ଭୁବନେଶ୍ୱର,(ବି.ବି.ବୁ୍ୟରୋ): ସାବଧାନ! ସଚେତନ ହୋଇଯାଅ । ଆଗକୁ ବଡ଼ ବିପଦ ମାଡ଼ି ଆସୁଛି । ଇଟାଲୀ ଓ ଚୀନ ଭଳି ଦେଶରେ ଆମେ ଏହା ଦେଖି ସାରିଛୁ । ଏବେ ଯେଉଁଭଳି ଭାବେ ଏହା ଭାରତରେ ବ୍ୟାପୁଛି ମେ’ ଶେଷ ବେଳକୁ କରୋନା ବିସ୍ଫୋରକ ରୂପ ନେଇସାରିଥିବ । ଦେଶରେ ଅତିକମ୍ରେ ୫୮ହଜାର ୬୪୩ ଜଣ ଆକ୍ରାନ୍ତ ହୋଇପାରନ୍ତି । ଏ ସଂଖ୍ୟା ୧୦ ଲକ୍ଷ ବି ଛୁଇଁପାରେ । ଓଡ଼ିଶାରେ ମଧ୍ୟ ଅତିକମ୍ରେ ୨୩୪୫ ଆକ୍ରାନ୍ତ ହେବାର ଆଶଙ୍କା ରହିଛି । ଏ ସଂଖ୍ୟା ୩୬ ହଜାରକୁ ବଢ଼ିପାରେ । କରୋନାର ଭୟାବହତା ନେଇ ଏମିତି ଆଶଙ୍କା ପ୍ରକାଶ କରିଛନ୍ତି ସରକାର ।
ଆଜି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍ଚୀ କହିଛନ୍ତି, କରୋନା ଆମକୁ ରାସ୍ତା ଘାଟେରେ ଖୋଜି ବୁଲୁଛି । ତେଣୁ ଆମକୁ ସର୍ତକ ହୋଇ ଲକ୍୍ଡାଉନ୍କୁ ମାନିବାକୁ ହେବ । ସମସ୍ତଙ୍କୁ ଘରେ ରହିବାକୁ ପଡ଼ିବ । ନଚେତ୍ ଆଗକୁ ସ୍ଥିତି ବିସ୍ଫୋରକ ରୂପ ନେଇପାରେ ।
ବାଗ୍ଚୀ କହିଛନ୍ତି, ଏବେ ଭାରତରେ କରୋନା ପ୍ରବେଶ କରିଛି । ଆଗକୁ ଏହି ସଂଖ୍ୟା ହୁ ହୁ ହୋଇ ବଢ଼ିବ । ଲକ୍ଡାଉନ୍କୁ ମାନିଲେ ମଧ୍ୟ ଦେଶରେ ଅତିକମ୍ରେ ୫୮ ହଜାର ୬୦୩ ଜଣ ଆକ୍ରାନ୍ତ ହେବାର ଆଶଙ୍କା ରହିଛି । ଓଡ଼ିଶାରେ ମଧ୍ୟ ଏ ସଂଖ୍ୟା ୨ରୁ ୨୩୪୫ ହେବାକୁ ବେଶି ଦିନ ଲାଗିବନି । ତେଣୁ ଯେଉଁମାନେ ଓଡ଼ିଶାରେ ଆକ୍ରାନ୍ତ ସଂଖ୍ୟା ୨ ରହିବ ବୋଲି ଭାବୁଛନ୍ତି, ସେମାନେ ଭୁଲ୍ । ତେଣୁ ବଞ୍ଚିବାକୁ ହେଲେ, ଆମକୁ ଲକ୍ଡାଉନକୁ ଗୁରୁତ୍ୱର ସହ ନେବାକୁ ହେବ । ଏ ଭଳି ସ୍ଥିତିରେ ଅର୍ଥନୀତି ଉପରେ ନିଶ୍ଚିତ ପ୍ରଭାବ ପଡ଼ିବ । ଏବେ ଏ ସବୁ ଭାବିବାର ବେଳ ନୁହେଁ । ଆମକୁ ସତର୍କତାର ସହ ଲଢ଼ିବାକୁ ହେବ । ଯେଉଁମାନଙ୍କ ପାଖରେ ସାଧନ ରହିଛି, ସେମାନେ ନିଜ ସହ ପାଖରେ ରହୁଥିବା ପଡ଼ିଶାଙ୍କ କଥା ମଧ୍ୟ କଥା ଭାବିବା ଦରକାର ।
ସ୍ୱାସ୍ଥ୍ୟ ବିଭାଗ ସୂଚନା ମୁତାବକ, ଆଜି ସୁଦ୍ଧା ରାଜ୍ୟରେ ୧୧୦ଟି ନମୁନା ପରୀକ୍ଷା ହୋଇଥିବା ବେଳେ ଏଥିରୁ ୨ ନମୁନା ପିଜିଟିଭ୍ ଆସିଛି । ସେହିଭଳି ଆକ୍ରାନ୍ତଙ୍କ ସଂସ୍ପର୍ଶରେ୫୭ ଜଣ ଆସିଥିବା ବେଳେ ସେମାନଙ୍କ ମଧ୍ୟରୁ ୫୪ ଜଣଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କ ସହ ସ୍ୱାସ୍ଥ୍ୟ ବିଭାଗ ନିୟମିତ ଯୋଗାଯୋଗରେ ରହିଛି । ଏମାନଙ୍କ ବାଦ୍ ହସ୍ପିଟାଲରେ ମଧ୍ୟ ଆଇସୋଲେସନ୍ରେ ୪୫ ଜଣ ରହିଛନ୍ତି । ସେହିଭଳି ୧୦୪କୁ କଲ୍ କରି ୩୮୬୧ ଜଣ ବିଦେଶ ଫେରନ୍ତା ପଞ୍ଜିକୃତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୦୦ ଜଣଙ୍କଠାରେ କିଛି କିଛିଟା ଲକ୍ଷଣ ଦେଖାଯାଇଛି । ସେମାନଙ୍କ ପରୀକ୍ଷା ପାଇଁ ମଧ୍ୟ ସରକାର ସବୁ ପଦକ୍ଷେପ ନେଉଛନ୍ତି ।
ସରକାରୀ ଚାକିରିଆଙ୍କ ଯଦି କରୋନା ଲକ୍ଷଣ ଦେଖାଯାଏ । ସେମାନେ ୧୪ଦିନ ଛୁଟି ନେଇ ହୋମ୍ କ୍ୱାରେଣ୍ଟାଇନ୍ରେ ରହିପାରିବେ । ସେହିଭଳି ୫୦ ବର୍ଷରୁ ଅଧିକ ବୟସ୍କ କର୍ମଚାରୀଙ୍କ ବହୁମୂତ୍ର, ନିଃଶ୍ୱାସପ୍ରଶ୍ୱାସ, ବୃକକ, ହୃଦ୍ ଓ ଅନ୍ୟାନ୍ୟ ଜୀବନ କ୍ଷତିକାରକ ରୋଗ ଥିଲେ, ଏପ୍ରିଲ ୫ ଯାଏ ବିନା ଡାକ୍ତର ସାର୍ଟିଫିକେଟରେ ଛୁଟି ନେଇପାରିବେ ।
ଏବେ ଚାଲିଥିବା ସମସ୍ତ ନିର୍ମାଣ କାମକୁ ସରକାର ବନ୍ଦ କରି ଦେଇଛନ୍ତି । କେବଳ ସ୍ୱାସ୍ଥ୍ୟ ଓ କୋଭିଡ୍-୧୯ ସମ୍ପର୍କିତ ନିର୍ମାଣ କାର୍ଯ୍ୟ ହୋଇପାରିବ । ବଦଳି ହୋଇଥିବା କର୍ମଚାରୀ ନୂଆ ଆଦେଶ ଅନୁସାରେ ୪୮ ଘଣ୍ଟା ମଧ୍ୟରେ ଯୋଗ ଦିଅନ୍ତୁ । ହିତାଧିକାରୀଙ୍କୁ ପିଡିଏସ୍ ଓ ପେନ୍ସନ୍ ଘରେ ପହଞ୍ଚାଇବାକୁ ଆଦେଶ ଦେଇଛନ୍ତି । ଜିଲ୍ଲାପାଳ, ପୌରାଞ୍ଚଳ କମିଶନର ଓ ପୌରାଞ୍ଚଳ କାର୍ଯ୍ୟନିର୍ବାହୀ ଅଧିକାରୀ ନିଦେ୍ର୍ଧଶ ଦିଆଯାଇଛି ।


Comments are closed, but trackbacks and pingbacks are open.