କରୋନା ସମ୍ପର୍କରେ ଗୁଜବ ପ୍ରଚାର କରି ବନ୍ଧା ହେଲେ

Get real time updates directly on you device, subscribe now.

ଅନୁଗୁଳ: କରୋନା ସମ୍ପର୍କରେ ଗୁଜବ ପ୍ରଚାର କରି ଅନୁଗୁଳ ଜିଲ୍ଲାର ଜଣେ ବ୍ୟକ୍ତି ଗିରଫ ହୋଇଛନ୍ତି। ଏହି ବ୍ୟକ୍ତି ଜଣକ ହେଲେ ଅନୁଗୁଳ ଥାନା ଅନ୍ତର୍ଗତ ଶଙ୍କର ସିନେମା ରୋଡ ୬ନମ୍ବର ଓ୍ୱାର୍ଡରେ ରହୁଥିବା ବିଜୟ କୁମାର ସୋନି।
ପୁଲିସ୍‌ ସୂଚନା ଅନୁଯାୟୀ, ବିଜୟ, କରୋନା ଭାଇରସ୍‌କୁ ନେଇ ମିଥ୍ୟା ଖବର ନିଜ ସୋଶାଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଥିଲେ। ଅନୁଗୁଳରେ କରୋନା ଭୂତାଣୁରେ ଜଣେ ସଂକ୍ରମିତ ହୋଇଥିବା ନେଇ ସେ ସୋଶାଲ ମିଡିଆରେ ଗୁଜବ ପ୍ରଚାର କରିଥିଲେ। ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ଖେଳି ଯାଇଥିଲା। ପରେ ବିଜୟଙ୍କୁ ଗିରଫ କରାଯିବା ସହ ତାଙ୍କ ନିକଟରୁ ଏକ ମୋବାଇଲ ଜବତ କରାଯାଇଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons