ଅଗ୍ନିକାଣ୍ଡରେ ଜଳିଗଲା ଚାରୋଟି ଦୋକାନ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ

Get real time updates directly on you device, subscribe now.

ପାରାଦୀପ : ବଡ଼ପଡିଆ ମାର୍କେଟ ରେ ଅଗ୍ନିକାଣ୍ଡ ହୋଇଛି। ଅଗ୍ନିକାଣ୍ଡରେ ୪ଟି ଦୋକାନ ସମ୍ପୂର୍ଣ୍ଣ ପୋଡ଼ି ଧ୍ବଂସ ହୋଇଯାଇଛି। ଅଗ୍ନିକାଣ୍ଡ ର କାରଣ ଅସ୍ପଷ୍ଟ ଥିବା ବେଳେ ଲକ୍ଷାଧିକ ଟଙ୍କା ସାମଗ୍ରୀ ପୋଡ଼ି ପାଉଁଶ ହୋଇଥିବା ଅନୁମାନ କରାଯାଉଛି।
ମଙ୍ଗଳବାର ବିଳମ୍ବିତ ରାତିରେ ଏଭଳି ଘଟଣା ଘଟିଥିବା ସ୍ଥାନୀୟ ବ୍ୟବସାୟୀ କହିଛନ୍ତି। ତେବେ କୌଣସି କାରଣରୁ ପ୍ରଥମେ ଦୋକାନ ଘରେ ନିଆଁ ଲାଗିବା ପରେ ପାଖରେ ଥିବା ୩ଟି ଲୁଗା ଦୋକାନ ରେ ନିଆଁ ଲାଗିଯାଇଥିଲା। କିଛି ବ୍ୟବସାୟୀ ପାଖ ଦୋକାନ ଘରେ ଶୋଇଥିଲେ ତେବେ ନିଆଁ ଲାଗିବା ପରେ ତୁରନ୍ତ ଦମକଳ ବାହିନୀକୁ ଖବର ଦିଆଯାଇଥିଲା । ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଛି। ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ ହୋଇଥିବା ଅନୁମାନ କରାଯାଉଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons