ଭୁବନେଶ୍ବର: ଦିନଟିଏ ଚାଲିବ ବିଧାନସଭାର ବଜେଟ ଅଧିବେଶନ। ୩୦ ତାରିଖରେ ବିଧାନସଭା ବସି ବାକି ଥିବା ବିଭାଗର ବଜେଟ ଗିଲୋଟିନରେ ପାରିତ ହେବ । ଏହା ସହ ବ୍ୟୟମଞ୍ଜୁର ବିଲ ପାରିତ ହେବ । ଅଧିବେଶ ବେଳେ ସାମାଜିକ ଦୂରତ୍ବକୁ ଗୁରୁତ୍ବ ଦିଆଯିବ । ଗୃହ ଚାଲିବା ପାଇଁ ଯେତିକି ବିଧାୟକ ଆବଶ୍ୟକ ସେତିକି ବିଧାୟକଙ୍କୁ ଭିତରକୁ ଛଡାଯିବ । ଏ ନେଇ ବିଧାନସଭାରେ ବସିଥବା ବୈଠକରେ ନିଷ୍ପତ୍ତି ହୋଇଛି ।
୩୦ରେ ବସିବ ବିଧାନସଭା ଅଧିବେଶନ । ଗୋଟିଏ ଦିନ ପାଇଁ ଗୃହ ଚାଲିବ । କେବଳ ବଜେଟ ପାରିତ କରାଯିବ । କରୋନ ପାଇଁ ୨୧ ଦିନ ଲକ୍ଡାଉଉନ୍ ହୋଇଛି ସାରା ଦେଶ। ବିଧାନସଭାରେ ବଜେଟ ପାରିତ ହେବା ନିତ୍ୟାନ୍ତ ଆବଶ୍ୟକ । ନଚେତ ଦରମା ଦେବା ଠାରୁ କରୋନା ମୁକାବିଲା ପାଇଁ ଅର୍ଥ ଖର୍ଚ୍ଚ କରିପାରିବେ ନାହିଁ ରାଜ୍ୟ ସରକାର । ସେଥିପାଇଁ ଗୋଟିଏ ଦିନ ପାଇଁ ବିଧାନସଭା ବଜେଟ ଅଧିବେଶନ ବସି ବଜେଟ ପାରିତ ହେବ । ୩୧ ତାରିଖରେ ଆସିବାକୁ ଥିବା ବ୍ୟୟମଞ୍ଜୁରୀ ବିଲ ୩୦ ତାରିଖରେ ଅଣାଯିବ । ସେହିଦିନ ବାକି ସମସ୍ତ ବିଭାଗର ଖର୍ଚ୍ଚ ଦାବିକୁ ଗିଲୋଟିନରେ ପାରିତ କରାଯିବ । ସାମାଜିକ ଦୂରତ୍ବକୁ ଆଖି ଆଗରେ ରଖି କେବଳ ୧୫ଜଣ ବିଧାୟକଙ୍କୁ ଗୃହ ଭିତରକୁ ଛଡାଯିବ । ଗୃହ ଭିତରେ ବିଧାୟକ ମାନେ ୩ମିଟର ଦୂରରେ ବସିବେ । ବାକି ବିଧାୟକମାନେ ଲବିରେ ବସିବେ । ପ୍ରର୍ୟ୍ୟୟ କ୍ରମେ ବିଧାୟକ ମାନଙ୍କୁ ଗୃହ ଭିତରକୁ ଛଡାଯିବ । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏନେଇ ନିଷ୍ପତି ହୋଇଛି।
ଏଭଳି ନିଷ୍ପତ୍ତିରେ ବିରୋଧୀଦଳ ନେତା ବି ଏକମତ ହୋଇଛନ୍ତି । ସାମାଜିକ ଦୂରତ୍ବକୁ ଗୁରୁତ୍ବ ଦିଆଯାଇଥିବାରୁ କିଭଳି କମ ବିଧାୟକ ଆସିବେ ଓ ବଜେଟ ପାରିତ ହେବ ସେ ନେଇ ଆଲୋଚନା ହୋଇଛି । ବିରୋଧୀ ଦଳର ୨୩ ଜଣ ବିଧାୟକ ଥିବାରୁ ୧୨ଜଣ ବିଧାୟକ ବିଧାନସଭା ବୈଠକରେ ଯୋଗଦେବେ ।
ଲକଡାଉନ ଥିବାରୁ ୩୦ ତାରିଖ ଦିନ ବିଧାୟକମାନେ ଯେମିତି ବିଧାନସଭାରେ ପହଞ୍ଚିବେ ସେଥିପାଇଁ ସମସ୍ତ ସୁବିଧା କରିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି। ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ପ୍ରର୍ୟ୍ୟୟ ବୈଠକ କରୋନା ପାଇଁ ୨୯ ତାରିଖ ପର୍ୟ୍ୟନ୍ତ ସ୍ଥଗିତ ରହିଥିଲା।
Comments are closed, but trackbacks and pingbacks are open.