ସାମ୍ନାକୁ ଆସିଲା ପାକ୍ ଗଣମାଧ୍ୟମର ଅସଲି ଚେହେରା, ଗୁମର ଖୋଲିଲେ ପାକିସ୍ତାନୀ ହିନ୍ଦୁ

Get real time updates directly on you device, subscribe now.

କରାଚୀ : ସମଗ୍ର ବିଶ୍ୱ କରୋନା ବିରୋଧରେ ଲଢ଼ୁଛି। ପାକିସ୍ତାନ ମଧ୍ୟ ଯୁଦ୍ଧ କରୁଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ସୋସିଆଲ ମିଡିଆରେ ଲଢ଼ୁଛନ୍ତି । କିଛି ଲୋକ ଘରେ ଯୁଦ୍ଧ କରୁଛନ୍ତି ଏବଂ ଅନ୍ୟମାନେ ରାସ୍ତାରେ ଯୁଦ୍ଧ କରୁଛନ୍ତି। କାର୍ୟ୍ୟକର୍ତ୍ତାମାନେ ବାହାରେ ଥିବା ଲୋକଙ୍କୁ ଖାଦ୍ୟ ଯୋଗାଉଛନ୍ତି । ପାକିସ୍ତାନରେ ୨୨ କୋଟି ଲୋକ ଅଛନ୍ତି। ସେଥିମଧ୍ୟରୁ ୧୦ କୋଟି ଲୋକ ଗୋଟିଏ ଓଳି ଖାଦ୍ୟ ଖାଇଥାନ୍ତି କାରଣ ଉଭୟ ସମୟ ପାଇଁ ସେମାନଙ୍କର ଅର୍ଥ ନଥାଏ ଜ୍ଝ ଏଭଳି ପରିସ୍ଥିତିରେ ଗଣମାଧ୍ୟମରେ ଏହି ଖବର ପ୍ରସାରଣ ହେଉଛି ଯେ ଇମ୍ରାନ ଖାନ ନିଜ ଦେଶବାସୀଙ୍କୁ ଖାଦ୍ୟ ଏବଂ ସ୍ୱାସ୍ଥ୍ୟ ଉପକରଣ ଯୋଗାଇ ପାରୁନାହାନ୍ତି ଜ୍ଝ
ଏବେ ମଧ୍ୟ କରୋନାକୁ ଅଧିକାଂଶ ଲୋକ ଥଟ୍ଟା ବୋଲି ଭାବୁଛନ୍ତି ଜ୍ଝ ଯେତେ ସଚେତନ ବାର୍ତ୍ତା ଦେଲେ ମଧ୍ୟ ଲୋକେ ମାନୁନାହାନ୍ତି ଜ୍ଝ
ଜଣେ ପାକିସ୍ତାନୀ ହିନ୍ଦୁ କହିଛନ୍ତି ଯେ, ଦେଶର ପରିସ୍ଥିତି ଖବରକାଗଜ ଏବଂ ଗଣମାଧ୍ୟମ ହିଁ ବିଗାଡୁଛନ୍ତି ଜ୍ଝ ହିନ୍ଦୁ ମୁସଲିମ ଏବଂ ଭାରତ ପାକିସ୍ଥାନ କରିବାକୁ ଲୋକଙ୍କ ପାଖରେ ସମୟ ନାହିଁ ଜ୍ଝ ସେ କହିଛନ୍ତି ଲୋକଙ୍କ ମଧ୍ୟରେ ପରସ୍ପର ପ୍ରତି ସ୍ନେହ ଶ୍ରଦ୍ଧା ରହିଛି ଜ୍ଝ ସେ ପ୍ରଶ୍ନ କରିଛନ୍ତି ଆପଣ କେବେ ପାକିସ୍ତାନ ଆସିଛନ୍ତି କି ? ଯଦି ଆସିନାହାନ୍ତି ତାହେଲେ ଆସିକି ଦେଖନ୍ତୁ ଜ୍ଝ ଆପଣଙ୍କୁ ଏଠାରେ କିଏ ହତ୍ୟା କରିବେ ନାହିଁ ଜ୍ଝ ବରଂ ଅତିଥି ସତ୍କାର କରିବେ ଜ୍ଝ ଠିକ ସେହିଭଳି ଭାରତରେ ମଧ୍ୟ ତାଙ୍କର ଅନେକ ବନ୍ଧୁ ଅଛନ୍ତି ଏବଂ ସେ ଭାରତକୁ ବୁଲିବାକୁ ଆସନ୍ତୁ ଜ୍ଝ ଭାରତରେ ମଧ୍ୟ କୌଣସି ପାକିସ୍ତାନୀ ମୁସଲମାନକୁ ହତ୍ୟା କରାଯାଏନାହିଁ ଜ୍ଝ ବରଂ ସେଠାରେ ମଧ୍ୟ ଲୋକଙ୍କୁ ଅନେକ ସ୍ନେହ ଶ୍ରଦ୍ଧା ସହ ଅତିଥି ସତ୍କାର କରାଯାଏ ଜ୍ଝ
ବର୍ତ୍ତମାନ କରୋନାକୁ ନେଇ ମଧ୍ୟ ଅନେକ ଗୁଜବ ସୃଷ୍ଟି ହୋଇଛି ବୋଲି ସେ କହିଛନ୍ତି ଜ୍ଝ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons