ଟିଆରଏସ୍ ନେତାଙ୍କ ଦାଦାଗିରି: ମହିଳା ବନଅଧିକରୀଙ୍କୁ ଠେଙ୍ଗାରେ ପିଟିଲେ

Get real time updates directly on you device, subscribe now.

ହାଇଦ୍ରାବାଦ: ନେତା ଓ ମନ୍ତ୍ରୀମାନେ ସରକାରୀ କର୍ମଚାରୀମାନଙ୍କ ଉପରେ ନିଜର ପ୍ରଭୂତ୍ୱ ବିସ୍ତାର କରିବା ଘଟଣା କିଛି ଦିନ ହେବ ଜୋର୍ ଧରିଛି । ଏହି କ୍ରମରେ ଆଜି ତେଲଙ୍ଗାନାର କୋମରାମ ଭିମ ଅଞ୍ଚଳରେ ଟିଆର୍ଏସ୍ର କେତକ କର୍ମୀ ଜଣେ ମହିଳା ବନ ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଘଟଣା ସାମ୍ନାକୁ ଆସିଛି ।
ସୂଚନା ଅନୁଯାୟୀ, ଅନିତା ନାମକ ଏହି ମହିଳା ବନଅଧିକାରୀ ଜଣକ ସେହି ଅଞ୍ଚଳରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରିବାକୁ ନିଜ ଟିମ୍ ସହ ସେଠାରେ ପହଞ୍ଚଥିଲେ । ଏହାକୁ ବିରୋଧ କରି ସ୍ଥାନୀୟ ଜିଲ୍ଲା ପରିଷଦର ଉପାଧ୍ୟକ୍ଷ ତଥା ଟିଆର୍ଏସ୍ ନେତା କୃଷ୍ଣା ରାଓ, ସ୍ଥାନୀୟ ଅଞ୍ଚଳର ବିଧାୟକଙ୍କ ଭାଇ କୋନେରୁ ରାଓ ଏବଂ ଗ୍ରାମବାସୀମାନଙ୍କ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ । ଯେଉଁ ସ୍ଥାନଗୁଡ଼ିକରେ ବୃକ୍ଷରୋପଣ ପାଇଁ ବନବିଭାଗ ଅନିତାଙ୍କୁ ନିର୍ଦ୍ଦେଶ ଦେଇଥିଲା ତାହା ଗ୍ରାମବାସୀଙ୍କ ନିଜସ୍ୱ ଜାଗା ବୋଲି ଦର୍ଶାଇ ବୃକ୍ଷରୋପଣ ନକରିବାକୁ ସେମାନେ ଅନିତାଙ୍କୁ ପରାମର୍ଶ ଦେଇଥିଲେ । କିନ୍ତୁ ଅନିତା ସେମାନଙ୍କ କଥା ନ ଶୁଣି ସରକାରୀ ନିର୍ଦ୍ଦେଶକୁ ପାଳନ କରି ବୃକ୍ଷରୋପଣ କରିବାକୁ ତାଙ୍କ ଟିମ୍କୁ ନିର୍ଦ୍ଦେଶ ଦେଇଥିବାରୁ କୃଷ୍ଣା ରାଓଙ୍କ ସମେତ ଉତ୍ୟକ୍ତ ଲୋକେ ତାଙ୍କୁ ଠେଙ୍ଗାରେ ପିଟିବାକୁ ଲାଗିଲେ । ସେଠାରେ ଉପସ୍ଥିତ ଅନ୍ୟ ଅଧିକାରୀମାନଙ୍କର ପ୍ରଚେଷ୍ଟା ପରେ ଉତ୍ୟକ୍ତ ଲୋକ ଅନିତାଙ୍କୁ ପିଟିବା ବନ୍ଦ କରିବା ବେଳକୁ ସେ ଚେତା ହରାଇ ସାରିଥିଲେ । ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons