ହସ୍ପିଟାଲ୍କୁ ଛାଡ଼ି ସବୁ ଆହାର କେନ୍ଦ୍ର ବନ୍ଦ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): କୋଭିଡ-୧୯ ପାଇଁ ରାଜ୍ୟରେ ଆହାର କେନ୍ଦ୍ରରେ ଆଉ ଖାଇବା ମିଳିବନି । ମାତ୍ର ହସ୍ପିଟାଲ କ୍ୟାମ୍ପସରେ ଥିବା କେନ୍ଦ୍ର କିନ୍ତୁ ଖୋଲିବ । ଆଗଭଳି ଏଠାରେ ୫ଟଙ୍କିଆ ଡାଲମା ଓ ଭାତ ମିଳିବ । ସରକାର ରାଜ୍ୟକୁ ଲକ୍ଡାଉନ ଘୋଷଣା କରିବା ପରେ ଓଡ଼ିଶା ରାଜ୍ୟ ଆହାର ସୋସାଇଟି ୫ ଟଙ୍କିଆ ଡାଲମା, ଭାତ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏ ସମ୍ପର୍କରେ ଜିଲ୍ଲାପାଳ ଓ ସମସ୍ତ ପୌର କର୍ତ୍ତୃପକ୍ଷଙ୍କୁ ପତ୍ର ଲେଖିଛନ୍ତି । ଏହାବାଦ୍ ଜିଲ୍ଲାରେ ସର୍ବସାଧାରଣଙ୍କ ଆମୋଦ ପ୍ରମୋଦ ପାଇଁ ରହିଥିବା ପାର୍କକୁ ମଧ୍ୟ ବନ୍ଦ କରିବାକୁ ନିଦେ୍ର୍ଧଶ ଦିଆଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons