କରୋନା ଭୂତାଣୁକୁ ପ୍ରତିହତ କରିବା ପାଇଁ ସମ୍ପ୍ରତି ବିଭିନ୍ନ ଦେଶ ଲକ୍ଡାଉନ୍ ଘୋଷଣା କରିଛନ୍ତି । ସମ୍ପୂର୍ଣ୍ଣ ତାଲାବନ୍ଦ । ଭାରତ ମଧ୍ୟ ସମାନ ଆଭିମୁଖ୍ୟ ଗ୍ରହଣ କରିଛି । ଦେଶର ଅନେକ ରାଜ୍ୟରେ ଲକ୍ ଡାଉନ୍ ସ୍ଥିତି । ଏହାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲୁ୍ୟଏଚ୍ଓ)ର ଜଣେ ଅଧିକାରୀ ପ୍ରକାଶ କରିଛନ୍ତି ଯେ, ଏତିକିରେ ଚଳିବନି । କେବଳ ଲକ୍ଡାଉନ୍ କରୋନାକୁ ହରାଇବା ପାଇଁ ଯଥେଷ୍ଟ ନୁହେଁ ।
ଡବ୍ଲୁ୍ୟଏଚ୍ଓର ଏମର୍ଜେନ୍ସି ଏକ୍ସପର୍ଟ ମାଇକ୍ ରାୟନ୍ କହିଛନ୍ତି ଯେ, କରୋନାକୁ ମାତ୍ ଦେବା ପାଇଁ ଲକ୍ଡାଉନ୍ ସହ ଜନସ୍ୱାସ୍ଥ୍ୟ ଲାଗି ପର୍ଯର୍୍ୟାପ୍ତ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ । ଏହା ନ ହେଲେ ଏହି ରୋଗର ମୂଳୋପôାଟନ ହେବ ନାହିଁ । ପୁଣି ଥରେ ଏହା ସକ୍ରିୟ ହେବ ।
ସମଗ୍ର ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ଟପିଗଲାଣି । ଏଭଳି କ୍ଷେତ୍ରରେ କେବଳ ଲକ୍ଡାଉନକୁ ଭରସା କରି ରହିହେବ ନାହିଁ । ଦେଶ ତଥା ରାଜ୍ୟଗୁଡିକୁ ଅନ୍ୟାନ୍ୟ ପଦକ୍ଷେପ ମଧ୍ୟ ନେବାକୁ ପଡ଼ିବ ବୋଲି ରାୟନ୍ କହିଛନ୍ତି ।
ଏହି ଭୂତାଣୁ ଯେପରି ପୁଣି ଥରେ ନ ଆସେ ସେଥିପାଇଁ ଜନସ୍ୱାସ୍ଥ୍ୟର ସମସ୍ତ ଉପାୟ ଆପଣାଇବାକୁ ପଡ଼ିବ । ଆମକୁ ପ୍ରଥମେ କରୋନା ଦ୍ୱାରା ଆକ୍ରାନ୍ତ ଲୋକଙ୍କୁ ଚିହ୍ନଟ କରିବାକୁ ପଡ଼ିବ । ଏମାନଙ୍କ ସମ୍ପର୍କରେ କିଏ କିଏ ଆସିଛନ୍ତି ସେମାନଙ୍କୁ ବି ଖୋଜିବାକୁ ହେବ । ଏହା ପରେ ଏମାନଙ୍କୁ ଅଲଗା ରଖି ଭଲ ଭାବେ ଚିକିତ୍ସା କରିବାକୁ ପଡ଼ିବ । ରାୟନ୍ କହିଛନ୍ତି ଯେ, ଲକ୍ଡାଉନ୍ରୁ ବି ବିପଦ ରହିଛି । ଯଦି ଆମେ ଏବେ ସଂକ୍ରମିତ ଲୋକଙ୍କୁ ଚିହ୍ନଟ କରି ସେମାନଙ୍କ ଚିକିତ୍ସା ଆରମ୍ଭ ନ କରୁ ତା’ହେଲେ ଲକ୍ଡାଉନ୍ ହଟିବା ପରେ ଏହି ରୋଗରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ଏକ୍ଦମ୍ ବଢ଼ିଯିବ ।
ରବିବାର ଆମେରିକାରେ ଏହି ସଂଖ୍ୟା ୨୬,୦୦୦ ଅତିକ୍ରମ କରିଥିବାବେଳେ ଅନ୍ୟ ରାଷ୍ଟ୍ରଗୁଡିକରେ ମଧ୍ୟ ସମାନ ସ୍ଥିତି । ଭାରତ ସରକାର ଦେଶର ୭୫ ଜିଲ୍ଲା ପାଇଁ ଲକ୍ ଡାଉନ୍ ଘୋଷଣା କରିଥିବାବେଳେ ସ୍ପେନ୍ ଆଉ ୧୫ ଦିନ ପାଇଁ ଲକ୍ଡାଉନ୍ ସମ୍ପ୍ରସାରଣ କରିବା ପାଇଁ ବିଚାର କରୁଛି ।
Comments are closed, but trackbacks and pingbacks are open.