“ଓଡ଼ିଆ ଭାଇ-ଭଉଣୀଙ୍କୁ ସଲମାନର ନମସ୍କାରଟ୍ଟ”: ବଲିଉଡ଼ ସୁପରଷ୍ଟାର ଓଡିଆରେ କହିଲେ କରୋନା ସଚେତନତାର କଥା

Get real time updates directly on you device, subscribe now.

ଭୁବନେଶ୍ବର: ଓଡିଆ ଭାଇ-ଭଉଣୀଙ୍କୁ ସଲମାନର ନମସ୍କାର । ରାଜ୍ୟବାସୀଙ୍କୁ କରୋନା ନେଇ ସଚେତନତା କରିଛନ୍ତି ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନ୍ । ସାରାଦେଶରେ କରୋନାକୁ ନେଇ ସତର୍କତା ପଦକ୍ଷେପ ଗ୍ରହଣ କରାଯାଉଥିବା ବେଳେ ଓଡିଶା ସରକାର ମଧ୍ୟ କରୋନା ସଂକ୍ରମଣରୁ ନିଜକୁ ରକ୍ଷାକରିବା ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି । ରାଜ୍ୟବାସୀମାନେ କିପରି କରୋନାରୁ ସଂକ୍ରମଣରୁ ରକ୍ଷା କରିପାରିବେ ସେଥିପାଇଁ ଅନେକ ସତର୍କ ବାର୍ତା ଜାରି କରିଛନ୍ତି । ଏବଂ ବିଭିନ୍ନ ପ୍ରକାରର ପଦକ୍ଷେପ ଗ୍ରହଣ ମଧ୍ୟ କରିଛନ୍ତି ।
ସାରାରାଜ୍ୟରେ କରୋନା ମୁକାବିଲା ପାଇଁ ସ୍ବତନ୍ତ୍ର ପାଣ୍ଠିର ବ୍ୟବସ୍ଥା କରାଯାଇଛି । ବିଦେଶ ଫେରନ୍ତା ବ୍ୟକ୍ତିଙ୍କୁ ପାଇଁ ଏକ ଓ୍ୱେବସାଇଟ୍‌ରେ ନିଜର ସମସ୍ତ ତଥ୍ୟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯାହାଫଳରେ ରାଜ୍ୟରେ କରୋନା ବ୍ୟାପିବାର ସମ୍ଭାବନା କମ୍‌ ହେବା ବୋଲି କୁହାଯାଇଛି । ସେହିପରି ରାଜ୍ୟରେ ବିଭିନ୍ନ ଦୃଷ୍ଟିକୁ ନଜର ରଖି ସାରାରାଜ୍ୟକୁ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି । ତେବେ ଓଡିଶା ସରକାରଙ୍କ ପକ୍ଷରୁ କରାଯାଇଥିବା କରୋନା ସଚେତନତା ଏକ ଭିଡିଓ ଜାରି କରାଯାଇଛି । ଭିଡିଓରେ ସଲମାନରେ ଓଡିଆରେ କହୁଥିବାର ଦେଖିବାକୁ ମିଳିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons