ରାଜ୍ୟ ସରକାରଙ୍କ ବଡ ଘୋଷଣା : ୪୮ ଘଣ୍ଟା ପାଇଁ ଭୁବନେଶ୍ୱର-ଭଦ୍ରକରେ ସମ୍ପୂର୍ଣ୍ଣ ତାଲା ବନ୍ଦ, ଆଜି ରାତି ୮ଟାରୁ କଡାକଡି ହେବ ନିୟମ

Get real time updates directly on you device, subscribe now.

ଭୁବନେଶ୍ୱର: କରୋନା ସମ୍ପର୍କିତ ନେଇ ରାଜ୍ୟ ସରକାରଙ୍କ ଜରୁରୀ ଘୋଷଣା ।ଓଡିଶାରେ ବର୍ତ୍ତମାନ ପର୍ୟ୍ୟନ୍ତ ପାଞ୍ଚ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଭୁବନେଶ୍ୱରରେ ୮୦ପ୍ରତିଶତ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଭଦ୍ରକରେ ୨୦ପ୍ରତିଶତ ଚିହ୍ନଟ ହୋଇଛନ୍ତି । ତେବେ ଆଗାମୀ ୪୮ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ଭୁବନେଶ୍ୱରରେ ଲକ୍‌ଡାଉନ୍‌ କରାଯିବ । ସେହିପରି ଭଦ୍ରକରେ ମଧ୍ୟ ଆଗାମୀ ୪୮ଘଣ୍ଟା ପାଇଁ ସମ୍ପର୍ଣ୍ଣ ଲକ୍‌ଡାଉନ୍‌ କରାଯିବ । ଭୁବନେଶ୍ୱର ଓ ଭଦ୍ରକ ସହର ସମ୍ପୂର୍ଣ୍ଣ ତାଲା ବନ୍ଦ ରହିବ । ସେହିପରି ଯିବା ଆସିବା କରିବା ପାଇଁ ମିଳିଥିବା ସମସ୍ତ ପାସ୍‌ ବାତିଲ୍‌ କରାଯାଇଛି । ତେବେ ତାଲା ବନ୍ଦ ବେଳେ ବାହାରକୁ ବାହାରିଲେ ଦୃଢ କାର୍ୟ୍ୟାନୁଷ୍ଠାନ ନିଆଯିବ । ଯଦି ଏହି ତାଲାବନ୍ଦ ସମୟରେ କେହି ବାହାରକୁ ବାହାରିଲେ ତେବେ ସେମାନଙ୍କୁ ନେଇ ସରକାରଙ୍କ ଗଠିତ କ୍ୱାରେଣ୍ଟାଇନ୍‌ରେ ରଖାଯିବ । ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟ ଶାସନ ସଚିବଙ୍କ ପ୍ରେସ୍‌ମିଟ୍‌ ଜରିଆରେ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons