ରାମନବମୀରେ ରଥ କାଠ ଚିରା ଅନୁକୁଳ , ଖପୁରିଆ ଓଏଫ୍‌ଡିସିର କରତ କଳରେ ଚିରା ହେବ ୨୬୬ଖଣ୍ଡ କାଠ

Get real time updates directly on you device, subscribe now.

କଟକ : ପବିତ୍ର ରାମନବମୀ ଅବସରରେ ରଥଯାତ୍ରା ପାଇଁ ରଥକାଠ ଚିରା ଅନୁକୂଳ ହୋଇଛି । କଟକ ଖପୁରିଆ ସ୍ଥିତ ଓଏଫଡିସିର କରତ କଳରେ ଏହି କାଠ ଚିରା ଅନୁକୂଳ ହୋଇଛି । ଶ୍ରୀମନ୍ଦିର ପ୍ରଶାସନର ମୁଦିନିଧି ଦଳ ଆଜ୍ଞାମାଳ ନେଇ ପହଞ୍ଚିବା ପରେ ପୂଜାର୍ଚ୍ଚନା କରାଯାଇ କାଠ ଚିରା ଆରମ୍ଭ ହୋଇଥିଲା ।ତିନି ରଥ ପାଇଁ ତିନୋଟି କାଠ ପୂଜା କରାଯାଇ ଚିରା ଯାଇଥିଲା ।
ରଥଯାତ୍ରା ପାଇଁ ପ୍ରତି ବର୍ଷ ରାମନବମୀରେ ରଥକାଠ ଚିରା ଅନୁକୂଳ ହୋଇଥାଏ । ପରେ ଏହି ଚିରା ଯାଇଥିବା କାଠ ରଥ ନିର୍ମାଣରେ ବ୍ୟବହୃତ ହୋଇଥାଏ । ପବିତ୍ର ଅକ୍ଷୟ ତୃତୀୟାରେ ରଥ ନିର୍ମାଣ କାମ ବିଧିବଦ୍ଧ ଭାବେ ଆରମ୍ଭ ହୋଇ ରଥ ସଂହିତା ଅନୁସାରେ ତିନି ରଥ ପାଇଁ ମୋଟ ୮୬୫ଖଣ୍ଡ କାଠ ଦରକାର ହୋଇଥାଏ ।୧୯୩ଟି କାଠ ଥିବା ବେଳେ ଏଥର ୬୭୨ଖଣ୍ଡ କାଠ ଦରକାର ହେବ । ସେଥିମଧ୍ୟରୁ ୨୬୬ଖଣ୍ଡ ଖପୁରିଆ କରତ କଳରେ ଚିରଟ ପାଇଁ ଯିବ । ବାକି ରଥଖଳାରେ ରଖି ରଥ ତିଆରିରେ ସିଧାସଳଖ ବ୍ୟବହାର ହେବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons