କରୋନା ସ୍ଥିତି ଦେଖି ଜିଲ୍ଲାପାଳଙ୍କ କଡା ପଦକ୍ଷେପ, ଅତ୍ୟାବଶକୀୟ ସାମଗ୍ରୀ ଦୋକାନ ଖୋଲିବା ପାଇଁ ନିୟମ କଡାକଡି

Get real time updates directly on you device, subscribe now.

ଖୋର୍ଦ୍ଧା : କରୋନାର ମୁକାବିଲା ନେଇ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ କଠୋର ପଦକ୍ଷେପ ଗ୍ରହଣ କରିଛି। ଲକ୍‌ଡାଉନ ସମୟରେ ଆଇନକୁ କଡାକଡି କରାଯିବ। ଆଜିଠାରୁ ଖୋର୍ଦ୍ଧା ଉପଖଣ୍ଡରେ ଥିବା ସମସ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯଥା ପନିପରିବା , ଫଳ,ମସଲା,ମାଛ ଓ ମାଂସ ଦୋକାନ ଗୁଡିକ ସକାଳ ୭ ଟାରୁ ଦିନ ୧୨ ଟା ପର୍ୟ୍ୟନ୍ତ ଖୋଲା ରହିବ । କେବଳ କ୍ଷୀର ଦୋକାନ ସକାଳ ୭ଟାରୁ ୯ଟା ପର୍ୟ୍ୟନ୍ତ ଏବଂ ସଂନ୍ଧ୍ୟା ୫ ଟାରୁ ୭ଟା ପର୍ୟ୍ୟନ୍ତ ଖୋଲା ରହିବ। ଅନ୍ୟ କୌଣସି ସମୟରେ ଏହି ଦୋକାନ ଗୁଡିକ ବନ୍ଦ ରହିବ।
ଔଷଧ ଦୋକାନ ଗୁଡିକ ସବୁ ସମୟରେ ଖୋଲା ରହିବ। ଏ ନେଇ ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ପକ୍ଷରୁ ନୋଟିସ ଜାରି କରାଯାଇଛି। ଲକ୍‌ଡାଉନ୍‌ ସମୟରେ ବିନା କାରଣରେ ଘରୁ ବାହାରକୁ ବାହାରିଲେ ଆଇନ ଅନୁଯାଇ ଦୃଢ କାର୍ୟ୍ୟାନୁଷ୍ଠାନ ନିଆଯିବା ନେଇ ଜନସାଧାରଣଙ୍କୁ ଚେତାବନି ଦିଆଯାଇଛି। ଏହା ସହିତ ଅତ୍ୟାବଶ୍ୟକୀୟ ସାମଗ୍ରୀ ପାଇଁ ଘର ପାଖରେ ଥିବା ଦୋକାନକୁ ଲୋକେ ଚାଲି ଚାଲି ଯିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons