କଟକ ବଡ଼ ଡାକ୍ତରଖାନାରେ କରୋନା ଓ୍ବାର୍ଡ: ଏବେ ୫୦୦ ବେଡ୍‌, ଆଗକୁ ବଢ଼ିବ ଆଉ ୨୦୦

Get real time updates directly on you device, subscribe now.

କଟକ: କରୋନା ରୋଗୀଙ୍କ ଚିକିତ୍ସା ପାଇଁ କଟକ ଏସସିବି ମେଡିକାଲ କଲେଜରେ ଏବେ ୫ଶହ ଶଯ୍ୟା ବିଶିଷ୍ଟ ସ୍ବତନ୍ତ୍ର କରୋନା ଓ୍ବାର୍ଡ଼ ପ୍ରସ୍ତୁତ କରାଯାଇଛି। ଆଉ ୨ଶହ ବେଡ୍‌ ବଢ଼ାଇବାକୁ ଯୋଜନା ହେଉଛି ।ଏହା ସହ ସହରର କିଛି ବେସରକାରୀ ମେଡିକାଲ ଓ ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଗୁଡିକରେ ମଧ୍ୟ କୋଭିଡ-୧୯ ଆକ୍ରାନ୍ତ ବା ସନ୍ଦିଗ୍ଧଙ୍କ ଚିକିତ୍ସା ବ୍ୟବସ୍ଥା କରାଯାଉଛି। କଟକ ଜିଲ୍ଲାପାଳ ଏହି ସୂଚନା ଦେଇଛନ୍ତି । ଏଥିସହ ପ୍ରାଥମିକ ପର୍ୟ୍ୟାୟରେ ଏକାସାଙ୍ଗେ ୨ ହଜାର ଆକ୍ରାନ୍ତ ଙ୍କ ଚିକିତ୍ସା ବ୍ୟବସ୍ଥା କରାଯାଉଥିବା ସେ ପ୍ରକାଶ କରିଛନ୍ତି ।
ଅନ୍ୟପଟେ ଭୁବନେଶ୍ବର ଥିବା ଦୁଇଟି ଘରୋଇ ହସ୍ପିଟାଲ କରୋନା ମୁକାବିଲା ଅଭିଯାନରେ ସାମିଲ ହୋଇଛନ୍ତି। ଏଥିପାଇଁ ରାଜ୍ୟ ସରକାର ତ୍ରୀପାକ୍ଷିକ ଚୁକ୍ତି କରିଛନ୍ତି। ସମ୍‌ ଏବଂ କିମ୍ସ ହସ୍ପିଟାଲରେ କରୋନା ଚିକିିତ୍ସା ବ୍ୟବସ୍ଥା ସହ ମୋଟ ଏକ ହଜାର ବେଡ୍ ପାଇଁ ଯୋଜନା କରାଯାଇଛି। ୧୫ ଦିନ ମଧ୍ୟରେ କାର୍ୟ୍ୟକାରୀ ହେବାକୁ ଥିବା ଏହି ବ୍ୟବସ୍ଥା ସମ୍ପୂର୍ଣ୍ଣ ହେଲେ, ଏହା ଦେଶରେ ଅନ୍ୟତମ ବୃହତ୍ କରୋନା ମେଡିକାଲ ହେବ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons