କରୋନା ଯୋଗୁଁ ଦେଶର ୭୫ ଜିଲ୍ଲାକୁ ଲକ୍ ଡାଉନ ଘୋଷଣା କଲା ସ୍ୱାସ୍ଥ୍ୟ ମନ୍ତ୍ରାଳୟ

Get real time updates directly on you device, subscribe now.

ଲକ୍ଷ୍ନୌ : କରୋନା ମହାମାରୀ ଯୋଗୁଁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦେଶର ୭୫ ଜିଲ୍ଲାକୁ ମାର୍ଚ୍ଚ ୩୧ ତାରିଖ ଯାଏଁ ଲକଡାଉନ ଘୋଷଣା କରିଛନ୍ତି ଜ୍ଝ ଏଥିରେ ଉତ୍ତର ପ୍ରଦେଶର ୪ଟି ଜିଲ୍ଲା ସାମିଲ ରହିଛି ଜ୍ଝ ଯେଉଁସବୁ ଜିଲ୍ଲାକୁ ଲକଡାଉନ କରାଯିବ ସେହି ଜିଲ୍ଲାକୁ ବାହାର ଲୋକଙ୍କ ଯିବା ଆସିବାରେ କଟକଣା ଲାଗିବ ଜ୍ଝ କିନ୍ତୁ ବନ୍ଦ ଜିଲ୍ଲାଗୁଡିକରେ ଜରୁରୀକାଳୀନ ସେବା ଚାଲୁ ରହିବ ଜ୍ଝ
ଯେଉଁସବୁ ରାଜ୍ୟରେ କରୋନା ପଜିଟିଭଙ୍କ ସଂଖ୍ୟା ଅଧିକ ସେମାନଙ୍କୁ ଏହି କାଟାଗୋରି ଅନ୍ତର୍ଭୁକ୍ତ କରାଯାଇଛି ଜ୍ଝ ମହାରାଷ୍ଟ୍ର, ଦିଲ୍ଲୀ, ପଞ୍ଜାବ, ଉତ୍ତର ପ୍ରଦେଶ, ବିହାର, କେରଳ, କର୍ଣ୍ଣାଟକ ମଣିପୁର, ଉତ୍ତରାଖଣ୍ଡ ଆଦି ରାଜ୍ୟରେ ଲକଡାଉନ ଘୋଷଣା କରାଯିବ ଜ୍ଝ
ଲକଡାଉନ ସମୟରେ ଦିକଂ, ବଜାର, ସପିଙ୍ଗ ମଲ, କାରଖାନା, ସାର୍ବଜନିକ ସ୍ଥଳ ତଥା ମନ୍ଦିର, ମସଜିଦ, ଚର୍ଚ୍ଚ, ପରିବହନ ସେବା ବନ୍ଦ ରହେ ଜ୍ଝ ଲକଡାଉନ ଘୋଷଣା ହୋଇଥିବା ଅଞ୍ଚଳକୁ ଯିବା ଆସିବା କରିବା ସମ୍ପୂର୍ଣ ବାରଣ କରାଯାଏ ଜ୍ଝ ଜରୁରୀ ଜିନିଷ ଯେପରିକି ଔଷଧ, ପାଣି, କ୍ଷୀର କିରାଣୀ ଆଦି ଦୋକାନ ଖୋଲା ରହେ ଜ୍ଝ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନତା କର୍ଫ୍ୟୁ ଅପିଲ ପରେ ଆଜି ସାରା ଦେଶରେ ଜନତା କର୍ଫ୍ୟୁ ଦେଖିବାକୁ ମିଳିଛି ଜ୍ଝ ମୋଦିଙ୍କ ଅପିଲକୁ ସାରା ଦେଶ ସମର୍ଥନ ଜଣାଇଛି ଜ୍ଝ ଲୋକେ ନିଜ ନିଜ ଘରେ ରହିଛନ୍ତି ଜ୍ଝ ଦୋକାନ ବଜାର ସବୁ ବନ୍ଦ ରହିଛି ଜ୍ଝ ସକାଳ ୭ଟା ରୁ ରାତି ୯ଟା ଯାଏଁ ୧୪ ଘଣ୍ଟା ପାଇଁ ଜନତା କର୍ଫ୍ୟୁ ଅପିଲ କରିଛନ୍ତି ମୋଦି ଜ୍ଝ
କରୋନା ଯୋଗୁଁ ଏଯାଏଁ ଦେଶରେ ୬ଜଣଙ୍କ ମୃତ୍ୟୁ ହେଲାଣି ଜ୍ଝ ୩୪୧ ଆକ୍ରାନ୍ତ ଅଛନ୍ତି ଜ୍ଝ ପ୍ରତିଦିନ ଦେଶର ବିଭିନ୍ନ ସ୍ଥାନରୁ ନୂଆ ନୂଆ ମାମଲା ସାମ୍ନାକୁ ଆସୁଛି ଜ୍ଝ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛନ୍ତି ଯେ ଏମାନଙ୍କ ମଧ୍ୟରୁ ୪୧ ଜଣ ବିଦେଶୀ ନାଗରିକ ଅଛନ୍ତି ଜ୍ଝ କେବଳ ଭାରତୀୟ ୨୯୬ ଆକ୍ରାନ୍ତ ହୋଇଛନ୍ତି ଜ୍ଝ ସେମାନଙ୍କ ମଧ୍ୟରୁ ୨୪ ଜଣ ସୁସ୍ଥ ଅଛନ୍ତି ଜ୍ଝ ସବୁଠାରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି ମହାରାଷ୍ଟ୍ରରେ ଜ୍ଝ ମହାରାଷ୍ଟ୍ରରେ ଏଯାଏଁ ୭୪ଜଣ ଆକ୍ରାନ୍ତ ହୋଇସାରିଲେଣି ଜ୍ଝ ଏମାନଙ୍କ ମଧ୍ୟରୁ ୩ଜଣ ବିଦେଶୀ ନାଗରିକ ଜ୍ଝ ମହାରାଷ୍ଟ୍ର ପରେ କେରଳରେ ଅଧିକ ଆକ୍ରାନ୍ତ ହୋଇଛି ଜ୍ଝ କେରଳ ଏଯାଏଁ ୫୨ ଜଣ ଆକ୍ରାନ୍ତ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ୭ ଜଣ ବିଦେଶୀ ନାଗରିକ ଜ୍ଝ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons