ମହଙ୍ଗା ପଡିଲା କରୋନା ଆକ୍ରାନ୍ତଙ୍କ ଫଟୋ ଭାଇରାଲ, ଜଣେ ମହିଳା ସମେତ ତିନି ଗିରଫ

Get real time updates directly on you device, subscribe now.

ଭଦ୍ରକ: କରୋନା ଭୂତାଣୁ ସଂକ୍ରମିତ ଯୁବକଙ୍କ ଫଟୋ ଭାଇରାଲ କରିଥିବା ଅଭିଯୋଗରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି । ମଙ୍ଗଳବାର ଦିନ ରାଜ୍ୟର ଚତୁର୍ଥ କରୋନା ଆକ୍ରାନ୍ତ ବ୍ୟକ୍ତି ଚିହ୍ନଟ ହୋଇଥିଲା । ଆକ୍ରାନ୍ତ ବ୍ୟକ୍ତି ଜଣକ ଭଦ୍ରକ ଜିଲ୍ଲାର ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଘୋଷଣା କରାଯାଇଥିଲା । ହେଲେ ସଂପୃକ୍ତ ଯୁବକ କିଏ । ଏ ନେଇ ସହରବାସୀଙ୍କ ମଧ୍ୟରେ ଉତ୍ସୁକତା ପ୍ରକାଶ ପାଇଥିଲା । ପରବର୍ତ୍ତୀ ସମୟରେ ସୋସିଆଲ୍‌ ମିଡିଆରେ କେତେକ ଫଟୋ ଭାଇରାଲ ହୋଇଥିଲା ।
ଏହି ବ୍ୟକ୍ତିମାନେ କରୋନା ଆକ୍ରାନ୍ତ ବୋଲି ପ୍ରଚାର କରାଯାଇଥିଲା । ନିୟମାନୁଯାୟୀ କୌଣସି କରୋନା ସଂକ୍ରମିତଙ୍କ ସମ୍ପର୍କରେ ମିଥ୍ୟା ତଥ୍ୟ ଓ ଫଟୋ ପ୍ରକାଶ କରିବା ଦଣ୍ଡନୀୟ ଅପରାଧ । ଏହି ଆଧାରରେ ବୁଧବାର ଭଦ୍ରକ ପୁଲିସ ୩ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ମଧ୍ୟରେ ଅଛନ୍ତି ଜଣେ ମହିଳା । ଏହା ବ୍ୟତୀତ ଲକଡାଉନ୍‌ ନିୟମ ଉଲ୍ଲଂଘନ ଅଭିଯୋଗରେ ଭଦ୍ରକ ପୁଲିସ ବୁଧବାର ୨ ଜଣଙ୍କୁ ଗିରଫ କରିଛି । କରୋନାକୁ ନେଇ ଗୁଜବ ସୃଷ୍ଟିକାରୀଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ଭଦ୍ରକ ଏସ୍‌ପି ରାଜେଶ ପଣ୍ଡିତ୍‌ ସୂଚନା ଦେଇଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons