶୀ ନ ଦେଇ ଭାରତ ପାକିସ୍ତାନ ସୀମାକୁ ପଠାଇ ଦେବାକୁ ଏପି ସିଂହ କହିଛନ୍ତି। ଏପଟେ ନିର୍ଭୟାଙ୍କ ମାଆ କହିଛନ୍ତି ଆସନ୍ତାକାଲି ସକାଳେ ନ୍ୟାୟ ମିଳିବ।
ପଟିଆଲା ଆଉସ୍ କୋର୍ଟରେ ଗୁରୁବାର ଶୁଣାଣି ବେଳେ ହାଇଡ୍ରାମା ଦେଖିବାକୁ ମିଳିଥିଲା। ଦୋଷୀ ଅକ୍ଷୟ କୁମାରର ପତ୍ନୀ ବିଚାରପତିଙ୍କ ଆଗରେ କାନ୍ଦିବା ସହ ଆତ୍ମହତ୍ୟାର ଧମକ ଦେଇଛନ୍ତି। ତାଙ୍କ ସ୍ବାମୀଙ୍କୁ ଫାଶୀ ଦିଆଗଲେ ଗଣଦୁଷ୍କର୍ମ ବନ୍ଦ ହେବ ନାହିଁ ବୋଲି କହିଥିଲେ। ଏହାସହ ସେ ନିର୍ଭୟାଙ୍କ ମା ଆଶା ଦେବୀଙ୍କ ପାଦ ଛୁଇଁ ତାଙ୍କୁ ମା ବୋଲି ସମ୍ବୋଧନ କରିବା ସହ ଫାଶୀ ରୋକିବାକୁ ନିବେଦନ କରିଥିଲେ।
ସେପଟେ ତିହାର ଜେଲରେ ଆସନ୍ତା କାଲି ଫାଶୀ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଗତକାଲି ଜହ୍ଲାଲ ପବନ ଦ୍ବାରା କୋର୍ଟ ପରିସରରେ ଡମି ଫାଶୀର ଆୟୋଜନ ହୋଇଥିଲା । ଫାଶୀ ଦଉଡି ଓ ଲିଭର ଆଦିର ବିଦ୍ଧିବଦ୍ଧ ପରୀକ୍ଷା କରାଯାଇଥିଲା। ତେଣୁ ଆସନ୍ତାକାଲି ବଡି ଭୋରରୁ ଭାରତୀୟ ବିଚାର ବ୍ୟାବସ୍ଥାର ଏକ ଲମ୍ବା ନ୍ୟାୟିକ ପ୍ରକିୟାରେ ଅନ୍ତ ହେବ। ୪ ନିର୍ଭୟା ଦୋଷୀ ମୁକେଶ ସିଂହ, ପୱନ ଗୁପ୍ତା, ବିନୟ ଶର୍ମା, ଅକ୍ଷୟ ଠାକୁରଙ୍କୁ ନିର୍ଦ୍ଧାରିତ ୫.୩୦ରେ ଫାଶୀ ଦିଆଯିବ।


Comments are closed, but trackbacks and pingbacks are open.