ସ୍ୱିସ୍ ବ୍ୟାଙ୍କରେ ବିଦେଶୀ ଜମା:୭୪ତମ ସ୍ଥାନକୁ ଖସିଲା ଭାରତ

Get real time updates directly on you device, subscribe now.

ନୂଆଦିଲ୍ଲୀ: ସ୍ୱିସ୍ ବ୍ୟାଙ୍କଗୁଡ଼ିକୁ ବିଦେଶୀଙ୍କ ପାଇଁ ଟିକସ ଭୂସ୍ୱର୍ଗ ବୋଲି କୁହାଯାଉଛି । ନିଜ ଦେଶରେ ଟିକସ ଏଡ଼ାଇବା ପାଇଁ ବିଭିନ୍ନ ରାଷ୍ଟ୍ରର ଲୋକମାନେ ସ୍ୱିଜରଲାଣ୍ଡର ବ୍ୟାଙ୍କଗୁଡ଼ିକରେ ଆକାଉଣ୍ଟ ଖୋଲି ଅର୍ଥ ଜମା କରିଥାନ୍ତି । ତେବେ ସ୍ୱିସ୍ ବ୍ୟାଙ୍କଗୁଡ଼ିକରେ ଭାରତୀୟଙ୍କ ଜମା ପରିମାଣ ହ୍ରାସ ପାଇଛି । ଏ କ୍ଷେତ୍ରରେ ଭାରତ ୭୪ତମ ସ୍ଥାନକୁ ଖସିଆସିଛି । ଗତବର୍ଷ ଭାରତ ୧୫ଟି ସ୍ଥାନ ଉପରକୁ ଉଠି ୭୩ତମ ସ୍ଥାନକୁ ଉଠିଥିଲା ।ସ୍ୱିଜରଲାଣ୍ଡର କେନ୍ଦ୍ରୀୟ ବ୍ୟାଙ୍କ ସ୍ୱିସ୍ ନ୍ୟାସନାଲ ବ୍ୟାଙ୍କ (ଏସ୍ଏନ୍ବି) ପକ୍ଷରୁ ପ୍ରକାଶିତ ତଥ୍ୟରୁ ଏହି ସୂଚନା ମିଳିଛି । ଏହି ତଥ୍ୟ ଦର୍ଶାଇଛି ଯେ ୨୦୧୮ ପୂର୍ବରୁ ଭାରତର ସ୍ଥାନ ୮୮ ରହିଥିଲା । ଏହି ଦେଶର ସରକାରଙ୍କ ଧରପଗଡ଼ ସତ୍ତେ୍ୱ ନାଗରିକମାନେ ଡରିନଥିଲେ । ଫଳରେ ଏ କ୍ଷେତ୍ରରେ ଦେଶ ୭୩ତମ ସ୍ଥାନକୁ ଉଠିଥିଲା । ଏସ୍ଏନ୍ବି କହିଛି ଯେ ସ୍ୱିସ୍ ବ୍ୟାଙ୍କଗୁଡ଼ିକରେ ଅର୍ଥ ଜମା କ୍ଷେତ୍ରରେ ଭାରତର ସ୍ଥାନ ଅତ୍ୟନ୍ତ ନିମ୍ନରେ ରହିଛି । ବ୍ୟାଙ୍କଗୁଡ଼ିକରେ ବିଦେଶୀଙ୍କ ଦ୍ୱାରା ଜମା ହୋଇଥିବା ମୋଟ ଅର୍ଥରେ ଭାରତୀୟଙ୍କ ଅଂଶ ମାତ୍ର ୦.୦୭% ରହିଛି । ଅନ୍ୟପକ୍ଷରେ ଏହି ତାଲିକାରେ ବ୍ରିଟେନ୍ ପୁଣି ଶୀର୍ଷରେ ରହିଛି । ୨୦୧୮ ଶେଷ ସୁଦ୍ଧା ସ୍ୱିସ୍ ବ୍ୟାଙ୍କଗୁଡ଼ିକରେ ଥିବା ବିଦେଶୀଙ୍କ ମୋଟ ଅର୍ଥରେ ବ୍ରିଟିସ୍ ଗ୍ରାହକ ଓ ସଂସ୍ଥାଙ୍କ ଅଂଶ ସର୍ବାଧିକ ୨୬% ରହିଛି ।
ଏହି ତାଲିକାରେ ଶୀର୍ଷ ୫ଟି ସ୍ଥାନରେ ବ୍ରିଟେନ୍ ପରେ ଆମେରିକା, ୱେଷ୍ଟ ଇଣ୍ଡିଜ୍, ଫ୍ରାନ୍ସ ଓ ହଂକଂ ରହିଛି । ସ୍ୱିସ୍ ବ୍ୟାଙ୍କଗୁଡ଼ିକରେ ଥିବା ବିଦେଶୀଙ୍କ ମୋଟ ଜମାରେ ଶ୍ରେଷ୍ଠ ୫ଟି ରାଜ୍ୟର ଅଂଶ ୫୦%ରୁ ଅଧିକ ରହିଛି । ସେହିଭଳି ଶ୍ରେଷ୍ଠ ୧୦ ରାଷ୍ଟ୍ରଙ୍କ ଅଂଶ ପାଖାପାଖି ଦୁଇତୃତୀୟାଂଶ ରହିଛି ।
ଏସ୍ଏନ୍ବି ଆହୁରି ଦର୍ଶାଇଛି ଯେ ତାଲିକାର ଶୀର୍ଷରେ ଥିବା ୧୫ଟି ରାଷ୍ଟ୍ରର ଅଂଶ ପାଖାପାଖି ୭୫% ରହିଛି । ସେହିଭଳି ଶୀର୍ଷ ୩୦ ରାଷ୍ଟ୍ରର ଅଂଶ ୯୦% ହେବ ବୋଲି ଆକଳନ କରାଯାଇଛି । ସେହି ଦୃଷ୍ଟିରୁ ଭାରତର ସ୍ଥାନ ୭୪କୁ ଖସିଥିବାରୁ ଦେଶର ନାଗରିକଙ୍କ ଦ୍ୱାରା ଜମା ପରିମାଣ ବେଶ୍ କମ୍ ରହିଛି ବୋଲି ଆକଳନ କରାଯାଇଛି । ତାଲିକାର ଶୀର୍ଷରେ ୧୦ଟି ସ୍ଥାନରେ ବାହାମାସ୍, ଜର୍ମାନୀ, ଲକ୍ସମ୍ବର୍ଗ, କେମ୍ୟାନ୍ ଆଇଲାଣ୍ଡ ଏବଂ ସିଙ୍ଗାପୁର ରହିଛି ।
ବ୍ରିକ୍ସ ରାଷ୍ଟ୍ର ମଧ୍ୟରେ ଭାରତ ଏହି ତାଲିକାରେ ସବା ତଳେ ରହିଛି । ରୁଷ ୨୦ତମ ସ୍ଥାନରେ ରହି ଶୀର୍ଷରେ ରହିଛି । ଏହି ରାଷ୍ଟ୍ର ମଧ୍ୟରେ ଥିବା ଚୀନ୍ର ସ୍ଥାନ ୨୨ ରହିଥିବା ବେଳେ ଦକ୍ଷିଣ ଆଫ୍ରିକା ସ୍ଥାନ ୬୦ ଏବଂ ବ୍ରାଜିଲ ୬୫ରେ ରହିଛି ।
ଭାରତଠାରୁ ଉପରେ ରହିଥିବା ଦେଶ ମ୍ମରେ ମରିସସ୍ (୭୧), ନ୍ୟୁଜିଲାଣ୍ଡ (୫୯), ଫିଲିପାଇନ୍ସ (୫୪), ଭେନେଜୁଏଲା (୫୩), ସିସିଲି (୫୨), ଥାଇଲାଣ୍ଡ (୩୯), କାନାଡ଼ା (୩୬), ତୁର୍କୀ (୩୦), ଇସ୍ରାଏଲ (୨୮), ସାଉଦି ଆରବ (୨୧), ପାନାମା (୧୮), ଜାପାନ (୧୬), ଇଟାଲୀ (୧୫), ଅଷ୍ଟ୍ରେଲିଆ (୧୩), ୟୁଏଇ (୧୨) ରହିଛନ୍ତି । ସେହିଭଳି ଭାରତ ଠାରୁ କମ୍ ର‌୍ୟାଙ୍କ ପାଇଥିବା ଦେଶ ମଧ୍ୟରେ ପାକିସ୍ତାନ (୮୨), ବାଂଲାଦେଶ (୮୯), ନେପାଳ (୧୦୯), ଶ୍ରୀଲଙ୍କା (୧୪୧) ମ୍ୟାଁମାର (୧୮୭) ଏବଂ ଭୁଟାନ (୧୯୩) ଭଳି ଦେଇ ଅଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons