ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଶୋଭାରାମପୁରଠାରେ ଥିବା ନେସ୍କୋ ଗୋଦାମରେ ନିଆଁ ଲାଗିଥିବା ସୂଚନା ମିଳିଛି। ଏଥିରେ ଶହଶହ ଟ୍ରାନ୍ସଫର୍ମର ପୋଡିଯାଇଥିବା ଜଣାପଡିଛି।
ଶନିବାର ସନ୍ଧ୍ୟାରେ ନେସ୍କୋ ଗୋଦାମର ନିଆଁ ଲାଗିଯାଇଥିଲା। ଏଥିରେ ଶହଶହ ଟ୍ରାନ୍ସଫର୍ମର ପୋଡି ପାଉଁଶ ହୋଇଯାଇଛି। ତେବେ ଦମକଳବାହିନୀ ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ କରିବାକୁ ଚେଷ୍ଟା କରୁଛି। କେଉଁ କାରଣରୁ ନିଆଁ ଲାଗିଲା ସେ ନେଇ କୌଣସି ସୂଚନା ମିଳିପାରି ନାହିଁ।
Comments are closed, but trackbacks and pingbacks are open.