‘ଥାନାକୁ ନଯାଇ ଫୋନ୍‌ରେ କରିହେବ ଅଭିଯୋଗ’

Get real time updates directly on you device, subscribe now.

ଭୁବନେଶ୍ୱର: ‘କରୋନା’ ପାଇଁ ସମଗ୍ର ଦେଶରେ ଲକ୍‌ଡାଉନ ଘୋଷଣା କରାଯାଇଛି। ଏହି ସମୟରେ କୌଣସି ବ୍ୟକ୍ତି ଅଭିଯୋଗ କରିବା ପାଇଁ ଥାନା ବା ଏସ୍‌ପି ଅଫିସ୍‌ ଯିବା ସମ୍ଭବପର ନାହେଁ। ସେଥିପାଇଁ ରାଜ୍ୟ ପୁଲିସ ସ୍ୱତନ୍ତ୍ର ପଦକ୍ଷେପ ନେଇଛି। ଲୋକମାନେ ଥାନାକୁ ନଯାଇ ନିଜର ଅଭିଯୋଗ ଟେଲିଫୋନ୍‌ ମାଧ୍ୟମରେ ଥାନାରେ କରିପାରିବେ। ଏଥିଲାଗି ସମସ୍ତ ଜିଲ୍ଲା ପୁଲିସ ହେଡ୍‌କ୍ୱାର୍ଟର ଓ ଥାନାରେ ଥିବା ଫୋନ୍‌ ବ୍ୟବସ୍ଥାକୁ ଅପଗ୍ରେଡ୍‌ କରାଯାଇଛି। ପୁଲିସ କର୍ମଚାରୀ ଫୋନ୍‌ ରିସିଭ କରି ଆବଶ୍ୟକ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବେ। ପୁଲିସ ପାଖରେ ୫୦୦ରୁ ଅଧିକ ହେଲ୍‌ପଲାଇଲନ୍ ନମ୍ବର ରହିଛି। ଏହି ସବୁ ହେଲ୍‌ପଲାଇନ୍‌ ନମ୍ୱର ଓଡ଼ିଶା ପୁଲିସ ୱେବସାଇଟ୍‌ରେ ଉପଲବ୍ଧ ରହିଛି। ଏନେଇ ଆଜି ଡିଜିପି ଅଭୟ ସମସ୍ତ ଏସ୍‌ପି ଓ ଡିସିପିଙ୍କ ସହ ଭିଡିଓ କନଫରେନସିଂ ଜରିଆରେ ଆଲୋଚନା କରିଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons