କରୋନା ଲଢେ଼ଇ ପାଇଁ ସହଯୋଗ ମାଗିଲେ ମୁଖ୍ୟମନ୍ତ୍ରୀ:୫ ଜିଲ୍ଲା ‘ଲକ୍ ଡାଉନ୍’

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ମହାମାରୀ କରୋନା କବଳରୁ ଜନସାଧାରଣଙ୍କୁ ସୁରକ୍ଷିତ ରଖିବାକୁ ୫ ଜିଲ୍ଲା ହେବ ସମ୍ପୂର୍ଣ୍ଣ ଲକ୍ ଡାଉନ୍ । ଖୋର୍ଦ୍ଧା, ଗଞ୍ଜାମ, କଟକ, କେନ୍ଦ୍ରାପଡ଼ା ଓ ଅନୁଗୁଳ ଜିଲ୍ଲାର ସମସ୍ତ ସହର ଓ ଗାଁ ପାଇଁ ଏହି ଲକ୍ ଡାଉନ (ସମ୍ପୂର୍ଣ୍ଣ ତାଲା ବନ୍ଦ) ଲାଗୁ ହେବ । ଏହି ଜିଲ୍ଲାଗୁଡ଼ିକୁ ଛାଡ଼ି ସମ୍ବଲପୁର, ଝାରସୁଗୁଡ଼ା, ବାଲେଶ୍ୱର, ରାଉରକେଲା, ଭଦ୍ରକ, ପୁରୀ, ଯାଜପୁର ରୋଡ ଏବଂ ଯାଜପୁର ଟାଉନ ଭଳି ସହରରେ ମଧ୍ୟ ଏ ଲକ ଡାଉନ ଲାଗୁ ହେବ । ୨୯ ତାରିଖ (ରବିବାର) ରାତି ୯ ଟା ଯାଏ ଏହି ସମ୍ପୂର୍ଣ୍ଣ ଲକ ଡାଉନ୍ କାର୍ଯ୍ୟକାରୀ ହେବ । କେବଳ ଅତ୍ୟାବଶ୍ୟକ ସେବାକୁ ଏଥିରୁ ବାଦ୍ ଦିଆଯାଇଛି । ଆସନ୍ତା ୩୧ ଯାଏ ଯାତ୍ରୀବାହୀ ଟ୍ରେନ ସେବା ସହ ଆନ୍ତଃରାଜ୍ୟ ବସ୍ ସେବାକୁ ମଧ୍ୟ ବନ୍ଦ ରଖାଯାଇଛି । ଆମ ସମସ୍ତଙ୍କ ସୁରକ୍ଷା ପାଇଁ ରାଜ୍ୟବାସୀ ଏଥିରେ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ରାଜ୍ୟରେ କରୋନା ସଂକ୍ରମଣ ଯେପରି କାୟା ବିସ୍ତାର ନକରେ ସେଥିପାଇଁ ସରକାର ଅଧିକ ସତର୍କ ହୋଇ ପଡ଼ିଛନ୍ତି । ବିଦେଶରୁ ଅଧିକ ଲୋକ ଆସିଥିବା ଏ ୫ ଜିଲ୍ଲାକୁ ଲକ ଡାଉନ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ଏ ଲକ ଡାଉନ ସମୟରେ ସଉଦା ଦୋକାନ, ପରିବା ଦୋକାନ, କ୍ଷୀର, ମାଛ, ମାଂସ, ଅଣ୍ଡା ଓ ଚିକେନ୍ ଦୋକାନ ଖୋଲା ରହିବ । ଔଷଧ ଦୋକାନ ସହ ପେଟ୍ରୋଲ ପମ୍ପ ମଧ୍ୟ ଖୋଲା ରହିବ । ଅତ୍ୟାବଶ୍ୟକ ସାମଗ୍ରୀର ହୋଲସେଲ ବଜାର ମଧ୍ୟ ଖୋଲା ରହିବ । ଏ ସବୁ ଅଞ୍ଚଳରେ ଡାକ୍ତରଖାନା, ବ୍ୟାଙ୍କ, ଏଟିଏମ୍, ମୁ୍ୟନିସପାଲଟି ସେବା, ପୁଲିସ, ଅଗ୍ନିଶମ ସେବା, ଓଡ୍ରାଫ୍, ପାନୀୟ ଜଳ ଓ ବିଦୁ୍ୟତ୍ ସେବା ଆଦି ଜାରି ରହିବ । ପ୍ରଶାସନିକ କାର୍ଯ୍ୟାଳୟ ଆଦି ଖୋଲା ରହିବ । ପରିସ୍ଥତିକୁ ଦେଖି କେଉଁ ବିଭାଗର ଅଫିସ ଖୋଲା ରହିବ ଏବଂ କର୍ମଚାରୀ ଆସିବେ ସରକାର ତାହା ସ୍ପଷ୍ଟ କରିଛନ୍ତି । ଏ ଲକ ଡାଉନ୍ ବେଳେ ମାଲବାହୀ ଗାଡ଼ି ଗୁଡ଼ିକୁ ବାଦ୍ ଦେବାକୁ ସରକାରୀ ଭାବେ ନିଷ୍ପତ୍ତି ହୋଇଛି । ଜନସାଧାରଣ ଏ ସପ୍ତାହେ ଯାଏ ଘରୁ ନ ବାହାରି ସୁସ୍ଥ ଓ ସୁରକ୍ଷିତ ରହିବାକୁ ମୁଖ୍ୟମନ୍ତ୍ରୀ ଅପିଲ କରିଛନ୍ତି । କେବଳ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଘରୁ ବାହାରକୁ ଯାଇ ହେବ । ଏ କଟକଣା ଜନସାଧାରଣଙ୍କ ସ୍ୱାର୍ଥ ପାଇଁ । ଏହାକୁ ଉଲ୍ଲଂଘନ କଲେ କଠୋର କାର୍ଯ୍ୟାନୁÂାନ ଗ୍ରହଣ କରିବାକୁ ସରକାର ନିଦେ୍ର୍ଧଶ ଜାରି କରିଛନ୍ତି ।
କରୋନା ଲଢେ଼ଇକୁ ଅଧିକ ଜୋରଦାର କରିବାକୁ ଆସନ୍ତାକାଲି (ସୋମବାର) ସକାଳ ୧୧ ଟା ପରେ ଓଡ଼ିଶାକୁ ବାହାର ରାଜ୍ୟର କୌଣସି ବସକୁ ଗନ୍ତବ୍ୟସ୍ଥଳରେ ପହଞ୍ଚିବାକୁ ଅନୁମତି ଦିଆଯିବ ନାହିଁ । ଓଡ଼ିଶାରୁ ଅନ୍ୟ ରାଜ୍ୟକୁ ମଧ୍ୟ କାଲିଠୁ ବସ୍ ଗଡ଼ିବନି । କରୋନା ସଂକ୍ରମଣ ରୋକିବା ପାଇଁ ରେଳ ମନ୍ତ୍ରଣାଳୟର ନିଦେ୍ର୍ଧଶାନୁସାରେ ରେଳ ବୋଡର଼୍ ପକ୍ଷରୁ ସମସ୍ତ ଯାତ୍ରୀବାହୀ ଟ୍ରେନ୍ ୩୧ ରାତି ୧୨ଟା ପର୍ଯ୍ୟନ୍ତ ବାତିଲ କରାଯାଇଛି । ଯେଉଁ ଟ୍ରେନଗୁଡିକ ୨୨ ତାରିଖ ଭୋର ୪ଟା ପୂର୍ବରୁ ଯାତ୍ରା ଆରମ୍ଭ କରିଛନ୍ତି, ସେଗୁଡିକ ଗନ୍ତବ୍ୟସ୍ଥଳ ପହଞ୍ଚିବା ପର୍ଯ୍ୟନ୍ତ ଯାତ୍ରା ଜାରି ରଖିବେ ବୋଲି ରେଳବାଇ ସ୍ପଷ୍ଟ କରିଛି ।
ସରକାରୀ ନିଷ୍ପତ୍ତି ଅନୁସାରେ, ଲକ ଡାଉନ୍ ପାଇଁ ଏ ୫ ଜିଲ୍ଲା ଓ ୮ ସହରରେ ସାମାଜିକ ସୁରକ୍ଷା ପେନସନ ଓ ସାଧାରଣ ବଣ୍ଟନ ବ୍ୟବସ୍ଥାର ସାମଗ୍ରୀ ବିତରଣ କାର୍ଯ୍ୟକୁ ସ୍ଥଗିତ ରଖାଯାଇଛି । ଘରୋଇ କମ୍ପାନିର କର୍ମଚାରୀମାନେ ଘରୁ କାମ କରିବାକୁ ପରାମର୍ଶ ଦିଆଯାଇଛି । ଯଦି ସେମାନେ ଏହା ନକରନ୍ତି ତେବେ ବର୍ତ୍ତମାନର ବ୍ୟବସ୍ଥା ଚାଲୁ ରଖିବାକୁ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ଠାରୁ ପ୍ରମାଣପତ୍ର ଆଣିବାକୁ ପଡ଼ିବ । କରୋନାକୁ ନିୟନ୍ତ୍ରଣ କରିବାକୁ ନିୟୋଜିତ ସମସ୍ତ ଘରୋଇ ସେବା ପ୍ରଦାନକାରୀମାନଙ୍କୁ ଜରୁରିକାଳୀନ ସେବାର ଅନ୍ତର୍ଭୁକ୍ତ କରାଯାଇଛି ।
ତେବେ ଏ ଲକ ଡାଉନ୍ ସମୟରେ ବସ୍ ଓ ବିମାନ ସେବା ସେବା ଜାରି ରହିବ । କୋଇଲା ଓ ଅନ୍ୟ ଖଣିଜ ପଦାର୍ଥ ପରି ପରମିଟ ପ୍ରାପ୍ତ ସାମଗ୍ରୀର ପରିବହନ ଉପରେ କୌଣସି କଟକଣା ଲାଗୁ ହେବନି । ଗତ କିଛି ଦିନ ମଧ୍ୟରେ ବିଦେଶରୁ ଓଡ଼ିଶାକୁ ୩ ହଜାରରୁ ଅଧିକ ଲୋକ ଓଡ଼ିଶାକୁ ଫେରିଛନ୍ତି । ଏମାନଙ୍କ ମଧ୍ୟରୁ ୭୦ ପ୍ରତିଶତ ଖୋର୍ଦ୍ଧା, ଗଞ୍ଜାମ, କଟକ, କେନ୍ଦ୍ରାପଡ଼ା ଓ ଅନୁଗୁଳ ଜିଲ୍ଲାର । ତେଣୁ ଏ ୫ ଜିଲ୍ଲା ସହ ୮ ସହରରେ ଲକ ଡାଉନ୍ ଲାଗୁ ହେବ । ମୁଖ୍ୟମନ୍ତ୍ରୀ ସପ୍ତାହେ ଯାଏ ଘରୁ ନ ବାହାରିବାକୁ ଲୋକମାନଙ୍କୁ ଅନୁରୋଧ କରି କହିଛନ୍ତି, ସାଢେ଼ ୪ କୋଟି ଓଡ଼ିଶାବାସୀ ମୋ ପରିବାର । ପ୍ରତିଟି ଓଡ଼ିଶାବାସୀଙ୍କ ଜୀବନ ମୋ ପାଇଁ ମୂଲ୍ୟବାନ । ସରକାରଙ୍କ ନିଷ୍ପତ୍ତିରେ ଆପଣମାନେ ସହଯୋଗ କରନ୍ତୁ । ନିଜର, ନିଜ ପରିବାର ଓ ବନ୍ଧୁମାନଙ୍କ ମଙ୍ଗଳ ପାଇଁ ଘରେ ରହନ୍ତୁ । କେବଳ ଘରେ ରହିଲେ ହିଁ ଆମେ ଏ ଯୁଦ୍ଧ ଜିତିପାରିବା । ଓଡ଼ିଶାରେ ଏଯାଏ ମାତ୍ର ୨ଟି ପଜିଟିଭ୍ କେସ୍ ଚିହ୍ନଟ ହୋଇଥିଲେ ସରକାର ପ୍ରଥମ ରାଜ୍ୟ ଭାବେ ପ୍ରାୟ ୪୦ଧ ଲକ ଡାଉନ୍ କରିବାକୁ ନିଷ୍ପତ୍ତି ନେଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons